କ’ଣ ପାଇଁ ଦ୍ବିତୀୟ ଲହର?
କରୋନାର ଦ୍ବିତୀୟ ଲହରରେ ଡବଲ ମ୍ୟୁଟେଣ୍ଟ ଭୂତାଣୁ ଚିହ୍ନଟ ହୋଇଛି। ବ୍ରାଜିଲ, ଦକ୍ଷିଣ ଆଫ୍ରିକା, ବ୍ରିଟେନ ପରେ ଏହା ଆଉ ଏକ ନୂତନ ପ୍ରକାର ଭୂତାଣୁ। ଯାହାକି ରୋଗ ପ୍ରତିରୋଧକ କ୍ଷମତାକୁ ସହଜରେ ମାତ୍ ଦେଇ ପାରୁଛି। ଏଥିଯୋଗୁଁ ଜଣେ ବାରମ୍ବାର ସଂକ୍ରମିତ ହେବା ସହିତ ଟିକା ନେଇଥିବା ବ୍ୟକ୍ତି ମଧ୍ୟ କୋଭିଡ୍ରେ ପୀଡ଼ିତ ହେଉଛନ୍ତି।
ଦ୍ବିତୀୟ ଲହରରେ ୧୮ରୁ ୪୫ ବର୍ଷ ସୁପର ସ୍ପ୍ରେଡର ଗ୍ରୁପ୍ ହିଁ ମୁଖ୍ୟତଃ ସଂକ୍ରମିତ ହେଉଛନ୍ତି।
ନିୟମିତ ଆର୍ଟିପିସିଆର ପରୀକ୍ଷଣରେ ନୂତନ କୋଭିଡ୍ ମାମଲାଗୁଡ଼ିକ ଚିହ୍ନଟ ହୋଇ ପାରୁନାହିଁ। ଫଳରେ ଏହାର ଆର୍-ଭେଲ୍ୟୁ(ସଂକ୍ରମଣ ବୃଦ୍ଧିର ସାମର୍ଥ) ବଢିବାରେ ଲାଗିଛି। ଏଥିଯୋଗୁଁ ଜଣେ ବ୍ୟକ୍ତି ଆକ୍ରାନ୍ତ ହେବା ପରେ ତୀବ୍ର ଗତିରେ ଅନେକ ଲୋକଙ୍କୁ ସଂକ୍ରମିତ କରିପାରୁଛି।
ଲୋକଙ୍କ ବେପରୁଆ ମନୋଭାବ, କୋଭିଡ ପ୍ରତିରୋଧ ପାଇଁ ମାସ୍କ, ସାନିଟାଇଜେସନ, ସାମାଜିକ ଦୂରତ୍ବ, ଟିକାକରଣକୁ ଗୌଣ କରାଯିବା ଯୋଗୁଁ ସଂକ୍ରମଣ ବଢୁଛି।
କରୋନାର ନୂତନ ଲକ୍ଷଣ
ଗତବର୍ଷର କରୋନାର ମୁଖ୍ୟ ଲକ୍ଷଣ ଥିଲା- ଶୁଖିଲା କାଶ, ଜ୍ବର, ଅବସାଦ, ନିଶ୍ବାସ ନେବାରେ ସମସ୍ୟା, ସ୍ବାଦ ହରାଇବା।
ଚଳିତ ବର୍ଷ କିନ୍ତୁ ଏସବୁ ସହିତ ଅନେକ ନୂତନ ଲକ୍ଷଣ ଚିହ୍ନଟ ହୋଇଛି। ଏଥିମଧ୍ୟରେ ରହିଛି ମୁଣ୍ଡବ୍ୟଥା, ତରଳ ଝାଡ଼ା, ଶରୀର ବ୍ୟଥା, ଦୁର୍ବଳତା, ଅସହଜ ଅନୁଭବ, ବାନ୍ତି ଇତ୍ୟାଦି। ଏଥିମଧ୍ୟରୁ ରୋଗୀ ନିକଟରେ ଗୋଟିଏ କିମ୍ବା ସବୁ ଲକ୍ଷଣ ଦେଖା ଦେଇପାରେ।
ଏହି ଭୁତାଣୁ ଏତେ ଶକ୍ତିଶାଳୀ ଯେ ପରିବାରର ଜଣେ ସଦସ୍ୟ ସଂକ୍ରମିତ ହେଲେ, ଅନ୍ୟ ସମସ୍ତେ ଏଥିରେ ପୀଡ଼ିତ ହୋଇଯାଉଛନ୍ତି। ପୂର୍ବରୁ କୋଭିଡ ACE 2 ରିଫେକ୍ଟରର ସଂସ୍ପର୍ଶରେ ଆସି ସଂକ୍ରମିତ କରୁଥିଲା। କିନ୍ତୁ ବର୍ତ୍ତମାନ ଅବସ୍ଥାରେ ଶରୀରରେ ଅନାୟସରେ ଗତି କରୁଛି। ପୂର୍ବଭଳି ତାକୁ ସଂଗ୍ରାହକର ଆବଶ୍ୟକତା ରହୁ ନାହିଁ।
