ଆମାଜନରୁ ଅଫର ପାଇବା ପରେ ଶୁଭମ୍ ହେଲେ ରାଞ୍ଚିର ‘ସଫ୍ଟଓୟାର ଧୋନି’

ରାଞ୍ଚି: ଝାଡ଼ଖଣ୍ଡର ରାଞ୍ଚି ଭଳି ଏକ ଛୋଟ ସ୍ଥାନରୁ ବି ପ୍ରତିଭା ଫୁଟି ବିଭିନ୍ନ ସ୍ଥାନରେ ପହଞ୍ଚି ପାରିଛି। ରାଞ୍ଚିରେ ବସବାସ କରୁଥିବା ଶୁଭମ ରାଜଙ୍କୁ ଆମାଜନ୍ ବର୍ଲିନରେ ସଫ୍ଟଓୟାର ଡେଭଲପମେଣ୍ଟ ଇଞ୍ଜିନିୟର ଭାବେ ଅଫର ମିଳିଛି।

ତାଙ୍କ ଚୟନ ବିଶ୍ବସ୍ତରୀୟ ପ୍ରତିଯୋଗିତା ଗୁଗୁଲ ସମର ଅଫ କୋଡ ଜିସିଓସି -୨୦୨୧ ମାଧ୍ୟମରେ ହୋଇଛି। ଆମାଜନରୁ ୧.୧୫ କୋଟି ଟଙ୍କାର ପ୍ୟାକେଜ ପାଇବା ପରେ ଶୁଭମଙ୍କ ପରିବାରରେ ସୁଖର ଲହରି ଖେଳି ଯାଇଛି। ଶୁଭମ ଏବେ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟି ଯାଇଛନ୍ତି। ଛୋଟସ୍ଥାନରେ ରହିବି ବି ବଡ଼ ସଫଳତା ହାସଲ କରିହୁଏ, ତାହାକୁ ଶୁଭମ ପ୍ରମାଣ କରି ଦେଖାଇ ଦେଇଛନ୍ତି।

ଶୁଭମ ଜେଭିଏମ ଶ୍ୟାମଲି ରାଞ୍ଚିରୁ ଦ୍ବାଦଶ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଆଇଆଇଟି ଅଗରତଲାରେ ଫାଇନାଲ ପରୀକ୍ଷା ଦେବା ପରେ ଶୁଭମ ଆମାଜନ କମ୍ପାନିରେ ଚାକିରି କରିବେ।

ଶୁଭମଙ୍କ ଏଭଳି ସଫଳତା ଦେଖି ମା’ ରୀନା ସିଂହ କହନ୍ତି, ପୁଅ ମୋର ତଥା ପରିବାର ଜୀବନରେ ଖୁସି ଭରି ଦେଇଛି। ପରିବାର ଲୋକଙ୍କ ସହିତ ପାଖପଡ଼ିଶା ବି ଆଖପାଖ ଅଞ୍ଚଳରେ ମିଠା ବାଣ୍ଟୁଛନ୍ତି। ଶୁଭମଙ୍କୁ ଶୁଭେଚ୍ଛା ଜଣାଉଛନ୍ତି।

ସମ୍ବନ୍ଧିତ ଖବର