କେମିତି ଜାଣିବେ ଆପଣଙ୍କ କଲ୍ କିଏ ରେକର୍ଡିଂ କରୁଛନ୍ତି କି ନାହିଁ?

କେହି ଆପଣଙ୍କ କଲ୍ ରେକର୍ଡିଂ କରୁଛନ୍ତି କି? ଏହାକୁ ବହୁତ ସହଜରେ ଜାଣି ପାରିବେ । ତୃତୀୟ ପକ୍ଷ କଲ୍ ରେକର୍ଡିଂ ଆପ୍ ବନ୍ଦ କରିବାର ସବୁଠାରୁ ବଡ ସୁବିଧା ହେଉଛି ଯେ ଆପଣ କଲ୍ ରେକର୍ଡିଂ ସାଉଣ୍ଡ ଶୁଣିପାରିବେ । ତେବେ, ପୁରୁଣା ଆଣ୍ଡ୍ରଏଡ୍ ଫୋନ୍ କିମ୍ବା ଫିଚର ଫୋନରେ ଏହି ସୁବିଧା ଦିଆଯାଇନାହିଁ ।

ଗୁଗୁଲ କିଛି ସମୟ ପୂର୍ବରୁ କଲ୍ ରେକର୍ଡିଂ କରୁଥିବା ତୃତୀୟ ପକ୍ଷ ଆପକୁ ବନ୍ଦ କରି ଦେଇଛି। ଏହି କାରଣରୁ କୌଣସି ତୃତୀୟ ପକ୍ଷ ଆପ୍ ସାହାଯ୍ୟରେ ଆଣ୍ଡ୍ରଏଡ୍ ଫୋନରେ କଲ୍ ରେକର୍ଡିଂ କରାଯାଇପାରିବ ନାହିଁ । ଏଥିପାଇଁ ଆପଣଙ୍କୁ ଫୋନରେ ଦିଆଯାଇଥିବା ଇନବିଲ୍ଟ କଲ୍ ରେକର୍ଡିଂ ବ୍ୟବହାର କରିବାକୁ ପଡିବ । କିନ୍ତୁ ଅନେକ ଥର ଏମିତି ହୁଏ ଯେ ଯାହାଙ୍କ ସହ ଫୋନରେ କଥାବାର୍ତ୍ତା କରୁଛନ୍ତି ସେହି ବ୍ୟକ୍ତି ଆପଣଙ୍କ କଲ୍ ରେକର୍ଡ କରୁଛନ୍ତି ଏବଂ ଆମେ ଜାଣିପାରୁନାହୁଁ । ତଥାପି ଏହାକୁ ଜାଣିବା ଅନେକ ସହଜ । ଏଥିପାଇଁ ଆପଣଙ୍କୁ କିଛି ଜିନିଷ ପ୍ରତି ଧ୍ୟାନ ରଖିବାକୁ ପଡିବ ।

ତୃତୀୟ ପକ୍ଷ କଲ୍ ରେକର୍ଡିଂ ଆପ୍ ବନ୍ଦ କରିବାର ସବୁଠାରୁ ବଡ ସୁବିଧା ହେଉଛି ଯେ ଆପଣ ଜାଣିପାରିବେ ସାମ୍ନା ଲୋକ ଆପଣଙ୍କ କଲ୍ ରେକର୍ଡିଂ କରୁଛନ୍ତି ।

ଏହି ସୁବିଧା ପୁରୁଣା ଆଣ୍ଡ୍ରଏଡ୍ ଫୋନ୍ କିମ୍ବା ଫିଚର ଫୋନରେ ଦିଆଯାଇ ନାହିଁ । ଏଥିପାଇଁ ଆପଣଙ୍କୁ ଅନ୍ୟ ଉପାୟ ଅନୁସରଣ କରିବାକୁ ପଡିବ । ଅନେକ ଦେଶରେ କଲ୍ ରେକର୍ଡିଂକୁ ବେଆଇନ ଘୋଷଣା କରାଯାଇଛି। ଏହି କାରଣରୁ କଲ୍ ରେକର୍ଡିଂ ହେଲେ ବିପ୍ ସାଉଣ୍ଡ ଶୁଣା ଯାଇଥାଏ | ସେଥିପାଇଁ କଲ୍ ସମୟରେ ଆପଣଙ୍କୁ ବିପ୍ ସାଉଣ୍ଡ ପ୍ରତି ଧ୍ୟାନ ଦେବାକୁ ପଡିବ । କଲ୍ ସମୟରେ ଯଦି ଏକ ବିପ୍-ବିପ୍ ସାଉଣ୍ଡ ହେଉଛି, ତେବେ ଏହାର ଅର୍ଥ ହେଉଛି ଯେ ଆପଣଙ୍କର କଲ୍ ରେକର୍ଡ କରାଯାଉଛି । କଲ୍ ଉଠାଇବା ପରେ ଯଦି ବହୁତ ସମୟ ଧରି ଏକ ବିପ୍ ସାଉଣ୍ଡ୍ ଥାଏ, ତେବେ ଆପଣ ଜାଣିପାରିବେ ଯେ ଆପଣଙ୍କ କଲ୍ ରେକର୍ଡିଂ ହେଉଛି ।

ସମ୍ବନ୍ଧିତ ଖବର