କାହିଁକି ଓ କେମିତି ଶରୀରରେ ତିଆରି ହୋଇଥାଏ କିଡ୍‌ନି ଷ୍ଟୋନ୍‌?

କେତେ ପ୍ରକାରର ଥାଏ କିଡ୍‌ନି ଷ୍ଟୋନ୍‌

ଖରାପ ଜୀବନଶୈଳୀ ଓ ଖାଦ୍ୟ-ପାନୀୟ ଉପରେ ଧ୍ୟାନ ନ ରହିଲେ କିଡ୍‌ନିରେ ଷ୍ଟୋନ୍‌ ହୋଇଥାଏ। ଡାକ୍ତରୀ ଭାଷାରେ କିଡ୍‌ନୀ ଷ୍ଟୋନ୍‌ ୫ ପ୍ରକାରର ହୋଇଥାଏ –

କ୍ୟାଲ୍‌ସିୟମ୍‌ ଅକ୍ସେଲେଟ୍‌, କ୍ୟାଲ୍‌ସିୟମ୍‌ ଫସ୍‌ଫେଟ୍‌, ଷ୍ଟୁବାଇଟ୍‌, ୟୁରିକ୍‌ ଏସିଡ୍‌ ଓ ସିଷ୍ଟିନ୍‌। ଏଗୁଡ଼ିକ ମଧ୍ୟରୁ ସାଧାରଣତଃ କ୍ୟାଲ୍‌ସିୟମ୍‌ ଅକ୍ସେଲେଟ୍‌ ଷ୍ଟୋନ୍‌ ଅଧିକ ହୋଇଥାଏ। ଯେତେବେଳେ ଶରୀରରେ ଷ୍ଟୋନ୍‌ ତିଆରି ହେବା ଆରମ୍ଭ ହୁଏ ସେତେବେଳେ ନ୍ୟୁକ୍ଲିଏସନ୍‌ କାରଣରୁ ଛୋଟ ଛୋଟ ଖଣ୍ଡ ଯୋଡ଼ିହେବା ଆରମ୍ଭ ହୋଇଥାଏ।

କିଡ୍‌ନି ଷ୍ଟୋନ୍‌ ହେଲେ କ’ଣ ହୋଇଥାଏ ?


ଯେତେବେଳେ ପରିଶ୍ରା ନଳୀରେ କିଡ୍‌ନୀ ଷ୍ଟୋନ୍‌ ରହିଯାଏ, ସେ ସ୍ଥାନଟି ଦରଜ ହେବା ଆରମ୍ଭ ହୋଇଥାଏ। ଏହା କାରଣରୁ ପରିଶ୍ରା ନଳୀରେ ସମସ୍ୟା ସୃଷ୍ଟି ହୋଇଥାଏ। ଷ୍ଟୋନ୍‌ ଜମିଲେ ପରିଶ୍ରା ସମୟରେ ରକ୍ତ ପଡ଼ିଥାଏ।

ଯଦି ଡାକ୍ତରୀ ଚିକିତ୍ସା ଦ୍ୱାରା ଷ୍ଟୋନ୍‌ ଆପେ ଆପେ ପରିଶ୍ରା ଦ୍ୱାର ଦେଇ ବାହାରକୁ ନ ବାହାରି ଆସେ ତେବେ ଅପରେସନ ମାଧ୍ୟମରେ ଏହାକୁ ବାହାର କରିବା ପାଇଁ ପଡ଼ିଥାଏ। ଆଜିକାଲି ଲାପାରୋସ୍କୋପି ଶୈଳୀରେ ଏହି ଅପରେସନ୍‌ କରାଯାଇଛି।

ସମ୍ବନ୍ଧିତ ଖବର