ଗତବର୍ଷ କରୋନାରେ ଶିଶୁମାନେ ପ୍ରାୟତଃ ସଂକ୍ରମିତ ହେଉ ନ ଥିଲେ। କିନ୍ତୁ ଏବେ ଏହି ଭୂତାଣୁ ଶିଶୁଙ୍କୁ ମଧ୍ୟ ସଂକ୍ରମିତ କରୁଛି। ତେଣୁ ଶିଶୁମାନଙ୍କୁ ଏ ନେଇ ସଚେତନ କରାଯିବାର ଆବଶ୍ୟକତା ରହିଛି।
ଅନେକ କ୍ଷେତ୍ରରେ ସଂକ୍ରମଣ ବଢ଼ିବା ପରେ ରୋଗୀର ଅମ୍ଳଜାନ ସ୍ତର ହ୍ରାସ ପାଉଛି। ଯାହାର ତୁରନ୍ତ ଉପଚାର ନ କଲେ ଘାତକ ସାବ୍ୟସ୍ତ ହେଉଛି।
ପୃଷ୍ଠଭୂମିରେ ଭୂତାଣୁର ସଂକ୍ରମଣ ବିପଦ ନୁହେଁ, ବର୍ତ୍ତମାନର ସମୟରେ ବିଶୋଧୀକରଣର ଗୁରୁତ୍ବ ନାହିଁ।
/sambad/media/post_attachments/wp-content/uploads/2021/04/cccaaaa.jpg)
ଅଧିକାଂଶ ମାମଲାରେ ସଂକ୍ରମଣ ପ୍ରଥମ ଦିନରୁ ନବମ ଦିନ ପର୍ଯ୍ୟନ୍ତ ଭୂତାଣୁ ବୃଦ୍ଧି ପାଇଛି। ଏହାପରେ ଏହାର ବୃଦ୍ଧି ହେଉ ନାହିଁ
ଏହି ସମୟରେ ଜିଭର ସ୍ବାଦ ହରାଇବା, ଶରୀରରେ ଉଚ୍ଚ ତାପମାତ୍ରା ରହିବା ଏବଂ ତୃତୀୟ ଦିନରେ କାଶ ହେବା କରୋନାର ବଡ଼ ଲକ୍ଷଣ ଅଟେ।
୬ ମିନିଟ ଚାଲିଲେ ଯାହାର ୫ ପ୍ରତିଶତ ଏସପିଓଟି(ଅମ୍ଳଜାନ ସ୍ତର) ହ୍ରାସ ପାଇଲେ ବୁଝିବାକୁ ହେବ ଯେ ଏହା ନିମୋନିଆର ଲକ୍ଷଣ।
ସଂକ୍ରମଣର ପଞ୍ଚମ ଦିନଟି ସଙ୍କଟଜନକ। ତେଣୁ ସତର୍କ ରହିବା ଆବଶ୍ୟକ।
ତେଣୁ ଡାକ୍ତରଙ୍କ ପରାମର୍ଶ, ନିୟମିତ ଔଷଧ ସେବନ ଓ ସଂଗରୋଧରେ ରହିବା ଜରୁରି। ନିଶ୍ବାସ ନେବାରେ କଷ୍ଟ ଅନୁଭବ କଲେ ଏବଂ ଅମ୍ଳଜାନ ସ୍ତର ହ୍ରାସ ପାଇଲେ ହସ୍ପିଟାଲରେ ଭର୍ତ୍ତି ହେବା ଆବଶ୍ୟକ।
କୋଭିଡ ସଂକ୍ରମଣରୁ ଦୂରେଇ ପାଇବା ପାଇଁ ମାସ୍କ, ସାନିଟାଇଜେସନ, ସାମାଜିକ ଦୂରତ୍ବ, ଟିକାକରଣ ଜରୁରି।
