ଲକ୍‌ଡାଉନ୍‌: ଇନ୍‌ସାନ୍‌ ଅନ୍ଦର, ବନ୍ଦର ବହାର! ସୁଇମିଂ ପୁଲ୍‌ରେ ୨ ମାଙ୍କଡ଼ଙ୍କ ପହଁରିବା ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ: ଆପଣ ମାଙ୍କଡ଼ଙ୍କୁ ଗଛରେ ଦେଖିଥିବେ, ଛାତରେ ଦେଖିଥିବେ କିମ୍ବା ଭୂଇଁରେ ଦେଖିଥିବେ। ହେଲେ ମାଙ୍କଡ଼କୁ କେବେ ସୁଇମିଂ ପୁଲ୍‌ରେ ପହଁରୁଥିବାର ଦେଖିଛନ୍ତି? ଏପରି ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍ ହୋଇଛି। ଭିଡିଓଟିରେ ଦୁଇଟି ମାଙ୍କଡ଼ ସୁଇମିଂ ପୁଲ୍‌ରେ ପହଁରୁ ଥିବାର ଦେଖିବାକୁ ମିଳିଛନ୍ତି। ଏହି ଭିଡିଓଟି ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ କେହି କେହି ସୋସିଆଲ୍‌ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି ଲକ୍‌ଡାଉନ୍‌ରେ ‘ମଣିଷ ଭିତରେ, ମାଙ୍କଡ଼ ବାହାରେ(ଇନ୍‌ସାନ୍‌ ଅନ୍ଦର, ବନ୍ଦର ବହାର୍‌)।

ଭିଡିଓଟିରେ ଦୁଇଟି ଯାକ ମାଙ୍କଡ଼ ପାଣିରେ ପହଁରି ପହଁରି ଖେଳୁଥିବାର ଦେଖିବାକୁ ମିଳିଛନ୍ତି। ଆପଣ ଜାଣିଥିବେ ନିଶ୍ଚୟ ଯେ ଏହା ନିଶ୍ଚିତ ଭାବେ ଏକ ବିରଳ ଦୃଶ୍ୟ। ସୁଇମିଂ ପୁଲ୍‌ରେ ମାଙ୍କଡ଼ ଦ୍ବୟଙ୍କ ବ୍ୟତୀତ ଆଉ କେହି ବି ହେଲେ ଦିଶୁନାହାନ୍ତି। କେହି କେହି ଭିଡିଓଟିକୁ ଇସ୍‌ଲାମ୍‌ବାଦ୍‌ର କହୁଛନ୍ତି ତ କେହି କେହି ବ୍ରାଜିଲ୍‌ ଓ କେହି ସ୍ପେନ୍‌ର ବୋଲି କହୁଛନ୍ତି। ଏବିପିଲାଇଭ୍‌.କମ୍‌ ପକ୍ଷରୁ ହୋଇଥିବା ଏକ ସର୍ଭେ ପରେ ଏହି ଭିଡିଓଟି ହାଇଦ୍ରାବଦ୍‌ର ବୋଲି ଦାବି ହୋଇଛି। ଭିଡିଓଟିକୁ ଉଭୟ ଫେସ୍‌ବୁକ୍‌ ଓ ଟ୍ବିଟର୍‌ରେ ପୋଷ୍ଟ୍‌ କରାଯାଇଛି।

 

ସମ୍ବନ୍ଧିତ ଖବର