ଜାଣନ୍ତୁ ୨ ମିନିଟ୍‌ରେ କିପରି ଖୋଲିବେ ସ୍ମାର୍ଟଫୋନ୍‌ର ଲକ୍‌ !

ଯଦି ଆପଣଙ୍କ ବି ସ୍ମାର୍ଟଫୋନ୍‌ର ପାର୍ଟନ ଲକ୍‌ ଖୋଲୁନାହିଁ କିମ୍ବା ପିନ୍‌କୋଡ୍‍ ଭୁଲିଯାଇଛନ୍ତି ଅଥବା ଅନ୍ୟ କୌଣସି ଲକ୍‌ ପଡ଼ି ଯାଇଛି ତାହା ଆପଣ ଖୋଲିବାକୁ ଚାହୁଁଥାଆନ୍ତି ,ତେବେ ଆପଣଙ୍କୁ କ’ଣ କରିବାକୁ ପଡ଼ିବ ଜାଣନ୍ତୁ। ଆମେ ଏପରି ଉପାୟ ବିଷୟରେ କହିବୁ, ଯାହାକୁ କରିବାକୁ କେବଳ ମାତ୍ର ହିଁ ୨ ମିନିଟ୍‌ର ସମୟ ଲାଗିଥାଏ!

କିପରି ଖୋଲିବେ ମୋବାଇଲ୍‌ର ଲକ୍‌?

ସର୍ବପ୍ରଥମେ ଆପଣ ଆପଣଙ୍କ ଫୋନ୍‌କୁ ସ୍ୱିଚ୍‌ଅଫ୍‌ କରନ୍ତୁ। ତେବେ ସ୍ୱିଚ୍‌ଅଫ୍‌ କଲା ପରେ ଆପଣଙ୍କୁ ସ୍ୱିଚ୍‌ଅନ୍‌ର ବଟନ୍‌କୁ ଦବାଇି ରଖିବା ସାଥ୍‌ସାଥ୍‌ ଭଲ୍ୟୁମ୍‌ ବଢ଼ାଉଥିବା ବଟନ୍‌କୁ ମଧ୍ୟ ଦବାଇବାକୁ ପଡ଼ିବ। ଏହାପରେ ଆପଣଙ୍କୁ ସ୍କ୍ରିନ୍‌ରେ କେତେଟି ଅପସନ୍‌ ଦୃଶ୍ୟମାନ ହେବ। ଏହି ଅପ୍‌ସନ୍‌ ମଧ୍ୟରେ ରହିଥିବା ‘ଫ୍ୟାକ୍ଟୋରି ଡ଼ାଟା ରିସେଟ୍‌’ ବଟନ୍‌କୁ ଯାଇ ‘ଓକେ’ ବଟନ୍‌କୁ ଦବାଇବାକୁ ପଡ଼ିବ। ଯାହାପରେ କି ଆପଣଙ୍କ ଫୋନ୍‌ ରିସେଟ୍‌ ହେବାର ପ୍ରକ୍ରିୟାଟି ଆରମ୍ଭ ହେବାକୁ ଲାଗିବ ଏବଂ କିଛି ସମୟ ମଧ୍ୟରେ ଆପଣଙ୍କ ଫୋନ୍‌ର ଲକ୍‌ଟି ଆପେ ଆପେ ଖୋଲିଯିବ!

ଏହି ଉପାୟର ଅବଲମ୍ବନ କରିବା ସମୟରେ ଆପଣଙ୍କୁ ଅତି ସାବଧାନତାର ସହିତ କରିବାକୁ ହେବ। କାହିଁକିନା ଏହି ପ୍ରକ୍ରିୟାରେ ଆପଣଙ୍କର ପାର୍ଟନ ଲକ୍‌ ତ ଖୋଲିଯିବ, ହେଲେ ଆପଣଙ୍କ ମୋବାଇଲ୍‌ ଭିତରେ ରହିଥିବା ସମସ୍ତ ଡ଼ାଟା କିନ୍ତୁ ଡ଼ିଲିଟ୍‌ ହୋଇଯିବ। ତେବେ ଆପଣ କେବଳ ଏହି ଉପାୟଟିକୁ ସେତିକି ବେଳେ ହିଁ ଆପଣାନ୍ତୁ ,ଯେତେବେଳେ କି ଆପଣ ଆପଣଙ୍କର ପାର୍ଟନ୍‌ ଲକ୍‌ଟିକୁ ଭୁଲିଯାଇଛନ୍ତି।

ସମ୍ବନ୍ଧିତ ଖବର