କରୋନାକୁ ନେଇ ବ୍ୟସ୍ତ ନ ହୋଇ ଆମକୁ କରୋନା ସହିତ ବଞ୍ଚିବାକୁ ଶିଖିବାକୁ ହେବ।
କେତୋଟି ଜାଣିବା କଥା
ସଂସ୍ପର୍ଶ ସମୟ: ଆପଣ ଯଦି ୧୫ ମିନିଟ୍ରୁ ଅଧିକ ସମୟ ଧରି ଜଣେ ସଂକ୍ରମିତ ବ୍ୟକ୍ତିର ସଂସ୍ପର୍ଶରେ ଆସିବେ, ନିଜେ ସଂକ୍ରମିତ ହେବା ସମ୍ଭାବନା ଯଥେଷ୍ଟ ଅଧିକ।
୯୦ତମ ଦିନରେ ଶରୀର ଭିତରେ କୋଭିଡ୍ ଭୂତାଣୁ ସଂପୂର୍ଣ୍ଣ ଶେଷ ହୋଇ ଯାଇଥାଏ। ଯଦି ଥରେ ସଂକ୍ରମିତ ହେବାର ୯୦ ଦିନ ପରେ ପୁଣି ଆର୍ଟି-ପିସିଆର୍ ପଜିଟିଭ୍ ଆସିଲା ତାହେଲେ ତାହା ପୁନଃସଂକ୍ରମିତ ହୋଇଥିବାର ସୂଚନା।
କିନ୍ତୁ ଯଦି ଆର୍ଟି-ପିସିଆର୍ ନେଗେଟିଭ୍ ଆସିଲା ଓ ରୋଗର ଲକ୍ଷଣ ବଜାୟ ରହିଲା ତାହେଲେ ଛାତିର ସିଟି-ସ୍କାନ୍ କରାନ୍ତୁ।
୬ ମିନିଟ୍ ଚାଲିବା ପରୀକ୍ଷା
କୋଭିଡ୍ ଲକ୍ଷଣ ଦେଖା ଦେବାର ତୃତୀୟରୁ ଷଷ୍ଠ ଦିନ ମଧ୍ୟରେ ୬ ମିନିଟ୍ ଚାଲିବା ଦ୍ବାରା ଯଦି ରୋଗୀର ଅମ୍ଳଜାନ୍ସ୍ତର ୫% ହ୍ରାସ ପାଇବ ତା’ହେଲେ ତାହା ନିମୋନିଆର ସୂଚନା ଓ ସ୍ବାସ୍ଥ୍ୟ ପ୍ରତି ବିପଦ ରହିଛି। ତେଣୁ ତୁରନ୍ତ ଡାକ୍ତରଙ୍କ ସହ ଯୋଗାଯୋଗ କରନ୍ତୁ ବା ଡାକ୍ତରଖାନାରେ ଭର୍ତ୍ତି ହୁଅନ୍ତୁ।
/sambad/media/post_attachments/wp-content/uploads/2021/04/covid-11.jpg)
ଦ୍ବିତୀୟ ଲହରର ମୁକାବିଲା ପାଇଁ ଜୀବନ ରକ୍ଷକ ଯୋଜନା
ଦାୟିତ୍ବହୀନ ମନୋଭାବ ଓ କାର୍ଯ୍ୟକଳାପରୁ ଦୂରଇ ରହନ୍ତୁ।
ଏହା ଦ୍ରୁତ ପ୍ରସାରିତ ହେଉଥିବାରୁ ଯୁଦ୍ଧକାଳୀନ ପଦକ୍ଷେପ ନିଆଯିବା ଦରକାର।
ମାସ୍କ ନ ପିନ୍ଧିବା, ଭିଡ଼ ଜମାଇବା ଓ କରୋନା ମୁକାବିଲା ପରିପନ୍ଥୀ କାର୍ଯ୍ୟ ପ୍ରତି ଶୂନ୍ୟ ସହନଶୀଳତା ଦେଖାନ୍ତୁ।
ପେସାଦାର ଢଙ୍ଗରେ ମାସ୍କ ପିନ୍ଧିବା ଓ ଖୋଲିବା ଶିଖନ୍ତୁ।
କିଛି କରିବା ପୂର୍ବରୁ ଚିନ୍ତା କରନ୍ତୁ ଯେ ଏହା କରୋନାକୁ ମାରିବ ନା ତା’କୁ ବଢ଼ିବାରେ ସାହାଯ୍ୟ କରିବ।
