ସମସ୍ତ ସ୍ମାର୍ଟ୍ଫୋନ୍ ଉପଭୋକ୍ତାଙ୍କୁ ଲୋ ମେମୋରି ସମସ୍ୟାର ସାମନା କରିବାକୁ ପଡ଼ିଥାଏ। ଅଧିକାଂଶ ଯେଉଁ ହେଣ୍ଡସେଟ୍ରେ ମାଇକ୍ରୋ ଏସ୍ଡି କାର୍ଡ୍ ନ ଥାଏ ସେମାନଙ୍କ ମେମୋରି ଖୁବ୍ ଶୀଘ୍ର ଭରିଯାଏ। ସ୍ପେସ୍ କମ୍ ହେବା ଯୋଗୁଁ ବ୍ୟବହାରକାରୀ ଭିଡିଓ ବନେଇ ପାରନ୍ତି ନାହିଁ, ଏପରିକି ନୂଆ ଆପ୍ ମଧ୍ୟ ଡାଉନ୍ଲୋଡ଼୍ କରିପାରନ୍ତି ନାହିଁ। ଜାଣନ୍ତୁ ଲୋ ମେମୋରି ସମସ୍ୟାକୁ କେମିତି ଦୂର କରିବେ...
କ୍ଲିୟର୍ କ୍ୟାଚେ ଓ ଡାଟା
ସେଟିଙ୍ଗ୍> ଷ୍ଟୋରେଜ୍> ଆପ୍
ଏହି ସେଟିଙ୍ଗ୍କୁ ଫଲୋ ଭିତରକୁ ଯାଆନ୍ତୁ ଓ କ୍ଲିୟର୍ କେଚ୍ ଏବଂ କ୍ଲିୟର୍ ଡାଟାରେ କ୍ଲିକ୍ କରନ୍ତୁ।
ସେଟିଙ୍ଗ୍> ଷ୍ଟୋରେଜ୍> ଇଣ୍ଟର୍ନାଲ୍ ଷ୍ଟୋରେଜ୍> କ୍ଲିୟର୍ ଡାଟା
ଏହି ସେଟିଙ୍ଗ୍ରେ ବ୍ୟବହାରକାରୀ ଫୋନ୍ର ଇଣ୍ଟର୍ନାଲ୍ ମେମୋରିର କେଚେ ଡାଟା କ୍ଲିୟର କରିପାରିବେ।
ଆପ୍ସ୍ ମାଇକ୍ରୋ ଏସ୍ଡି କାର୍ଡକୁ ସ୍ଥାନାନ୍ତର
ସେଟିଙ୍ଗ୍> ଷ୍ଟୋରେଜ୍> ଆପ୍
ଯଦି ଆପଣଙ୍କ ଫୋନ୍ରେ ଅପ୍ସନ୍ ଥାଏ ତା’ହେଲେ ଏହି ସେଟିଙ୍ଗ୍କୁ ଯାଇ ଆପ୍କୁ ମାଇକ୍ରୋ ଏସ୍ଡି କାର୍ଡକୁ ସ୍ଥାନାନ୍ତର କରନ୍ତୁ।
ଗୁଗଲ୍ ଫଟୋଜ୍ର ବ୍ୟବହାର
ଯଦି ଆପଣଙ୍କ ମୋମୋରି କାର୍ଡ ନାହିଁ ଓ ଇଣ୍ଟର୍ନାଲ୍ ମେମୋରି ମଧ୍ୟ କମି ଯାଇଛି ତା’ହେଲେ ଗୁଗଲ୍ ଫଟୋଜ୍କୁ ଯାଇ ଏଥିରେ ଅଟୋମେଟିକ୍ ବ୍ୟାକଅପ୍ ଅନ୍ କରି ଦିଅନ୍ତୁ। ଏଥିରେ ୧୫ ଜିବି ଫ୍ରି କ୍ଲାଉଡ୍ ଷ୍ଟୋରେଜ୍ ଦେଇଥାଏ , ଯେଉଁଥିରେ ଆପର ଭିଡିଓ ଓ ଫଟୋ ଉଭୟ ସେଭ୍ କରି ପରେ ଡିଲିଟ୍ ମଧ୍ୟ କରିପାରିବେ।
ଲାଇଟ୍ ଆପ୍ସ୍ର ବ୍ୟବହାର
ଫେସ୍ବୁକ୍, ୟୁଟ୍ୟୁବ୍, ମେସେଞ୍ଜର୍ ଭଳି ଏମିତି ଅନେକର ଲାଇଟ୍ ଆପ୍ ଅଛି ଯାହାର ମେମୋରି ସାଇଜ୍ ବହୁତ୍ କମ୍ ଏହାକୁ ଆପଣ ସ୍ମାଟ୍ର୍ଫୋନ୍ରେ ଇନ୍ଷ୍ଟଲ୍ କରିପାରିବେ। ଏହାଦ୍ୱାରା ଫୋନ୍ର ସ୍ପିଡ୍ ମଧ୍ୟ ବଢ଼ିବ।
କ୍ଲାଉଡ୍ ଷ୍ଟୋରେଜ୍ର ବ୍ୟବହାର
ଆପଣ ଫୋନ୍ ଇଣ୍ଟର୍ନାଲ୍ ମେମୋରିର ସମସ୍ତ ଡାଟା କ୍ଲାଉଡ୍ ଷ୍ଟୋରେଜ୍ ଦେଉଥିବା ଡ୍ରପ୍ବକ୍ସ୍, ଓ୍ଵାନ୍ଡ୍ରାଇଭ୍ ଓ ଗୁଗଲ୍ ଡ୍ରାଇଭ୍ ଆଦିରେ ସ୍ଥାନାନ୍ତର କରିପାରିବେ। ଏଥିରେ ଆପଣ ଡାଟାକୁ ଜୀବନସାରା ରଖିପାରିବେ ଓ ରିକଭର୍ ମଧ୍ୟ କରିପାରିବେ।