ଅଫିସ୍‌ରେ ସର୍ବଦା ଆପଣଙ୍କୁ ହଇରାଣ କରୁଥିବା ସହକର୍ମୀ କିମ୍ବା ବସ୍‌ଙ୍କଠୁ କେମିତି ପାଇବେ ମୁକ୍ତି

ପ୍ରାୟ ସମସ୍ତ ଅଫିସ୍‌ରେ ସମସ୍ତଙ୍କ କାର୍ଯ୍ୟ ଜୀବନରେ ଏମିତି ଜଣେ ସହକର୍ମୀ ଥାଆନ୍ତି, ଯିଏ ଅଯଥାରେ ଆପଣଙ୍କୁ ହଇରାଣ କରୁଥାଏ ଓ ବିନା କୌଣସି କାରଣରେ ଆପଣଙ୍କ ଭୁଲ୍‌ ବାହାର କରୁଥାଏ। ଯେଉଁଥିପାଇଁ ଆପଣ ନିଜ କାର୍ଯ୍ୟରେ ଧ୍ୟାନ ରଖି କରି ପାରନ୍ତି ନାହିଁ। କେମିତି ଏଭଳି ଅବସ୍ଥା ବା ପରିସ୍ଥିତିରୁ ମୁକ୍ତି ପାଇବେ, ଆସନ୍ତୁ ଜାଣିବା।

 

ସର୍ବଦା ନିଜ ଜୀବନ ସହ କାର୍ଯ୍ୟକୁ ଯୋଡ଼ନ୍ତୁ ନାହିଁ
ଆପଣ କୌଣସି ଅଫିସ୍‌ରେ କାମ କଲାବେଳେ ଭାବନ୍ତି ସମସ୍ତେ ନିଜ ନିଜ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି, ନିଜ ନିଜ କାର୍ଯ୍ୟର ସମସ୍ୟା ଓ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ତାହାକୁ ଶେଷ କରିବାକୁ ଚେଷ୍ଟା କରୁଛନ୍ତି। ତେଣୁ ଆପଣ ଭାବି ଦିଅନ୍ତି ଯେ, ଆପଣଙ୍କ ସହ ବନ୍ଧୁତା କରିବା ପାଇଁ କାହା ପାଖରେ ସମୟ ନାହିଁ ବୋଲି।। ସେଥିପାଇଁ ନିଜକୁ ଶାନ୍ତ ଓ ମିଜାଜ୍‌କୁ ଠିକ୍‌ ରଖିବା ପାଇଁ ଏମିତି ଭାବନାକୁ ଗୁରୁତ୍ୱ ଦିଅନ୍ତୁ ନାହିଁ।

 

କୂଟନୀତିଜ୍ଞ ହେବା ଜରୁରୀ
ସିଧାସଳଖ କୌଣସି ବ୍ୟକ୍ତିଙ୍କୁ ଉତ୍ତର ଦେବା ଓ ନିଜ କାର୍ଯ୍ୟ ସହ ଅନ୍ୟାନ୍ୟ ଜିନିଷକୁ ମଧ୍ୟ ଗୁରୁତ୍ୱ ଦେଇ ଜୀବନଯାପନ କରିବା ଭଲ। କିନ୍ତୁ, ଯେତେବେଳେ ଆପଣ କୌଣସି ଅଫିସ୍‌ରେ କାମ କରୁଛନ୍ତି ଓ ପରିସ୍ଥିତି ଅନୁଯାୟୀ କୌଣସି ସହକର୍ମିଙ୍କୁ ରୋକ୍‌ଠୋକ୍‌ ଅପ୍ରିୟ ସତ୍ୟ କହିବାକୁ ପଡ଼େ, ତା’ହେଲେ ସିଧାସଳଖ ରୁକ୍ଷ ହୋଇ ଉତ୍ତର ଦେବା ଅପେକ୍ଷା ବେଳେବେଳେ କୂଟନୀଜ୍ଞ ହୋଇ ଉତ୍ତର ଦେବା ଭଲ ହୋଇଥାଏ। ଏମିତିରେ ଆପଣଙ୍କ ସମ୍ପର୍କ ସମସ୍ତ ସହକର୍ମୀଙ୍କ ସହ ଭଲ ରହିଥାଏ।