ଜନସାଧାରଣ ଓ ସାଥୀ ପୁଲିସ୍ କର୍ମୀଙ୍କ ସହିତ କିଭଳି ବ୍ୟବହାର କରିବେ ତାହା ଶିଖନ୍ତୁ।
କୋଭିଡ୍ ଉପଯୋଗୀ ବ୍ୟବହାରର ଅନୁପାଳନ କରନ୍ତୁ।
ଭୂତାଣୁ ମାତ୍ରାକୁ ବୁଝନ୍ତୁ, ସେହି ଅନୁଯାୟୀ ସାବଧାନ ରହନ୍ତୁ।
ସମସ୍ତଙ୍କ ପାଇଁ ପରୀକ୍ଷା, ଚିହ୍ନଟ, ସଂଗରୋଧ ଓ ଟିକାକରଣ ମୁଖ୍ୟ ଉପାଦାନ।
ଟିକାର ସମସ୍ତ ଡୋଜ୍ ଶୀଘ୍ର ଗ୍ରହଣ କରନ୍ତୁ।
୭୦% ଲୋକଙ୍କ ଟିକାକରଣ ନ ହେବା ଓ ସାମୂହିକ ରୋଗ ପ୍ରତିଷେଧକ ଶକ୍ତି ବିକଶିତ ନ ହେବା ପର୍ଯ୍ୟନ୍ତ କରୋନାର ଏଭଳି ତରଙ୍ଗ ଆସୁଥିବ। ତେଣୁ ନିଜ ସାବଧାନତାର ସ୍ତରକୁ କମ୍ କରନ୍ତୁ ନାହିଁ। ବିଶେଷ କରି ସାମୂହିକ ପ୍ରତିରୋଧକ ଶକ୍ତି ହାସଲ ନ କରିବା ପର୍ଯ୍ୟନ୍ତ ମୁହଁରୁ ମାସ୍କ ହଟାନ୍ତୁ ନାହିଁ।
ଅଧିକ ଚାପ ନିଅନ୍ତୁ ନାହିଁ, ଚିନ୍ତିତ ହୁଅନ୍ତୁ ନାହିଁ ବା ଅତ୍ୟଧିକ ଶାରୀରିକ ପରିଶ୍ରମ କରନ୍ତୁ ନାହିଁ।
ନିଜ ଦୈନିକ କାର୍ଯ୍ୟସୂଚୀରେ ଯୋଗ ଓ ପ୍ରାଣାୟାମକୁ ସାମିଲ କରନ୍ତୁ।
ଦ୍ବିତୀୟ ଲହର ୧୦୦ ଦିନ ପର୍ଯ୍ୟନ୍ତ ରହିପାରେ।
/sambad/media/post_attachments/wp-content/uploads/2021/04/vaccine-1.jpg)
ଟିକା ନେବା ଜରୁରୀ କାହିଁକି?
କୋଭିଡ୍ ଟିକାର ୨ଟି ଡୋଜ୍ ନେବା ପରେ ବି କିଛି ଲୋକ ସଂକ୍ରମିତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି। କିନ୍ତୁ ଏଭଳି ଅଧିକାଂଶ ମାମଲାରେ ସେମାନେ ଲକ୍ଷଣବିହୀନ ବା ସ୍ବଳ୍ପ ଲକ୍ଷଣଯୁକ୍ତ। ଏଭଳି କ୍ଷେତ୍ରରେ ଉଚ୍ଚ ସିଟି ଭାଲ୍ୟୁ ରହିବା ସହ ଭାଇରଲ୍ ଲୋଡ୍ ଖୁବ୍ କମ୍ ଥାଏ। ଏଭଳି ବ୍ୟକ୍ତିଙ୍କଠାରୁ ଅନ୍ୟମାନେ ସଂକ୍ରମିତ ହେବା ସମ୍ଭାବନା ଅତି ନଗଣ୍ୟ।
ତେଣୁ ବିପଦ ହ୍ରାସ କରିବାକୁ ଆଜି ହିଁ ଟିକା ନିଅନ୍ତୁ।