କାଙ୍ଗାଳ କରିଦେବ ଏହି ୪ଟି ଭୁଲ ! ଅନଲାଇନ ଟଙ୍କା ନେଣଦେଣ ସମୟରେ ଏସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ନୂଆଦିଲ୍ଲୀ: ଦିନକୁ ଦିନ ବିକଶିତ ହେବାରେ ଲାଗିଛି ଆମ ଟେକ୍ନିକାଲି। ଏବେ ଘରେ ବସି ଗୋଟିଏ କ୍ଲିକରେ ସମସ୍ତ କାମ ସାରିବା ସହଜ ହୋଇଛି। ଏହା ମଧ୍ୟରେ ସବୁଠାରୁ ଆଗରେ ରହିଛି ବ୍ୟାଙ୍କ କାମ। ଆଜିର ଦିନରେ କାହା ପାଖକୁ ଟଙ୍କା ପଠାଇବା ବା କାହାଠାରୁ ଟଙ୍କା ଆଣିବା ପାଇଁ କେଉଁ ବ୍ୟାଙ୍କ କିମ୍ବା କୌଣସି ବ୍ୟକ୍ତିଙ୍କ ପାଖକୁ ଯିବାକୁ ପଡ଼ୁନାହିଁ । ଏସବୁ କାମ ଆମେ ଅତି ସହଜରେ ଅନଲାଇନ ମାଧ୍ୟମରେ କରିପାରୁଛୁ । ଅର୍ଥାତ ମୋବାଇଲ କିମ୍ବା କମ୍ପ୍ୟୁଟର ମାଧ୍ୟମରେ ଆମେ ଘରେ ବସି ଏସବୁ କାମ କରିପାରୁଛୁ । ଏହାସହ ଘରେ ରହି ଅତ୍ୟାବଶକୀୟ ସାମଗ୍ରୀ ବି ଆମେ ଅନଲାଇନ ମାଧ୍ୟମରେ ଅର୍ଡର କରିପାରୁଛୁ ଓ ଅନଲାଇନ ପେମେଣ୍ଟ କରିପାରୁଛୁ । ହେଲେ ଏକଥା କୁ ବି ଅସ୍ୱୀକାର କରାଯାଇ ପାରିବ ନାହିଁ କି, ଯେଭଳି ଭାବେ ସୁବିଧା ବଢି ଚାଲିଛି ସେଭଳି ଅନଲାଇନ ଉପାୟ ବି ତରିକା ବି ବୃଦ୍ଧି ପାଇବାରେ ଲାଗିଛି । ଲୋକଙ୍କ ଛୋଟ ଭୁଲ ପାଇଁ ସେମାନଙ୍କର ବର୍ଷକର ସଞ୍ଚିତ ଧନ କେଇ ସେକେଣ୍ଡରେ ଖାଲି ହୋଇଯାଉଥିବା ଦେଖାଯାଛଛି। ସେଥିପାଇଁ ଅନଲାଇନ କାରବାର କରିବା ବେଳେ ସର୍ବଦା ଆମକୁ କିଛି କଥା ଉପରେ ନଜର ରଖିବା ନିହାତି ଜରୁରୀ ।

୧.ଯେତେବେଳେ ଆପଣ ଅନଲାଇନ କାରବାର ବା ଅନଲାଇନରେ କିଛି ଜିନିଷ କିଣୁଛନ୍ତି ସେତେବେଳେ ଆପଣଙ୍କୁ ଦୁଇଟି ବିକଳ୍ପ ଦେଖା ଦେଇଥାଏ । ପ୍ରଥମଟି ପାସୱାର୍ଡ ଓ ଅନ୍ୟଟି ଓଟିପି । ଆପଣଙ୍କୁ ସବୁବେଳେ ଓଟିପି ବିକଳ୍ପକୁ ଚୟନ କରିବାକୁ ପଡିବ । ଏଭଳି କରିବା ଦ୍ୱାରା ଆପଣଙ୍କ ଟ୍ରାନଜାକସନ୍ ସୁରକ୍ଷିତ ରହିଥାଏ ଓ ଆପଣଙ୍କ ପାସୱାର୍ଡ କେହି ଦେଖିପାରନ୍ତି ନାହିଁ ।

୨. ଯେତେବେଳେ ବି ଆପଣ ଅନଲାଇନ ଟ୍ରାନଜାକସନ୍ କରୁଛନ୍ତି ସେତେବେଳେ ଏକ ବିକଳ୍ପ ଆସିଥାଏ, ଯାହା ମାଧ୍ୟମରେ ଆପଣ ଆପଣଙ୍କ କାର୍ଡର ସୂଚନା ସେଠାରେ ସେଭ୍ କରିପାରିବେ । ଅର୍ଥାତ ସେଠାରେ ଆପଣଙ୍କ କାର୍ଡର ସୂଚନା ମହଜୁଦ ଥିଲେ ଆପଣଙ୍କୁ ସିଭିଭି ବ୍ୟତୀତ ଆଗକୁ କାର୍ଡର ସୂଚନା ଦେବାକୁ ପଡିବ ନାହିଁ । ଏହାସହ ଆପଣଙ୍କ ଟ୍ରାନଜାକସନ ପୂରା ହୋଇ ପାରିବ । କିନ୍ତୁ ସୁରକ୍ଷା ଦୃଷ୍ଟିକୋଣରୁ ଏଭଳି କରିବା ଠିକ୍ ନୁହେଁ। ତେଣୁ ଟ୍ରାନଜାକସନ୍ ସମୟରେ କାର୍ଡର ସୂଚନା ସେଭ୍ କରନ୍ତୁ ନାହିଁ।

प्रतीकात्मक तस्वीर
amarujala

୩. ଯେତେବେଳେ ବି ଆପଣ କାର୍ଡ ମାଧ୍ୟମରେ ଅନଲାଇନ ଟ୍ରାନଜାକସନ କରିବାକୁ ଯାଉଛନ୍ତି ସେତେବେଳେ ଆପଣ ନିଜର ମୋବାଇଲ ବା କମ୍ପ୍ୟୁଟର ବ୍ୟବହାର କରନ୍ତୁ । କେବେ ବି କୌଣସି ସାଇବର କାଫେ, ଅନ୍ୟ କୌଣସି କମ୍ପ୍ୟୁଟର ବା ମୋବାଇଲ ବ୍ୟବହାର କରନ୍ତୁ ନାହିଁ । କାରଣ ଅନ୍ୟର ମୋବାଇଲ ବା କମ୍ପ୍ୟୁଟର ବ୍ୟବହାର ଦ୍ୱାରା ସାଇବର ଠକ ଆପଣଙ୍କୁ ସହଜରେ ଠକିବାର ଆଶଙ୍କା ରହିଛି।

୪. କୌଣସି ଅନଲାଇନ ଟ୍ରାନଜାକସନ ପୂରା କରିବାକୁ ସବୁଠୁ ଅଧିକ ଜରୁରୀ ହେଉଛି ସିଭିଭି ବା କାର୍ଡ ଭେରିଫିକେସନ ଭାଲ୍ୟୁ । ଆପଣ କେବେ ବି ଏହାକୁ ଅନ୍ୟ କାହା ସହିତ ସେୟାର କରନ୍ତୁ ନାହିଁ ।

ସମ୍ବନ୍ଧିତ ଖବର