ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓକୁ ଦେଖିଲେ ଭୟ ଲାଗୁଛି। ଭିଡିଓରେ କାର ସାମ୍ନାରେ ଏକ ସାପ ଗୁଡ଼ାଇ ହୋଇ ରହିଥିବା ଦେଖିବାକୁ ମିଳୁଛି।
ପ୍ରକାଶିତ ରିପୋର୍ଟ ମୁତାବକ, କିଛିଦିନ ତଳେ ଅଷ୍ଟ୍ରେଲିଆର ଏକ ପରିବାର ପିକନିକ୍ ପାଇଁ ଯାଇଥିଲେ। ଏହି ସମୟରେ କାର କାଚକୁ ଖୋଲା କରି ପାର୍କିଂରେ ଗାଡ଼ିକୁ ଛିଡ଼ା କରିଥିଲେ।
View this post on Instagram
ପିକନିକ ସାରି ଫେରିଲା ବେଳକୁ ସେମାନେ କାର ଭିତରେ ଯାହା ଦେଖିଥିଲେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାର ହ୍ୟାଣ୍ଡେଲ ପାଖରେ ଏକ ଅଜଗର ଗୁଡ଼ାଇ ହୋଇ ରହିଥିଲା। ସେମାନେ ଅଜଗରକୁ ଦେଖି ଭୟଭୀତ ହୋଇଯାଇଥିଲେ।
ଏହି ଫଟୋଗୁଡ଼ିକୁ ସେୟାର କରି ଇନଷ୍ଟାଗ୍ରାମ ୟୁଜର୍ ଜୋଶ କାଷ୍ଟଲେ ଲେଖିଛନ୍ତି, ‘ଏହା କେବଳ ଅଷ୍ଟ୍ରେଲିଆରେ ଘଟିପାରେ ଯେତେବେଳେ ଆପଣ କାରକୁ ଫେରିବେ ସେତେବେଳେ ଆପଣ କାଚରେ ଆବୃତ ଏକ କୋଷ୍ଟାଲ୍ କାର୍ପେଟ୍ ପାଇଥନ୍ ପାଇବେ।’