ଶିଶୁଙ୍କୁ ଇଣ୍ଟରନେଟଠାରୁ ସୁରକ୍ଷା ଦିଅନ୍ତୁ, କେତେକ ଟିପ୍ସ

ଆପଣଙ୍କ ପିଲାଙ୍କ ନିମନ୍ତେ ସାଇବର ସ୍ପେସ୍‌କୁ ନିରାପଦ ରଖିବା ପାଇଁ ଓ ଅଧିକ ଉପଭୋଗ୍ୟ କରିବା ପାଇଁ, ଚଳିତ ଗ୍ରୀଷ୍ମ ଋତୁରେ ନିରାପଦ ଅନ୍‌ଲାଇନ୍‌ ଯାତ୍ରା ପାଇଁ ଆମେ ଆପଣଙ୍କ ପାଇଁ କିଛି ଟିପ୍‌ସ ନେଇ ଆସିଛୁ ।

୧. ସଠିକ୍‌ ସମୟରେ ଆରମ୍ଭ କରନ୍ତୁ- ପ୍ରାରମ୍ଭିକ ବୟସରେ ଆପଣଙ୍କର ପିଲାମାନଙ୍କ ସହିତ ଅନ୍‌ଲାଇନ୍‌ ନିରାପନ୍ନା ବିଷୟରେ ଆଲୋଚନା କରନ୍ତୁ। ପିଲାମାନେ ଡିଜିଟାଲ୍‌ ଦୁନିଆରେ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଅଭିଭାବକ ପିଲାମାନଙ୍କ ସହିତ ଏକ ଖୋଲା ଆଲୋଚନା କରିବା ଆବଶ୍ୟକ। ପିଲାମାନେ ଯେପରି ଇଣ୍ଟରନେଟ୍‌ ପ୍ରତି ଅଧିକ ନିର୍ଭରଶୀଳ ନ ହୁଅନ୍ତୁ ସେଥିପ୍ରତି ଅଭିଭାବକମାନେ ଧ୍ୟାନ ପ୍ରଦାନ କରିବା ଆବଶ୍ୟକ।

୨. ଆପଣଙ୍କର ସମସ୍ତ ଡିଭାଇସ୍‌ ନିରାପଦ ଓ ସୁରକ୍ଷିତ ରହିଥିବା ସୁନିଶ୍ଚିତ କରନ୍ତୁ – ଆପଣଙ୍କର ଶିଶୁକୁ କୌଣସି ଡିଭାଇସ୍‌କୁ ବ୍ୟବହାର କରିବାକୁ ଦେବା ପୂର୍ବରୁ ଏହା ସବୁ ଦିଗରୁ ସୁରକ୍ଷିତ ରହିଥିବା ସୁନିଶ୍ଚିତ କରନ୍ତୁ- ଆପଣଙ୍କ ଶିଶୁକୁ ଏହି ଡିଭାଇସ୍‌ର ଆଡ୍‌ମିନ୍‌ ହେବାକୁ ଦିଅନ୍ତୁ ନାହିଁ, ଅପରେଟିଂ ସିଷ୍ଟମ୍‌ର ଲାଟେଷ୍ଟ ଭର୍ସନକୁ ଇନ୍‌ଷ୍ଟାଲ୍‌ କରନ୍ତୁ ଓ ଏହାକୁ ନିୟମିତ ବ୍ୟବଧାନରେ ଅପ୍‌ଡେଟ୍‌ କରିବା ସୁନିଶ୍ଚିତ କରନ୍ତୁ, ଏହାର ଭାଇରସ୍‌ ସୁରକ୍ଷାକୁ ଚେକ୍‌ ଓ ଅପଡେଟ୍‌କରନ୍ତୁ, ୱେବ୍‌ସାଇଟ୍‌ ଓ ଆପ୍‌ରେ ପ୍ରାଇଭେସି ସେଟିଂକୁ ଏନାବଲ  କରନ୍ତୁ ଓ ସମସ୍ତ ଡିଭାଇସ୍‌ରେ ଜିଓଲୋକେସନକୁ ଡିସାବଲ୍‌ କରିନିଅନ୍ତୁ । ୱିଣ୍ଡୋଜ୍‌ ସେଟିଂ – ଅପ୍‌ଡେଟ୍‌ ଏଣ୍ଡ ସିକ୍ୟୁରିଟିକୁ ଯାଆନ୍ତି ଓ ଆପଣଙ୍କର ସେଟିଂକୁ ଅପ୍‌ଡେଟ୍‌ କରିନିଅନ୍ତୁ ।

