ଆପଣ ବି ପଢ଼ିପାରିବେ ଅନ୍ୟ ଜଣଙ୍କ ମନର କଥା! ଆପଣାନ୍ତୁ ୩ଟି ସରଳ ଉପାୟ

ଅଧିକାଂଶ ସମୟ ଆମେ କୌଣସି ବ୍ୟକ୍ତିଙ୍କ କଥାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଥାଉ, ଆମର ଇଚ୍ଛା ହୁଏ କି, ତାଙ୍କ ମନର କଥା ଜାଣି ପାରନ୍ତୁ କି! ଏମିତିରେ ନିଷ୍ପତ୍ତି ନେବା ସହଜ ହୋଇଯାଆନ୍ତା। ଯଦି ଆପଣ ବି ଏମିତି ଚାହୁଁଛନ୍ତି କାହାର ମନର କଥା ଜାଣିବା ପାଇଁ, ତା’ହେଲେ ଜାଣନ୍ତୁ ଏମିତି ୩ଟି ଉପାୟ ବିଷୟରେ ଯାହାକୁ ପ୍ରୟୋଗ କରି ଯେକୌଣସି ବ୍ୟକ୍ତିଙ୍କ ମନ କଥା ଅତି ସହଜରେ ଜାଣି ପାରିବେ।

ଏହା ଏମିତି ଏକ ପ୍ରକ୍ରିୟା ଯାହା ଦ୍ୱାରା ଆପଣ କିଛି ନ କହି ଅନ୍ୟ ବ୍ୟକ୍ତିଙ୍କ ମତିଗତି ଜାଣିପାରିବେ। ତାଙ୍କ ମୁଣ୍ଡରେ ଖେଳୁଥିବା କୌଣସି ଆଇଡିଆ ବା ଷଡ଼ଯନ୍ତ୍ର ବିଷୟରେ ଆଗରୁ ଆପଣ ଜାଣିଯିବେ। ଯଦି ଆପଣ ବି ଚାହୁଁଛନ୍ତି ଟେଲିପାଥିର ପ୍ରୟୋଗ କେମିତି କରିହୁଏ, ଅବଲମ୍ବନ କରନ୍ତୁ ଏହି ୩ଟି ପ୍ରକ୍ରିୟା….

 

ମେଡିଟେସନ୍‌ ବା ଧ୍ୟାନ: ପ୍ରଥମ ଚରଣ ହେଉଛି ମେଡିଟେସନ୍‌ ବା ଧ୍ୟାନ। ମେଡିଟେସନ୍‌ ଦ୍ୱାରା ଆପଣ ଆପଣଙ୍କ ମସ୍ତିଷ୍କକୁ ସବଳ ଓ ଏକାଗ୍ର କରି ପାରିବେ। ଯେତେବେଳେ ଆପଣଙ୍କ ମସ୍ତିଷ୍କ ସ୍ଥିର ହୋଇଯିବ ତେବେ ଆପଣ ସେହି ଜିନିଷ ସବୁ ବୁଝି ପାରିବେ ଯାହା ଆପଣ ବର୍ତ୍ତମାନର ଅବସ୍ଥାରେ ବୁଝି ପାରନ୍ତି ନାହିଁ।

ଯୋଗାସନ: ଯୋଗାସନ ଜରିଆରେ ଆପଣ ଆପଣଙ୍କ ମସ୍ତିଷ୍କ ଉପରେ ନିୟନ୍ତ୍ରଣ ପାଇ ପାରିବେ। ନିଜ ମସ୍ତିଷ୍କକୁ ନିୟନ୍ତ୍ରିତ କରି ଆପଣ ଆପଣଙ୍କ ଧ୍ୟାନ ବଢ଼େଇ ପାରିବେ ଯାହା ବହୁତ ଫାଇଦା ଦେଇଥାଏ। ପ୍ରାଚୀନ ଯୁଗରେ ଋଷି-ମୁନି ଧ୍ୟାନ ଓ ଯୋଗର ସହାୟତାରେ ଏହି ପ୍ରକ୍ରିୟାକୁ ପ୍ରୟୋଗ କରୁଥିଲେ।

ଆଧୁନିକ ଶୈଳୀ: ଯୋଗ ଓ ଧ୍ୟାନ ବ୍ୟତୀତ, ଯେତେବେଳେ ଆପଣ ଆଖପାଖର ସ୍ଥିତିକୁ ନଜର ରଖିବା ଆରମ୍ଭ କରିବେ, ଘଟଣାମାନଙ୍କୁ ଠିକ୍‌ ଭାବରେ ବିଶ୍ଳେଷଣ କରିବା କରି ବସିବା ସହ ସ୍ଥିତିର ସମସ୍ତ ଜିନିଷ ଉପରେ ନଜର ପକେଇବେ ତା’ହେଲେ ସମ୍ଭବତଃ ଆପଣ ଏହି କଥା ବୁଝିଯାଇ ପାରିବେ କି ସାମନାରେ ଥିବା ବ୍ୟକ୍ତିଙ୍କ ମସ୍ତିଷ୍କରେ କ’ଣ ଚାଲିଛି। ଏହି ପ୍ରକ୍ରିୟା ଆଧୁନିକ ସମୟରେ ସବୁଠୁ ଅଧିକ କାର୍ଯ୍ୟରତ ସିଦ୍ଧ ହୋଇଥାଏ।

ସମ୍ବନ୍ଧିତ ଖବର