ବନ୍ଧୁଙ୍କୁ ନ ଜଣାଇ ତାଙ୍କର ଲାଇଭ୍ ଲୋକେସନ୍ ଟ୍ରାକ୍ କରିବେ କେମିତି ?
ସ୍ମାର୍ଟଫୋନ୍ ଆସିଯିବା ପରେ ବ୍ୟବହାରକାରୀଙ୍କ ଲୋକେସନ୍କୁ ଟ୍ରାକ୍ କରିବାର ବହୁତ କିଛି ଉପାୟ ସାମ୍ନାକୁ ଆସିଛି। ଏମିତି କେତେଥର ଦେଖାଯାଇଥାଏ ଯେ ଆପଣଙ୍କର ବନ୍ଧୁ ଆପଣଙ୍କୁ ତାର ଲୋକେସନ୍ ବିଷୟରେ ଆପେଆପେ କହିଥିବା ବେଳେ ଆଉ କେତେବେଳେ ଆପଣ ତା’ଲୋକେସନ୍ ଟ୍ରାକ୍ କରି ତାଙ୍କର ଲୋକେସନ୍କୁ ଜାଣିଥା’ନ୍ତି। ହେଲେ ବହୁତ ଥର ଆପଣଙ୍କୁ ଏହି ଲୋକେସନ୍ ବିଷୟରେ ଜାଣିବା କଷ୍ଟକର ହୋଇପଡ଼େ। ତେବେ ଏହି କଷ୍ଟକୁ ସହଜ କରିବା ପାଇଁ ଆଜି ଆମେ ଆପଣଙ୍କୁ ଏପରି ସହଜ ଉପାୟ ବିଷୟରେ ଜଣାଇବୁ, ଯାହାର ଉପଯୋଗ କରି ଆପଣ ଆପେ ଆପେ ହିଁ ଆପଣଙ୍କ ବନ୍ଧୁଙ୍କ ପ୍ରକୃତ ଲୋକେସନ୍ ବିଷୟରେ ଜାଣିପାରିବେ, ତାହା ବି ପୁଣି ତାଙ୍କର ଅଜାଣତରେ!
Sambad is now on WhatsApp
Join and get latest news updates delivered to you via WhatsApp
ଲୋକେସନ୍ ବିଷୟରେ ଜାଣିବାକୁ ହେଲେ ପ୍ରଥମତଃ ଆପଣଙ୍କୁ ହ୍ଵାଟ୍ସଅପ୍ର ସାହାଯ୍ୟ ନେବାକୁ ହେବ। ଆପଣଙ୍କୁ ପ୍ରଥମେ ୟୁଟ୍ୟୁବ୍ର କୌଣସି ଏକ ଭିଡ଼ିଓର ଲିଂଙ୍କ୍ ବା (URL)କୁ କପି କରିବାକୁ ହେବ। ଏହାପରେ ଆପଣଙ୍କୁ ଏହାକୁ grabify.link ଉପରେ ଯାଇ ସର୍ଚବାର୍ରେ ପେଷ୍ଟ୍ କରିବାକୁ ପଡ଼ିବ। ଏହାପରେ ଆପଣଙ୍କୁ Create URL ଏବଂ ଟ୍ରାକିଙ୍ଗ୍ କୋଡ଼୍ର ଅପ୍ସନ୍ଟି ମିଳିଯିବ। ଏଥିସହିତ ପୁଣି ଥରେ ଆପଣଙ୍କୁ ଏକ ନୂତନ URL ମିଳିବ। ଏବେ ଆପଣ ଏହି URLକୁ ଆପଣଙ୍କ ବନ୍ଧୁଙ୍କ ହ୍ଵାଟ୍ସଅପ୍ ମେସେଜ୍ରେ ପଠାନ୍ତୁ, ଯାହାଙ୍କ ଲୋକେସନ୍ ବିଷୟରେ ଆପଣ ଜାଣିବାକୁ ଚାହୁଁଛନ୍ତି। ତେବେ ଏହାପରେ ପୁଣିଥରେ ଆପଣଙ୍କୁ grabify ପେଜ୍କୁ ଯିବା ସହିତ ଉକ୍ତ ପେଜ୍କୁ ରିଫ୍ରେସ୍ କରିବାକୁ ହେବ। ଏବେ ଯେମିତି ହିଁ ଆପଣଙ୍କ ବନ୍ଧୁ ଏହି ଲିଙ୍କ୍କୁ ଖୋଲିବ ତ ସଂଗେସଂଗେ ଆପଣଙ୍କୁ ତାଙ୍କର IP ଠିକଣା ମିଳିଯିବ। ଏବେ ଆପଣ ଏହି IP ଲିଙ୍କ୍କୁ କପି କରନ୍ତୁ ଏବଂ iplocation.netକୁ ଯାଇ ଏହି ଲିଙ୍କ୍କୁ ସର୍ଚ୍ଚବାର୍ରେ ପେଷ୍ଟ୍ କରି ସର୍ଚ୍ଚ କରନ୍ତୁ। ଏବେ ଆପଣଙ୍କୁ ପେଜ୍ ମଧ୍ୟରେ ଦେଖାଯାଉଥିବା latitude ଏବଂ longitudeକୁ କପି କରି ଗୁଗୁଲ୍ ମ୍ୟାପ୍ରେ ଯାଇ ସର୍ଚ୍ଚ କରିବାକୁ ପଡ଼ିବ। ଯାହାକି ଆପଣଙ୍କୁ ଆପଣଙ୍କ ବନ୍ଧୁଙ୍କର ଲାଇଭ୍ ଲୋକେସନ୍ ବିଷୟରେ ସଠିକ୍ ସୂଚନା ଯୋଗାଇଦେବ !