ଏହି କାରଣରୁ ଆପଣଙ୍କ କାର-ସ୍କୁଟରରେ ପ୍ରବେଶ କରନ୍ତି ମୂଷା, ଏଭଳି ଉପାୟରେ ମିଳିବ ନିସ୍ତାର

ଅନେକ ସମୟରେ ଆପଣ ପାର୍କ କରିଥିବା କାର ବା ସ୍କୁଟର ଭିତରେ ମୂଷ‌ା ପଶିଯାଇଥାଏ। ଏଭଳି ସମସ୍ୟାର ସାମ୍ନା ପ୍ରାୟ ସମସ୍ତେ କରିଥିବେ ନିଶ୍ଚୟ। ବେଳେ ବେଳେ କାର ଅଧିକ ଦିନ ପର୍ଯ୍ୟନ୍ତ ପାର୍କ ନହୋଇ ମଧ୍ୟ ମୂଷା ପଶିଯାଉଥିବା ଦେଖାଯାଇଥାଏ। ଆଜି ଆମେ ଆପଣଙ୍କୁ ଗାଡ଼ି ଭିତରେ ମୂଷା ପଶିବାର କାରଣ ଏବଂ ଏଥିରୁ କିଭଳି ନିସ୍ତାର ପାଇବେ, ସେ ବିଷୟରେ ଜଣାଇବୁ।

ମୂଷା ପଶିବାର କାରଣ?

ମୂଷାମାନେ ଖୁବ ସହଜରେ ସବୁ ଜିନିଷର ବାସ୍ନା ବାରି ପାରନ୍ତି। ତେଣୁ ଯଦି ଆପଣଙ୍କର କାର୍ ପରିସ୍କାର ନାହିଁ ବା ସେଥିରେ ଆପଣ ଖାଦ୍ୟ ଜିତିଷ ରଖୁଛନ୍ତି, ତେବେ ମୂଷା ପଶିବା ଥୟ। ଦୀର୍ଘ ସମୟ ଧରି କାର ଭିତରେ ଖାଦ୍ୟ ଜିନିଷ ରଖିଲେ ବା କାରକୁ ସଫା ନରଖିଲେ ମୂଷ‌ାମାନେ ସହଜରେ ଭିତରକୁ ପ୍ରବେଶ କରିଥାନ୍ତି।

ଏଭଳି ଉପାୟରେ ମିଳିବ ନିସ୍ତାର

୧. ଯଦି ଆପଣ ଆପଣଙ୍କ କାରକୁ ମୂଷାମାନଙ୍କଠାରୁ ରକ୍ଷା କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ କାରକୁ କେବଳ ବାହାରୁ ନୁହେଁ ଭିତରରୁ ମଧ୍ୟ ସଫା ରଖିବା ଉଚିତ। କେବଳ ଏତିକି ନୁହେଁ, ଆପଣ ସମୟ ସମୟରେ କାର୍ ପାର୍କିଂ କ୍ଷେତ୍ରକୁ ମଧ୍ୟ ସଫା କରିବା ଦରକାର।

୨. ଯଦି ଆପଣ ଆପଣଙ୍କ କାରକୁ ମୂଷାଠାରୁ ଦୂରରେ ରଖିବାକୁ ଚାହୁଁଛନ୍ତି, ତେବେ ପିପରମେଣ୍ଟ ତେଲ ବ୍ୟବହାର କରିପାରିବ। ଆପଣ ଏହି ତେଲର କିଛି ବୁନ୍ଦା ନିୟମିତ ଭାବରେ ତୁଳାରେ ନେଇ ଗାଡ଼ିର ବିଭିନ୍ନ ସ୍ଥାନରେ ରଖିପାରିବେ। ଏହା ଦ୍ବାରା ପିପରମେଣ୍ଟ ତେଲର ବାସ୍ନା ଆଘ୍ରାଣ କରି ମୂଷାମାନେ ଭିତରକୁୁ ପ୍ରବେଶ କରିବେ ନାହିଁ।

୩. ଏବେ ବଜାରରେ ଅନେକ ପ୍ରକାରର ଗ୍ୟାଜେଟ୍ ରହିଛି, ଯାହାକୁ ଆପଣ ନିଜ କାରରେ ରଖିପାରିବେ। ଏହା ଦ୍ବାରା ମୂଷା ପ୍ରବେଶ କଲେ ଆପଣଙ୍କୁ ସଙ୍କେତ ମିିଳିବ।

୪. ଗାଡ଼ିକୁ ଦୀର୍ଘ ସମୟ ଧରି ପାର୍କିଂ କରୁଥିଲେ ସୂର୍ଯ୍ୟକିରଣ ଆସିବା ଭଳି ସ୍ଥାନରେ ରଖନ୍ତୁ। ଅନ୍ଧାରୁଆ ସ୍ଥାନରେ ରଖିଲେ ମୂଷା ସହଜରେ ପ୍ରବେଶ କରିଥାନ୍ତି।

୫. ଗାଡ଼ିରେ ଖାଦ୍ୟ ଜିନିଷ ରଖନ୍ତୁ ନାହିଁ। ନିୟମିତ ବ୍ୟବଧାନରେ ଗାଡ଼ିକୁ ସଫା କରନ୍ତୁ।

ସମ୍ବନ୍ଧିତ ଖବର