ରେଳଯାତ୍ରା ସମୟରେ ଏଦିଗ ପ୍ରତି ବି‌ଶେଷ ଧ୍ୟାନ ରଖନ୍ତୁ; ଦୁର୍ଘଟଣାରୁ ବଞ୍ଚିବାରେ ହେବ ସହାୟକ

ଭୁବନେଶ୍ବର: ବାଲେଶ୍ବର ଜିଲ୍ଲାର ବାହାନଗାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ମୃତାହତଙ୍କୁ ଉଦ୍ଧାର କରାଯିବା ଅଭିଯାନ ଶେଷ ହୋଇଛି ଏବଂ ଘଟଣାସ୍ଥଳରେ ମରାମତି କାର୍ଯ୍ୟ ଆରମ୍ଭ କରାଯାଇଛି। ଏଯାବତ ଏହି ଦୁର୍ଘଟଣାରେ ୨୬୧ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି।

ତେବେ ରେଳଯାତ୍ରା ସମୟରେ କେଉଁଦିଗ ପ୍ରତି ଦୃଷ୍ଟି‌ ଦେଲେ ଯାତ୍ରୀମାନେ ଦୁର୍ଘଟଣାରୁ ନିଜ ଜୀବନକୁ ବଞ୍ଚାଇ ପାରିବେ ସେନେଇ ସବିଶେଷ ସୂଚନା ରହିଛି। ଯାହାକୁ ପ୍ରତ୍ୟେକ ଯାତ୍ରୀ ଯାତ୍ରା ସମୟରେ ଆପଣାଇବା ନିହାତି ଆବଶ୍ୟକ।

ରେଳଗାଡ଼ିର ପ୍ରତ୍ୟେକ କୋଚରେ କିଛିନା କିଛି ପୋଷ୍ଟର ଲାଗିଥାଏ। ଯେଉଁଥିରେ କିଛି ଦୁର୍ଘଟଣାଜନିତ ପରିସ୍ଥିତିରେ କ’ଣ କରିବାକୁ ହୋଇଥାଏ ସେ ବିଷୟରେ ସ୍ପଷ୍ଟ ଭାବେ ତଥ୍ୟ ରହିଥାଏ। ଏହାକୁ ଆପଣ ତିଳେ ହେଲେ ଅଣଦେଖା କରନ୍ତୁ ନାହିଁ। ଏଥିରେ ପ୍ରତ୍ୟେକ ଚେତାବନୀ ଓ ଜରୁରୀ କଥାକୁ ଧ୍ୟାନରେ ପଢ଼ନ୍ତୁ। ଏହାକୁ ମନେ ନରଖି ପାରିଲେ ତାହାକୁ କୌଣସି କାଗଜରେ କିମ୍ବା ମୋବାଇଲରେ ନୋଟ କରି ଦିଅନ୍ତୁ।

ସମ୍ଭବ ହେଉଥିଲେ ଆପଣ ଯେଉଁଦିଗରେ ଯାତ୍ରା କରୁଛନ୍ତି। ସେ ସମ୍ପର୍କରେ ସମସ୍ତ ବିବରଣୀକୁ ନିଜ ପାଖରେ ରଖନ୍ତୁ। ଯେମିତି କି ଆପଣ ଯାତ୍ରା କରୁଥିବା ପଥରେ କେଉଁକେଉଁ ଷ୍ଟେସନ ପଡ଼ୁଛି, ଉକ୍ତ ‌ଷ୍ଟେସନ ଠାରୁ ହସ୍ପିଟାଲ କେତେ ବ‌ାଟରେ ଅଛି ଇତ୍ୟାଦି ଇତ୍ୟାଦି। ଏସବୁ ରେଳବାଇର ଆପ ଓ ଗୁଗୁଲ ଜରିଆରେ ଆପଣ ସହଜରେ ତଥ୍ୟ ପାଇ ପାରିବେ।

ଏମିତିରେ ଯଦି କୌଣସି ଟ୍ରେନ ଦୁର୍ଘଟଣାଗସ୍ତ ହୁଏ, ଆପଣ ସର୍ବପ୍ରଥମେ ଯେଉଁ ବଗିରେ ବସିଛନ୍ତି ସେଥିରୁ କିପରି ବାହାରିବେ ତାହା ଚେଷ୍ଟା କରନ୍ତୁ। ‌ଏଥିସହିତ ଆପଣ ଯେତେବେଳେ ଆଇଆରସିଟିସି ସାଇଟରୁ ଟିକେଟ ବୁକ କରୁଛନ୍ତି, ଆପଣଙ୍କ ପାଖରେ ବିମା କଭର କରିବାର ବିକଳ୍ପ ଥିବ। ତାହାକୁ ଅଣଦେଖା କରନ୍ତୁ ନାହିଁ।

କୌଣସି ବି ଦୁର୍ଘଟଣାଜନିତ ପରିସ୍ଥିତିରେ ରେଳ ପରିଚାଳକ ଓ କର୍ମଚାରୀଙ୍କ ନିର୍ଦେଶକୁ ଧ୍ୟାନରେ ରଖନ୍ତୁ। ଦୁର୍ଘଟଣା ପରେ ତୁରନ୍ତ ସୁରକ୍ଷିତସ୍ଥାନକୁ ଚାଲି ଯାଇ ଜରୁରୀକାଳିନ ସେବାକୁ ଫୋନ କରନ୍ତୁ। ଆପଣ ଯଦି ଦୁର୍ଘଟଣାରେ ସୁରକ୍ଷିତ ଅଛନ୍ତି ତେବେ ଅନ୍ୟ ଲୋକଙ୍କୁ ସାହାଯ୍ୟ କରନ୍ତୁ। କିଏ ଜାଣିଲା ଆପଣଙ୍କ ଏହି ସାହାଯ୍ୟ ତାଙ୍କ ଜୀବନ ବଞ୍ଚାଇ ଦେବ।

ସେହିପରି ଦୁର୍ଘଟଣାର ଯଦି ଶିକାର ହେଉଛନ୍ତି ଚିକିତ୍ସା ପରେ ଦିଆଯାଉଥିବା କାଗଜପତ୍ରକୁ ସମ୍ଭାଳି ରଖନ୍ତୁ।

ଏଥିସହିତ ଅନ୍ତର୍ଜାତୀୟ ସଙ୍ଗଠନ ଇଣ୍ଟରନାସନାଲ ସିଭିଲ ଡିଫେନ୍ସ ଅର୍ଗାନାଇଜେସନ ଓ ଉଦ୍ଧାରକାରୀ ଦଳ ଯାତ୍ରା ସମୟରେ କେଉଁକେଉଁ ଦିଗପ୍ରତି, ଦୁର୍ଘଟଣା ସମୟରେ ଓ ପରେ କେଉଁକେଉଁ ଦିଗପ୍ରତି ସାବଧାନତା ଅବଲମ୍ବନ କରିବେ ସେଦିଗ ପ୍ରତି ନିଶ୍ଚୟ ଜାଣି ରଖନ୍ତୁ।

ସମ୍ବନ୍ଧିତ ଖବର