ବେଜିଙ୍ଗ: ବେଜିଙ୍ଗ ଠାରୁ ୩୦୦ କିଲୋମିଟର ଦୂର ୟୁଗୌଲିୟାଙ୍ଗ୍ ଗାଁର ବୟୋଜ୍ୟେଷ୍ଠ ଲୋକମାନେ ଯୋଗ ଦ୍ୱାରା ବିନ୍ଧାବିନ୍ଧିରୁ ରୋଗ ଭଲ କରିବା ସହ ନିଜର ଦାରିଦ୍ର୍ୟ ଦୂରୀକରଣ ମଧ୍ୟ କରୁଛନ୍ତି।
୨୦୧୬ ମସିହା ଯାଏଁ ଏହି ଗ୍ରାମର ୨୬୦ ବାସିନ୍ଦା ଥିଲେ ଦରିଦ୍ର। ସେମାନେ ଚାଷବାସ କରି ଚଳୁଥିଲେ। ସେମାନଙ୍କ ପିଲାଏ ସହରମାନଙ୍କୁ ଯାଇଏଣୁତେଣୁ କାମଧନ୍ଦା କରି ମଧ୍ୟ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିପାରୁ ନ ଥିଲେ।
Image Source: Inkstoneକିନ୍ତୁ ଯୋଗ ପ୍ରଚଳନ ହେବାର ତିନି ବର୍ଷ ମଧ୍ୟରେ ସେ ଗାଁର ଅର୍ଥନୀତି ବଦଳି ଯାଇଛି ବୋଲି ଲୁ େଓ୍ଵନ୍ଝେନ୍ ନାମକ ଜଣେ ସରକାରୀ ଅଧିକାରୀ କହିଛନ୍ତି। ଦାରିଦ୍ର ଦୂରୀକରଣ ପାଇଁ ସେ ଏହି ଗାଁରେ ଯୋଗାସନ ଅଭ୍ୟାସ ପ୍ରଚଳନ କରାଇଥିଲେ।
Image Source: Hindustan Timesଗତବର୍ଷ ଏଥିଯୋଗୁଁ ଗାଁର ଦରିଦ୍ରଙ୍କ ହାରାହାରି ଆୟ ପ୍ରାୟ ୧୧୦୦ ୟୁୟାନ୍କୁ ବୃଦ୍ଧି ପାଇଛି। ଯୋଗ କାରଣରୁ ହିଁ ଆଜି ବହୁ ଲୋକ ଆଜି ୟୁଗୌଲିୟାଙ୍ଗ୍ ଗାଁକୁ ଜାଣନ୍ତି। ଜନପ୍ରିୟତା ବଢୁଥିବାରୁ ଗ୍ରାମବାସୀମାନେ ଅନ୍ୟ ଗ୍ରାମ ତୁଳନାରେ ‘କ୍ୱିନୋଆ’ ଭଳି କୃଷିଜାତ ଶସ୍ୟ ଅଧିକ ମୂଲ୍ୟରେ ବିକ୍ରୟ କରି ପାରୁଛନ୍ତି। ଯୋଗାଭ୍ୟାସକାରୀମାନେ ହିଁ ଉଚ୍ଚମାନର ପୋଷକତତ୍ତ୍ୱ ଥିବା ଏହି ‘କ୍ୱିନୋଆ’ ଖରିଦ କରୁଛନ୍ତି ବୋଲି ଲୁ କହନ୍ତି।
ପ୍ରଥମେ ଲୁ ଜଣେ ଯୋଗ ଶିକ୍ଷକ ନ ଥିଲେ। ଜେନେରାଲ୍ ଆଡ୍ମିନିଷ୍ଟ୍ରେସନ୍ ଅଫ୍ ସ୍ପୋର୍ଟ ଅଫ୍ ଚାଇନା ‘ଫିଟ୍ନେସ୍ ଯୋଗ ଟ୍ରେନିଙ୍ଗ୍ କୋର୍ସ’ରେ ଭାଗ ନେବା ପରେ ସେ ଯୋଗ ଶିଖାଇଲେ।
Image Source: Inkstoneଏବେ ଯୋଗ କେବଳ ଆୟ ଦେଉ ନାହିଁ, ଲୋକଙ୍କ ଜୀବନଧାରା ମଧ୍ୟ ବଦଳାଇ ଦେଇଛି। ଯୋଗ ଏ ଗାଁର କୃଷକମାନଙ୍କର ଜୀବନର ନୂତନ ଆଭିମୁଖ୍ୟ ପାଲଟିଛି।
ଯେଉଁ ବୟୋବୃଦ୍ଧ ଲୋକମାନଙ୍କୁ ଛାଡ଼ି ତାଙ୍କର ପିଲାମାନେ କାମ ପାଇଁ ସହରକୁ ଚାଲି ଯାଇଛନ୍ତି ଯୋଗ ସେମାନଙ୍କୁ ଏକାକୀତ୍ୱରୁ ମୁକ୍ତି ଦେଉଛି। ଯୋଗାସନ କରି ସେମାନଙ୍କ ମନ ଆଧ୍ୟାତ୍ମିକତା ଆଡ଼କୁ ଢଳିବା ସହ ସ୍ୱାସ୍ଥ୍ୟ ସମସ୍ୟା ହ୍ରାସ କରୁଛନ୍ତି। ଫଳରେ ସେମାନଙ୍କ ମିଜାଜ୍ ଖୁସି ରହୁଛି ଓ ଆତ୍ମବିଶ୍ୱାସ ବଢୁଛି।
ଜୁନ୍ ୨୧ ତାରିଖ ଆନ୍ତର୍ଜାତିକ ଯୋଗ ଦିବସରେ ସେମାନେ ଯୋଗ କରନ୍ତି ନାହିଁ, କିନ୍ତୁ ମେ ଦିବସ, ଅକ୍ଟୋବର ମାସରେ ପଡୁଥିବା ଚୀନ୍ ଜାତୀୟ ଦିବସ ଏବଂ ଚୀନ୍ ଜାତୀୟ ଫିଟ୍ନେସ୍ ଦିବସରେ ଯେମାନେ ସାମୂହିକ ଭାବେ ଯୋଗାସନ କରନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/Yoga-Helped-Villagers-to-Escaped-Poverty_Thumbnail.jpg)