ଚରୁଥିବା ବେଳେ ଦେଖନ୍ତୁ ଏକ ବାଛୁରୀ ଉପରେ ଅଜଗର କିପରି କରୁଛି ଆକ୍ରମଣ

ନୂଆଦିଲ୍ଲୀ: ସାପକୁ ଦେଖିବା ମାତ୍ରେ ସମସ୍ତେ ଭୟଭୀତ ହୋଇଯାଇଥାଆନ୍ତି। ସୋସିଆଲ ମିଡିଆରେ ନିକଟରେ ପୋଷ୍ଟ ହୋଇଥିବା ଏକ ଭିଡିଓରେ ବାଛୁରୀକୁ ଅଜଗର ଆକ୍ରମଣ କରୁଥିବା ଦେଖିବାକୁ ମିଳୁଛି।

ଭିଡିଓରେ ୧୦ ଫୁଟ ଲମ୍ବର ଅଜଗର ପ୍ରଥମେ ଗାଈ ବନ୍ଧା ହେଉଥିବା ସ୍ଥାନରେ ପ୍ରବେଶ କରୁଥିବା ଦେଖିବାକୁ ମିଳୁଛି। ଅଜଗରକୁ ଦେଖି ସେ ସ୍ଥାନରେ ଥିବା ବାଛୁରୀମା‌ନେ ଦୌଡ଼ିବାକୁ ଲାଗିଥିଲେ। ଏହି ସମୟରେ ଗୋଟିଏ ବାଛୁରୀକୁ ଅଜଗର ଆକ୍ରମଣ କରିଥିଲା। ଅଜଗର ଉକ୍ତ ବାଛୁରୀର ଗୋଡ଼କୁ ଜାବୁଡ଼ି ଧରି ନେଇଥିଲା। ତେବେ ଏହି ଘଟଣାରେ ଜଣାପଡ଼ିନାହିଁ କି ବାଛୁରୀଟି ଅଜଗର ଶିକାର ‌ହୋଇଗଲା, ନା ଖସି ପଳାଇଗଲା।

 

 

View this post on Instagram

 

A post shared by Wildlifeanimall (@wildlifeanimall)

ଏହି ଭିଡିଓ ଇଣ୍ଟରନେଟରେ ଭାଇରାଲ ହୋଇଛି। ଏହି ଭିଡିଓ ଦେଖିବା ପରେ, ସୋସିଆଲ ମିଡିଆ ବ୍ୟବହାରକାରୀ ଆଶ୍ଚର୍ଯ୍ୟ ହୋଇ ପ୍ରଶ୍ନ ପଚାରୁଛନ୍ତି, ଭିଡିଓଟି ତିଆରି କରିଥିବା ବ୍ୟକ୍ତି କିଏ? କେବଳ ଏତିକି ନୁହେଁ, ଲୋକମାନେ ମଧ୍ୟ ଏହି ପ୍ରଶ୍ନ ପଚାରୁଛନ୍ତି ଯେ ଏହି ସମୟରେ ବାଛୁରୀର ମାଲିକ କେଉଁଠାରେ ଅଛନ୍ତି ଏବଂ କାହିଁକି କେହି ବାଛୁରୀକୁ ସାହାଯ୍ୟ କରିବାକୁ ଆସୁନାହାଁନ୍ତି | ଅନ୍ୟ ଜଣେ ମନ୍ତବ୍ୟ ଦେଇ ଲେଖିଛନ୍ତି, ‘ତୁମେ କାହିଁକି ଏକ ଭିଡିଓ ତିଆରି କରୁଛ … ବରଂ ବାଛୁରୀକୁ ସାହାଯ୍ୟ କରାଯିବା ଉଚିତ୍।’

ସମ୍ବନ୍ଧିତ ଖବର