ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲୋକପ୍ରିୟତା ଖାଲି ଭାରତରେ ନୁହେଁ ବରଂ ସାରା ବିଶ୍ବରେ ରହିଛି । ମୋଦୀଙ୍କୁ ଭେଟିବାକୁ, ମୋଦୀଙ୍କୁ ଶୁଣିବାକୁ ଏବଂ ମୋଦୀଙ୍କୁ ଦେଖିବାକୁ ଅନେକ ସମୟରେ ନାହିଁ ନଥିବା ଭିଡ ହୁଏ, ଯାହା ଆପଣ ନିର୍ବାଚନୀ ରାଲି ହେଉ ଅଥବା ଅନ୍ୟ କୌଣସି କାର୍ଯ୍ଯକ୍ରମରେ ଦେଖିଥିବେ । ମୋଦୀଙ୍କ ଝଲକ ପାଇବାକୁ ତାଙ୍କ ପ୍ରଶଂସକମାନେ ଚାତକ ପରି ଚାହିଁ ରହିଥିବା ବେଳେ ତାଙ୍କ ସହ ଫଟୋ ଉଠାଇବାକୁ ଏବଂ ତାଙ୍କ ସହ ହାତ ମିଳାଇବାକୁ ଲୋକଙ୍କ ଭିତରେ ଚାଲେ ପ୍ରତିଯୋଗୀତା । ଅନେକ ଲୋକଙ୍କୁ ଦେଖିବାକୁ ମିଳେ ଯେଉଁମାନେ ମୋଦୀଙ୍କ ସହ ଥରେ ବି ଭେଟ କରନ୍ତି କିମ୍ବା ଫଟୋଟେ ପାଇ ଯାଆନ୍ତି ସେମାନେ ନିଜକୁ ଗର୍ବିତ ମନେକରନ୍ତି । ମୋଦୀଙ୍କ କଥା ଏବଂ ତାଙ୍କ ବଳିଷ୍ଠ ବ୍ୟକ୍ତିତ୍ବ ତାଙ୍କୁ ସମସ୍ତଙ୍କ ପାଖରେ ପ୍ରିୟ ଏବଂ ସ୍ବତନ୍ତ୍ର କରି ରଖିଛି ।

Advertisment

ତେବେ ଅନେକ ସମୟରେ ଅନେକ ଲୋକ ଭାବନ୍ତି ଆମେ ବି ଟିକେ ମୋଦୀଙ୍କୁ ଯାଇ ଦେଖା କରନ୍ତୁନି, ଆମ ସହ ମୋଦୀ ଟିକେ ଫଟୋ ଉଠାନ୍ତେନି ଅଥବା ପ୍ରଧାନମନ୍ତ୍ରୀଙ୍କୁ ଦାବି ଜଣାଇବାକୁ ଅନେକ ଲୋକ ତାଙ୍କ ପାଖକୁ ଯିବାକୁ ଇଚ୍ଛା ରଖୁଥିବା ବେଳେ ମୋଦୀଙ୍କୁ ଭେଟିବାର ସେ ଇଚ୍ଛା ପୂରଣ ହୋଇପାରିବ । 

ଆପଣ ବି ଚାହିଁଲେ ପ୍ରଧାନମନ୍ତ୍ରୀଙ୍କୁ ଭେଟିପାରିବେ, ତାଙ୍କ ସହ ସାକ୍ଷାତ କରିପାରିବେ ଏବଂ ତାଙ୍କୁ ନିଜ ଦାବି ଜଣାଇପାରିବେ । ତେବେ ଆସନ୍ତୁ ଜାଣିବା ମୋଦୀଙ୍କୁ ଭେଟିବାକୁ ହେଲେ କଣ ଥାଏ ପ୍ରକ୍ରିୟା ଏବଂ ଅନୁମତି ପାଇଁ କଣ କରିବାକୁ ପଡିବ ।

ତେବେ ପ୍ରଧାନମନ୍ତ୍ରୀଙ୍କ ଅଫିସିଆଲ ୱେବସାଇଟ pmindia.gov.in ଅନୁସାରେ ଯଦି ଆପଣ ମୋଦୀଙ୍କୁ ଭେଟିବାକୁ ଚାହୁଁଛନ୍ତି ତାହାଲେ ପିଏମଙ୍କ ୱେବସାଇଟରେ ଥିବା ନମ୍ବରରେ ଯୋଗାଯୋଗ କରିପାରିବେ । ଏଥିପାଇଁ ଆପଣଙ୍କୁ +91-11-23012312 ଏହି ନମ୍ବରରେ ଫୋନ କରିବାକୁ ପଡିବ ତା ସହ 91-11-23019545 ଏହି ନମ୍ବରରେ ବି ଆପଣ ଫ୍ୟାକ୍ସ କରିପାରିବେ । 

ଏହା ଛଡା ଆପଣ ତାଙ୍କୁ ସୋସିଆଲ ମିଡିଆ ମାଧ୍ଯମରେ ମଧ୍ଯ ଯୋଗାଯୋଗ କରିପାରିବେ । ପ୍ରଧାନମନ୍ତ୍ରୀଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ https://www.instagram.com/narendramodi  ରେ ଆପଣ ସମ୍ପର୍କ ରଖିପାରିବେ ।

ଯଦି ଆପଣ ମୋଦୀଙ୍କୁ କିଛି ଅଭିଯୋଗ କରିବାକୁ ଚାହୁଁଛନ୍ତି କିମ୍ବା ଦାବି ଜଣାଇବାକୁ ଚାହୁଁଛନ୍ତି ତାହାଲେ ଆପଣ ପିଏମ ଅଫିସିଆଲ ୱେବସାଇଟ୍ https://www.pmindia.gov.in  ରେ ଅଭିଯୋଗ କରିପାରିବେ ।