ରେଳବାଇର ନୂଆ ଯୋଜନା, ମାତ୍ର ୧ ମିନିଟ୍‌ରେ କରିହେବ ତତ୍‌କାଳ ଟିକେଟ୍‌ ବୁକିଂ! ଜାଣନ୍ତୁ କିପରି କରିବେ ବ୍ୟବହାର

ଅନେକ ସମୟରେ ତତ୍‌କାଳ ଟିକେଟ ବୁକିଂ କରିବାରେ ବହୁ ବିଳମ୍ବ ହୋଇଥାଏ। ଏପରିକି ବିଭିନ୍ନ କାରଣରୁ ଟିକେଟ୍‌ ମଧ୍ୟ ମିଳିପାରି ନଥାଏ।  ରେଳବାଇର ନୂଆ ଯୋଜନାରେ ଏଣିକି ମାତ୍ର ୧ ମିନିଟ୍‌ରେ କରିହେବ ତତ୍‌କାଳ ଟିକେଟ୍‌ ବୁକିଂ। ଏହାଦ୍ୱାର ଉପକୃତ ହେବେ ଲକ୍ଷ ଲକ୍ଷ ରେଳଯାତ୍ରୀ।

ଭାରତୀୟ ରେଳବାଇ ଆଇଆରସିଟିସି ଗ୍ରାହକଙ୍କୁ ଅନଲାଇନ୍‌ ଟିକେଟ୍‌ ବୁକ କିରିବାର ସୁବିଧା ପ୍ରଦାନ କରିଛି। ଯାତ୍ରୀଙ୍କ ସୁବିଧା ପାଇଁ ଆଇଆରସିଟିସି ଇ-ୱାଲେଟ୍‌ ଉପସ୍ଥାପନ କରିଛି, ଯାହାକୁ ଟିକେଟ ବୁକ୍‌ କରିବା ପାଇଁ ଗ୍ରାହକ ବ୍ୟବହାର କରିପାରିବେ। ତେବେ ଏହାର ବ୍ୟବହାର କେବଳ ଆଣ୍ଡ୍ରଏଡ଼୍‌ ଆପ୍‌ ((IRCTC Rail Connect)) ଦ୍ୱାରା ହିଁ କରାଯାଇପାରିବ। ଆଇଆରସିଟିସିର ଟ୍ଵିଟର ହ୍ୟାଣ୍ଡେଲରୁ କରାଯାଇଥିବା ଟ୍ଵିଟ୍‌ ମୁତାବକ ଏବେ ଯାତ୍ରୀ ଆଇଆରସିଟିସି ଆପ୍‌ ଜରିଆରେ ତତ୍କାଳ ଟିକେଟ ବୁକ କରିବା ସମୟରେ ଇ-ୱାଲେଟ୍‌ ବ୍ୟବହାର କରିପାରିବେ।

ଜାଣନ୍ତୁ କିପରି ଇ-ୱାଲେଟର ବ୍ୟବହାର କରିବେ ?

ଏଥିପାଇଁ ୟୁଜରଙ୍କୁ ଆଇଆରସିଟିସି ଜରିଆରେ ଇ-ୱାଲେଟରେ ରେଜିଷ୍ଟର କରିବା ପାଇଁ ପଡ଼ିବ। ଆଇଆରସିଟିସି ୱେବବସାଇଟ ଯାଇ ଆଇଆରସିଟି ଇ-ୱାଲେଟ ସେକ୍ସନ ଅନ୍ତର୍ଗତ ଆଇଆରସିଟିସି ଇ-ୱାଲେଟ୍‌ ରେଜିଷ୍ଟ୍ରେସନରେ କ୍ଲିକ୍‌ କରନ୍ତୁ। ଏଥିପାଇଁ ୟୁଜର୍ସକୁ ଭେରିଫିକେସନ୍‌ ପ୍ରୋସେସ୍‌ ପାଇଁ ପ୍ୟାନ୍‌ ଓ ଆଧାର ସମେତ କିଛି ଅନ୍ୟ ଡିଟେଲ ଏଣ୍ଟର କରିବା ପାଇଁ ହୋଇଛି। ପ୍ରୋସେସ୍‌ ପରେ ୫୦ ଟଙ୍କାର ୱାନ୍‌ ଟାଇମ୍‌ ପେମେଣ୍ଟ କରିବା ପାଇଁ ପଡ଼ିବ।  ଏହାପରେ ଇ-ୱାଲେଟକୁ ନ୍ୟୂନତମ ୧୦୦ ଟଙ୍କା ଟ୍ରାନ୍‌ସଫର କରିବା ପାଇଁ ପଡ଼ିବ। ସୂଚନାଯୋଗ୍ୟ ଏହି ୱାଲେଟରେ ୟୁଜର ରାଶି ଜମା କରିବାର ଅଧିକତମ ସୀମା ୧୦,୦୦୦ ଟଙ୍କା।

ଇ-ୱାଲେଟର ଲାଭ : ରେଳବାଇ ଇ-ୱାଲେଟରେ ୟୁଜର ଯେତିକି ରାଶିରେ ଟିକେଟ ବୁକ କରିବା ପାଇଁ ଚାହାନ୍ତି, ସେତିକି ରାଶି ୱାଲେଟକୁ ଟ୍ରାନ୍‌ସଫର କରିପାରିବେ। ଯାହାଦ୍ୱାରା ତତ୍କାଳ ଟିକେଟ୍‌ ବୁକ୍‌ କରିବା ସମରେ ତୁରନ୍ତ ପେମେଣ୍ଟ କରାଯାଇପାରିବ। ଅନେକ ଥର ତତ୍‌କାଳ ଟିକଟେ ବୁକ କରିବା ସମୟରେ କାର୍ଡ଼ ଡିଟେଲ୍‌ ଦେବା ସମୟରେ ବିଳମ୍ବ ହୁଏ ଯଦ୍ୱାରା ଟିକେଟ ବୁକ୍‌ ହୋଇପାରେନାହିଁ। ଏହାଦ୍ୱାରା ଇ-ୱାଲେଟ୍‌ ୟୁଜରଙ୍କୁ ଅନେକ ସୁବିଧା ପ୍ରଦାନ କରିଥାଏ।

ସମ୍ବନ୍ଧିତ ଖବର