 

ନିରୋଳାରେ କଥା ହୁଅନ୍ତୁ
ବିରକ୍ତିକର ସହକର୍ମୀ ଯଦି ଆପଣଙ୍କ କଥାବାର୍ତ୍ତାକୁ ମାମୁଲି ବୋଲି ନେଉଛନ୍ତି ତା’ହେଲେ ତାଙ୍କ ସହ ନିରୋନଳାରେ କଥା ହୁଅନ୍ତୁ। ତାଙ୍କୁ ବିନମ୍ରଭାବେ ବୁଝାନ୍ତୁ ଯେ, ତାଙ୍କ ଯୋଗୁଁ ବାସ୍ତବରେ ଆପଣଙ୍କର କେମିତି ଅସୁବିଧା ହେଉଛି।

 

ଏ ଧାରା ନିଶ୍ଚୟ ମାନନ୍ତୁ
ନିଜର ବ୍ୟବହାରକୁ ବିଶ୍ଲେଷଣ କରିବାର ଚେଷ୍ଟା କରନ୍ତୁ ଓ ସମସ୍ତ ପରିସ୍ଥିତିରେ ପ୍ରତିକ୍ରିୟା କରିବାର ଉପାୟ ଖୋଜନ୍ତୁ। ଯଦି ଆପଣଙ୍କ ସହକର୍ମୀଙ୍କୁ କୌଣସି କାର୍ଯ୍ୟ ପାଇଁ ପ୍ରଶଂସା ମିଳେ ଓ ସେଥିପାଇଁ ଆପଣ ଚିଡ଼ନ୍ତି ତା’ହେଲେ ଏହା ଆପଣଙ୍କ ଡର ଓ ନିଜେ ଭଲ ହୋଇ ନ ଥିବାର କାରଣ ଯୋଗୁଁ ହୋଇଥଇ ପାାରେ। ଯଦି ଆପଣଙ୍କ ସହକର୍ମୀ ଅଧିକ ମଜାକିଆ ଓ ଖୁସ୍‌ମିଜାଜ୍‌ ଅଟନ୍ତି, ତା’ହେଲେ କାର୍ଯ୍ୟସ୍ଥଳରେକେମିତ ଶାନ୍ତି ଓ ସ୍ଥିରତା ବଜାୟ ରହିବ, ତାଙ୍କ ଠାରୁ ଶିଖିବାକୁ ଚେଷ୍ଟା କରନ୍ତୁ।

 

କୌଣସି ଜିନିଷ କାମ ନ କଲେ, ଏହା କରନ୍ତୁ
ଯଦି ଆପଣଙ୍କର ମନେହେଉଛି, ସମସ୍ତ ଉପାୟ କଲା ସତ୍ତ୍ୱେ ସମସ୍ୟା ସମାଧାନ ହେଉନାହିଁ, ତା’ହେଲେ ଡରନ୍ତୁ ନାହିଁ। ସମସ୍ୟାର ସମାଧାନ କରିବା ପାଇଁ ନିଜକୁ ପ୍ରସ୍ତୁତି କରନ୍ତୁ। ଆପଣଙ୍କ ସମସ୍ୟାର ପ୍ରମାଣ ସଂଗ୍ରହ କରି ଅଫିସ୍‌ର ମ୍ୟାନେଜର୍‌ ଓ ଏଚ୍‌ଆର୍‌ ପାଖକୁ ଯାଇ କୁହନ୍ତୁ। ଧ୍ୟାନ ରଖନ୍ତୁ, ଆପଣ ଯେତେ ଚୁପ୍‌ ରହି ସବୁ ଜିନିଷ ସହିବେ, ସେତିକି ଆପଣଙ୍କ ସମସ୍ୟା ବଢ଼ିବ।

 

ସମ୍ବନ୍ଧିତ ଖବର