୩. ଏକ ସ୍ୱତନ୍ତ୍ର ପାସ୍‌ୱାର୍ଡ଼ର ବ୍ୟବହାର କରନ୍ତୁ – ପାସ୍‌ୱାର୍ଡ଼ ହେଉଛି ଏକ ଦ୍ୱାର ସଦୃଶ ଯାହାକି ପ୍ରବେଶ ଓ ନିରାପନ୍ନାର ଏକ ପ୍ରଥମ ସ୍ତର। ତେଣୁ ଏକ ଦୃଢ଼ ପାସ୍‌ୱାର୍ଡ଼ ବ୍ୟବହାର କରିବା ହେଉଛି ଗୁରୁତ୍ୱପୂର୍ଣ୍ଣ। ଲମ୍ବା ଶବ୍ଦ ଯେଉଁଥିରେ କ୍ୟାପିଟାଲ୍‌ ଓ ଲୋୟର କେସ୍‌ ଲେଟର ମିଶି କରି ରହିଥିବ, ନମ୍ବର ଓ ସିମ୍ବଲ ଏଥିପାଇଁ ଉପଯୋଗୀ। ଏଗୁଡ଼ିକ ଅତ୍ୟଧିକ ଜଟିଳ ହେବା ଉଚିତ୍‌ ନୁହେଁ। ଉଦାହରଣସ୍ୱରୂପ ଆପଣଙ୍କ ପ୍ରିୟ ଗୀତର ପ୍ରାରମ୍ଭିକ ଅଂଶ ।

୪. ଆପଣ କେଉଁଠାରେ କ୍ଲିକ୍‌ କରୁଛନ୍ତି ସେଥିପ୍ରତି ଯତ୍ନବାନ ରୁହନ୍ତୁ  – ଅନେକ ଗୁଡ଼ିଏ ଭାଇରସ୍‌ ଓ ସ୍ପାଏଓୟାରର ବିପଦ ରହିଛି, ଯେକୌଣସି ବିଷୟ ଉପରେ କ୍ଲିକ୍‌ କରିବା ପୂର୍ବରୁ ଥରେ ଚିନ୍ତା କରନ୍ତୁ , ଏହା ୱେବ୍‌ସାଇଟ୍‌ ବା ଇ-ମେଲ୍‌ ହୋଇପାରେ ବା ଏପରିକି ଆପଣ କୌଣସି ବ୍ୟକ୍ତିଙ୍କୁ ଜାଣିଛନ୍ତି ବୋଲି ଭାବୁଥାଇପାରନ୍ତି ।

୫. ବ୍ୟକ୍ତିଗତ ବିବରଣୀ ପ୍ରଦାନ କରନ୍ତୁ ନାହିଁ – ସୋସିଆଲ୍‌ ମିଡିଆ ଆକାଉଣ୍ଟରେ ଅଜଣା ବ୍ୟକ୍ତିଙ୍କୁ ଯୋଗ ନକରିବା ଓ ଏଥି ସମ୍ପର୍କିତ ବିପଦ ବିଷୟରେ ପିଲାମାନଙ୍କୁ ଅବଗତ କରାଇବା ଉଚିତ୍‌। ପ୍ରାଇଭେସି ଫିଲ୍‌ଟର ଓ ସିକ୍ୟୁରିଟି ଚେକ୍‌ ବିନା ସୋସିଆଲ୍‌ ମିଡିଆରେ ବ୍ୟକ୍ତିିଗତ ସୂଚନା ପ୍ରଦାନ କରିବା ଦ୍ୱାରା ମଧ୍ୟ ଆପଣଙ୍କର ଶିଶୁ ଅସୁବିଧାରେ ପଡ଼ିପାରେ। ଯେତେବେଳେ ତାଙ୍କର ପିଲାଟି ରାଗି, ବିଚଳିତ ବା ଅତ୍ୟଧିକ ଆବେଗ ପ୍ରବଣ ରହିଛି ସେତେବେଳେ ସେମାନେ ଯେପରି ସୋସିଆଲ୍‌ ମିଡିଆର ବ୍ୟବହାର ନକରନ୍ତି ସେଥିପ୍ରତି ଯତ୍ନବାନ ରହିବା ଉଚିତ୍‌।

୬. ପ୍ୟାରେଣ୍ଟାଲ୍‌ କଣ୍ଟ୍ରୋଲ ବ୍ୟବହାର କରନ୍ତୁ – ଏହା ଅଭିଭାବକମାନଙ୍କ ନିମନ୍ତେ ଉପଲବ୍ଧ ରହିଛି। ୱିଣ୍ଡୋଜ୍‌ ୧୦ ରେ ପ୍ୟାରେଣ୍ଟାଲ୍‌ କଣ୍ଟ୍ରୋଲ ର ବ୍ୟବହାର ଦ୍ୱାରା ଆପଣଙ୍କର ଶିଶୁକୁ ଅନ୍‌ଲାଇନ୍‌ରେ ସୁରକ୍ଷିତ ରଖାଯାଇପାରିବ। ଏହାଦ୍ୱାରା ସ୍କ୍ରିନ୍‌ ଟାଇମ୍‌ ଅଭ୍ୟାସକୁ ସେଟ୍‌ କରାଯାଇପାରିଥାଏ ଯଦ୍ୱାରା ଅଭିଭାବକମାନେ ବ୍ରାଉଜିଂ ସମୟକୁ ନିର୍ଦ୍ଧାରିତ କରିପାରିଥାନ୍ତିି ତଥା ପିଲାମାନଙ୍କର ଡିଜିଟାଲ୍‌ ଜୀବନ ଓ ବୈଶିଷ୍ଟ୍ୟକୁ ଜାଣିବା ସହିତ ପିଲାଥିବା ସ୍ଥାନକୁ (ଡିଭାଇସ୍‌ ସ୍ଥାନକୁ ଟ୍ରାକ୍‌ କରି) ଜାଣି ପାରିଥାନ୍ତି ।

ସମ୍ବନ୍ଧିତ ଖବର