ଏଣିକି ନୂଆ ତରିକାରେ ଏଟିଏମ କାର୍ଡରୁ ହେଉଛି ଲୁଟ୍‌! ଆସନ୍ତୁ ଜାଣିବା କିଭଳି ଭାବେ ଲୁଟେରାମାନେ ଏହି ଅଭିନବ ଉପାୟରେ ଚଳାଇଛନ୍ତି ଲୁଟ୍‌

ଦେଶରେ ଏଟିଏମ୍‌ରୁ ଲୁଟ୍‌ ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହା ଏବେ ଚିନ୍ତାର କାରଣ ପାଲଟିଥିବା ବେଳେ ଲୁଟେରାମାନେ ଏଟିଏମ୍‌ରୁ ଲୁଟ୍‌ ପାଇଁ ଏବେ ଆପଣାଇଛନ୍ତି ନୂଆ ତରିକା। ଏହି ନୂଆ ତରିକା ଜରିଆରେ ଖାତାରୁ ନିମିଷକ ମଧ୍ୟରେ ଗାଏବ ହୋଇଯାଉଛି ଟଙ୍କା। ଜାଣି ଆଶ୍ଚର୍ଯ୍ୟ ହେବେ କି ଏହି ଲୁଟ୍‌ ଆମ ଆଖି ସାମ୍ନାରେ ହେଉଛି ହେଲେ ଏନେଇ ଆମ ପାଖରେ ସାମାନ୍ୟତମ ସୂଚନା ନାହିଁ । ତେବେ ଆସନ୍ତୁ ଜାଣିବା କିଭଳି ଭାବେ ଲୁଟେରାମାନେ ଏହି ଅଭିନବ ଉପାୟରେ ଏଟିଏମରୁ ଲୁଟ୍‌ ଚଳାଇଛନ୍ତି।

ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଆମେ ବ୍ୟବହାର କରୁଥିବା ଏଟିଏମ ଏବଂ କ୍ରେଡିଟ କାର୍ଡରେ ମ୍ୟାଗ୍ନେଟିକ ଡାଟା ବ୍ୟବହାର କରାଯାଉଛି। ଯାହାଦ୍ୱାରା ଅତି ସହଜରେ ଟଙ୍କାକୁ ହଡପ କରାଯାଇପାରିବ। ବଡ କଥା ହେଲା କି, ଏସଂପର୍କରେ କାହାକୁ ବି ସାମାନ୍ୟତମ ସୁରାକ୍‌ ମିଳିପାରୁ ନାହିଁ। ଲୁଟେରାମାନେ ସ୍କିମର ଏବଂ ପେନ ଡ୍ରାଇଭ ଜରିଆରେ ପୂରା ଖେଳ ଖେଳିଥାନ୍ତି।

ଲୁଟେରାମାନେ ଏଟିଏମରେ ସ୍କିମର ଲଗାଇଥାନ୍ତି। ଏହି ସ୍କିମର ଯେତେବେଳେ ଆମେ ଏଟିଏମ୍‌ରୁ ଟଙ୍କା ଉଠାଇବାକୁ ଯାଉଛୁ ସେତେବେଳେ ଏହା ମାଗ୍ନେଟିକ୍‌ ଷ୍ଟ୍ରିପରୁ ସମସ୍ତ ଡାଟା ରିଡ କରିନେଇଥାଏ। ଏହାବ୍ୟତୀତ ଏଟିଏମ ମେସିନର କି-ପାଡ୍‌ ଉପରେ Levrel device ଲଗାଯାଇଥାଏ। ଯାହାକି ଆପଣଙ୍କର ଏଟିଏମର ପିନ କ୍ୟାପଚର କରିଦେଇଥାଏ। ବଡ କଥା ହେଲା, ଏସବୁ ଘଟଣା ଆପଣଙ୍କ ଆଖି ସାମ୍ନାରେ ହିଁ ହୋଇଥାଏ ଆଉ ଏବିଷୟରେ ଆପଣଙ୍କୁ ଟିକିଏ ବି ଆଭାସ୍‌ ହୋଇନଥାଏ। ଏଣୁ ଏଥିପ୍ରତି ସାବଧାନତା ଅବଲମ୍ବନ କଲେ ଏପରି ସମସ୍ୟାରୁ ରକ୍ଷା ପାଇପାରିବେ।

ସାବଧାନତା

ସର୍ବ ପ୍ରଥମେ ଏଟିଏମକୁ ଯେତେବେଳେ ଆପଣ ଟଙ୍କା ଉଠାଇବାକୁ ଯାଉଛନ୍ତି ସେତେବେଳେ କିଛି ସାବଧାନତା ଅବଲମ୍ବନ କରନ୍ତୁ। ଏହି ସମୟରେ ଧ୍ୟାନ ରଖିବେ କି ସେଠାରେ ଯେପରି କ୍ୟାମେରା ଲଗାଯାଇଥିବ, ଏଥିସହିତ ସେଠାରେ ଗାର୍ଡ ମଧ୍ୟ ଉପସ୍ଥିତି ଥିବା ଉଚିତ। ଏହାଦ୍ୱାରା ଆପଣଙ୍କର ସୁରକ୍ଷା ବଢିଯିବ। ଏଥିସହିତ ହିଁ ଯଦି ସେଠାରେ କୌଣସି ଗଡବଡି ହୁଏ ତେବେ ଆପଣ ସିସିଟିଭିରୁ ଏସଂପର୍କରେ ଯାଞ୍ଚ କରିପାରିବେ।

କାର୍ଡ ସ୍ୱାଇପ କରିବା ସମୟରେ ଧ୍ୟାନ ରଖିବେ କି, ଏହି ମେସିନର ତଳେ କିଛି ଲଗାଯାଇ ନାହିଁ ତ। ଯଦି ଆପଣଙ୍କୁ କିଛି ବି ଅଲଗା ଲାଗେ ତେବେ ଆପଣ କାର୍ଡ ସ୍ୱାଇପ୍‌ କରନ୍ତୁ ନାହିଁ। ଏଥିସହିତ ହିଁ ନିଜ ମୋବାଇଲରେ ଆସୁଥିବା ମେସେଜକୁ ବି ଚେକ୍‌ କରନ୍ତୁ ।

ସେହିପରି ଟ୍ରାଞ୍ଜାକସନ କରିବା ସମୟରେ ମେସିନର ପ୍ୟାଡ ଉପରେ ହାତକୁ ଢାଂକି ଦିଅନ୍ତୁ। ଏହାଦ୍ୱାରା କୌଣସି ବି ସ୍କିମର ଆପଣଙ୍କର ପିନ କିମ୍ବା ଡାଟା ଦେଖିପାରିବେ ନାହିଁ। ଏହାପରେ ଯେତେବେଳେ ଏଟିଏମରୁ ଟଙ୍କା ଉଠାଉଛନ୍ତି ସେତେବେଳେ ସେଠାରୁ ବାହାରିବା ସମୟରେ ଟ୍ରାଞ୍ଜାକସନର ରସିଦ ନିଶ୍ଚୟ ଆଣନ୍ତୁ।

ସମ୍ବନ୍ଧିତ ଖବର