ଅଶ୍ୱତ୍ଥ ବୃକ୍ଷଙ୍କୁ ଏଭଳି ରୀତିନୀତିରେ ପୂଜା କରିଲେ ସୁଫଳ ମିଳିଥାଏ

ଅଶ୍ୱତ୍ଥ ବୃକ୍ଷର ସ୍ୱତନ୍ତ୍ର ପୂଜନ ବିଧି ମଧ୍ୟ ରହିଛି । ଏହି ବୃକ୍ଷ ପୂଜନର କେତେକ ନିର୍ଦ୍ଦିଷ୍ଟ ଧାର୍ମିକ ଓ ବୈଜ୍ଞାନିକ କାରଣ ରହିଛି । ଏତଦ୍‌ବ୍ୟତୀତ କିଛି ନିୟମ ବି ଅଛି । ଉକ୍ତ ନିୟମ ମାନି ଅଶ୍ୱତ୍ଥ ବୃକ୍ଷର ପୂଜନ କରିଲେ, ଆପଣ ଧନୀ ହେବେ ନତୁବା ଦରିଦ୍ର ହେବାର ବି ଆଶଙ୍କା ରହିଛି । ତେବେ ଆସନ୍ତୁ ଜାଣିବା ଅଶ୍ୱତ୍ଥ ବୃକ୍ଷର ପୂଜନ ସଂପର୍କୀତ କେତେକ ନିୟମ ଏହାର ଧାର୍ମିକ ତଥା ବୈଜ୍ଞାନିକ କାରଣ ।

 

ଅଶ୍ୱତ୍ଥ ବୃକ୍ଷଙ୍କୁ ହିନ୍ଦୁମାନେ ପୂଜା କରିଥାନ୍ତି। ଏହାକୁ ଓଡ଼ିଆରେ ଓସ୍ତ ଗଛ ବୋଲି ବି କୁହାଯାଇଥାଏ। ଏହାକୁ ବିଶ୍ୱ ବୃକ୍ଷ, ଚୈତ୍ୟ ବୃକ୍ଷ ଓ ବାସୁଦେବ ମଧ୍ୟ ବୋଲି ମଧ୍ୟ ନାମିତ କରାଯାଇଛି । ହିନ୍ଦୁ ଧର୍ମ ଦର୍ଶନ ଅନୁଯାୟୀ ଏହାର ପ୍ରତିଟି ପତ୍ରରେ ଦେବତା ନିବାସ କରନ୍ତି । ବିଶେଷତଃ ଭଗବାନ ବିଷ୍ଣୁ ଅଶ୍ୱତ୍ଥ ବୃକ୍ଷରେ ରହନ୍ତି ବୋଲି ବିଶ୍ୱାସ ରହିଛି । ଅର୍ଥବ ବେଦ ଓ ଉପନିଷଦରେ ଏହି ବୃକ୍ଷ ତଳେ ଦେବତାମାନଙ୍କର ସ୍ୱର୍ଗ ରହିଛି ବୋଲି ଉଲ୍ଲଖିତ ଅଛି ।ଅଶ୍ୱତ୍ଥ ବୃକ୍ଷରେ ଜଳ ପ୍ରଦାନ କରିଲେ, ପୂଜା କରିଲେ ଓ ପରିକ୍ରମା କଲେ ସମସ୍ତ ମନୋକାମନା ପୂରଣ ହୋଇଥାଏ । ଶତ୍ରୁ ମଧ୍ୟ ନାଶ ହୋଇ ଥାଆନ୍ତି । ଏହା ଦ୍ୱାରା ସୁଖ ସଂପତ୍ତି, ଧନ-ଧାନ୍ୟ, ଐଶ୍ୱର୍ଯ୍ୟ, ସନ୍ତାନ ସୁଖ ଓ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ । ଅଶ୍ୱତ୍ଥ ବୃକ୍ଷ ତଳେ ଅମାବାସ୍ୟା ଓ ଶନିବାର ଚାଳିସା ପାଠ କଲେ ସମସ୍ତ କଷ୍ଟ ଲାଘବ ହୋଇଥାଏ ।

ପ୍ରତିଦିନ ଅଶ୍ୱତ୍ଥ ବୃକ୍ଷ ତଳେ ସୋରିଷ ତେଲର ଦୀପ ଜଳାନ୍ତୁ । ଯଦି ତାହା ସମ୍ଭବ ନ ହୁଏ ତା’ ହେଲେ ଅତି କମରେ ଶନିବାର ରାତିରେ ନିଶ୍ଚିତ ଜଳାଇବା ଉଚିତ୍‌ । ତେବେ ମନେ ରଖନ୍ତୁ ସପ୍ତାହର ସାତ ଦିନଭିତରୁ କେବଳ ଗୋଟିଏ ଦିନ ଅଶ୍ୱତ୍ଥ ବୃକ୍ଷରେ ଜଳ ପ୍ରଦାନ କରିବା ନିଷେଧ । ତାହା ହେଲା ରବିବାର।

ସମ୍ବନ୍ଧିତ ଖବର