ଆପଣ ଆପଣଙ୍କ ମୋବାଇଲ୍‌ ସର୍ଭିସ୍‌ ପ୍ରୋଭାଇଡର୍‌ଙ୍କ ସହ ଖୁସି ନାହାନ୍ତି କି? ତା’ହେଲେ ମୋବାଇଲ୍‌ ନମ୍ବରକୁ ନ ବଦଳାଇ ଏହି ପ୍ରକ୍ରିୟା ଦ୍ୱାରା ସର୍ଭିସ୍‌ ପ୍ରୋଭାଇଡର୍‌କୁ ବଦଳାନ୍ତୁ। ଜାଣନ୍ତୁ କେମିତି କରିବେ ପୋର୍ଟେବିଲିଟି ବା ଏମ୍‌ଏନ୍‌ପି।

Advertisment

publive-image publive-image publive-image

କେମିତି କରିବେ ମୋବାଇଲ୍‌ ନମ୍ବର ପୋର୍ଟେବିଲିଟି।
ଏହି ଲିଙ୍କ୍‌କୁ ଖୋଲନ୍ତୁ – www.trai.gov.in ଓ ଡାଉନ୍‌ଲୋଡ୍‌ କରନ୍ତୁ କଷ୍ଟମର୍‌ ଆକ୍ୟୁସନ୍‌ ଫର୍ମ୍‌ (CAF) ଓ ପୋର୍ଟିଂ ଫର୍ମ୍‌। PORT 98XXXXXX98 (ଆପଣଙ୍କ ମୋବାଇଲ ନମ୍ବର) ଲେଖି 1900କୁ ମେସେଜ୍‌ ପଠାନ୍ତୁ। ଯଦି ଆପଣ ଯୋଗ୍ୟ ହୋଇଥିଲେ ଆପଣଙ୍କ ପାଖକୁ ଏସ୍‌ଏମ୍‌ଏସ୍‌ ଦ୍ୱାରା ୟୁନିକ୍‌ ପୋର୍ଟିଙ୍ଗ୍‌ କୋଡ୍‌ (UPC) ଆସିବ। ଆପଣ ଶିଘ୍ର ଏକ ମେସେଜ୍‌ ପାଇବେ ଯେଉଁଠି ୮ ସଂଖ୍ୟା ବିଶିଷ୍ଟ ୟୁପିସି କୋଡ୍‌ ରହିଥିବ । ଉଦାହରଣ ସ୍ୱରୂପ LM548393। ୟୁପିସି କୋଡ୍‌ କେବଳ ୧୫ ଦିନ ପାଇଁ ବୈଧ। ଆପଣଙ୍କ ଆବେଦନ ମଞ୍ଜୁର ଓ ତତ୍‌ ସମ୍ପର୍କିତ କାଗଜପତ୍ର ପ୍ରସ୍ତୁତ ସରିଲା ପରେ ଆପଣଙ୍କ ମୋବାଇଲ୍‌ ନମ୍ବର ଏକ ସପ୍ତାହ ମଧ୍ୟରେ ଅନ୍ୟ ସର୍ଭିସ ପ୍ରୋଭାଇଡରଙ୍କୁ ହସ୍ତାନ୍ତର ହୋଇଯିବ। ଏହା ପରେ ଆପଣଙ୍କ ନୂଆ ସର୍ଭିସ୍‌ ପ୍ରୋଭାଇଡର୍‌ ଆପଣଙ୍କୁ ପୋର୍ଟିଂର ସମୟ ଓ ତାରିଖ ପଠାଇବେ। କିଛି ସର୍ଭିସ୍‌ ପ୍ରୋଭାଇଡର୍‌ ୨୪ ଘଣ୍ଟା ମଧ୍ୟରେ ପୋର୍ଟିଂ କରିବା ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଥାନ୍ତି।