ଅତି ସହଜରେ ବିଦେଶ ଭ୍ରମଣ ସ୍ୱପ୍ନକୁ ପୂରା କରନ୍ତୁ

ଏମିତି ତ ବିଦେଶ ଭ୍ରମଣ କରିବା ସମସ୍ତଙ୍କ ଇଚ୍ଛା ଥାଏ, ହେଲେ ପଇସା ଓ ସମୟ ଅଭାବ ଯୋଗୁଁ ଏହା ସମସ୍ତଙ୍କ ପାଇଁ ସହଜ ହୋଇପାରି ନ ଥାଏ। ସେଥିପାଇଁ ଏହି ଦୁଇଟି ଜିନିଷକୁ ଧ୍ୟାନରେ ରଖି ସହଜରେ ଓ ଭଲ ଭାବରେ କେମିତି ଆପଣ ବିଦେଶ ଯାତ୍ରା ସଫଳ କରି ପାରିବେ ଜାଣନ୍ତୁ….

 

ବଳି ପଡୁଥିବା ସମୟ ଓ ଭ୍ରମଣ ପାଇଁ ଆବଶ୍ୟକ ଟଙ୍କାର ଚିଠା ତଆରି କରନ୍ତୁ। ସମ୍ପୂର୍ଣ୍ଣ ଖର୍ଚ୍ଚକୁ ମାସିକ ଭାଗରେ ହିସାବ କରି ପ୍ରତି ମାସରେ ସେତିକି ଟଙ୍କା ସଞ୍ଚୟ କରନ୍ତୁ। ମନେକରନ୍ତୁ, ବର୍ଷେ ପରେ ୧ ଲକ୍ଷ ଟଙ୍କା ଖର୍ଚ୍ଚ କରି ଆପଣ ଯିବାକୁ ଯୋଜନା କରିଛନ୍ତି; ସେଥିପାଇଁ ମାସକୁ ମାତ୍ର ୮,୩୩୩ ଟଙ୍କା ସଞ୍ଚୟ କରିବାକୁ ପଡ଼ିବ।
ଆପଣଙ୍କ ଭ୍ରମଣ ଅର୍ଥ ପାଇଁ ବ୍ୟାଙ୍କ୍‌ ଫିକ୍ସ୍‍ ଡିପୋଜିଟ୍‌, ରେଟିଙ୍ଗ୍‌ ଡିପୋଜିଟ୍‌ ଓ ଲିକ୍ୱିଟ୍‌ ମ୍ୟୁଚୁଆଲ୍‌ ଫଣ୍ଡ୍‌ ସର୍ବୋତ୍ତମ ବିକଳ୍ପ ଅଟେ।
ଆନୁଆଲ୍‌ ବୋନସ୍‌, କ୍ୟାସ୍‌ ଉପହାର ଆଦିରେ ମିଳିଥିବା ପଇସାକୁ ମଧ୍ୟ ଭ୍ରମଣ ଅର୍ଥରେ ମିଶାଇ ଦିଅନ୍ତୁ।
ଆଡ୍‌ଭାନ୍ସ୍‌ ବୁକିଙ୍ଗ୍‌ କରନ୍ତୁ, ଏମିତିରେ ଭଲ ଡିଲ୍‌ ମିଳିବା ସହ ପରେ ତରବର ହେବାକୁ ପଡ଼ିବନି ଓ ଏହା ଶସ୍ତାରେ ମଧ୍ୟ ହୋଇପାରିବ।
ଆପଣଙ୍କ କ୍ରେଡିଟ୍‌ ବା ଡେବିଟ୍‌ କାର୍ଡ୍‌ ଉପରେ ନଜର ରଖନ୍ତୁ ଓ ଡିଲ୍‌ କିମ୍ବା ଡିସ୍‌କାଉଣ୍ଟ୍‌ ପ୍ରତି ନଜର ରଖିଥା’ନ୍ତୁ।
ଯଦି କିଛି ପଇସା କମ୍‌ ହୁଏ ତା’ହେଲେ, କ୍ରେଡିଟ୍‌ କାର୍ଡ୍‌ କିମ୍ବା ପର୍ସନାଲ୍‌ ଲୋନ୍‌ର ସହାୟତା ନେଇ ପାରନ୍ତି।
ଭ୍ରମଣ ବୀମା ନିଶ୍ଚୟ କରନ୍ତୁ। ଏହା ଦ୍ୱାରା ଆପଣଙ୍କ ଜିନିଷପତ୍ର ହଜିଗଲେ, ସ୍ୱାସ୍ଥ୍ୟ ଖରାପ ହେଲେ କିମ୍ବା ଫ୍ଲାଇଟ୍‌ ମିସ୍‌ ହୋଇଗଲେ କ୍ଷତିର ଡର ରହିବ ନାହିଁ।
ସମ୍ବନ୍ଧିତ ଖବର