ମୃତ୍ୟୁ ପରେ କେଉଁ ଅଙ୍ଗ କେତେ ସମୟ ଯାଏଁ ଜୀବିତ ଥାଏ ?

ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ମଧ୍ୟ ତାଙ୍କ ଶରୀରର କିଛି ଅଙ୍ଗ ଅନେକ ଘଣ୍ଟା ବଞ୍ଚିଥାଏ | ଅର୍ଥାତ ଯଦି ଏହି ଅଙ୍ଗକୁ ଅନ୍ୟ କାହାର ଶରୀରରେ ପ୍ରତିରୋପଣ କରାଯାଏ ତେବେ ଅନ୍ୟର ଶରୀରରେ ପୁନର୍ବାର କାର୍ଯ୍ୟକ୍ଷମ ହୁଅନ୍ତି | ମୃତ ବ୍ୟକ୍ତିଙ୍କ ଶରୀରରେ ଅଳ୍ପ ସମୟ ପାଇଁ ଆଖି ଏବଂ ଦୀର୍ଘ ସମୟ ପର୍ଯ୍ୟନ୍ତ କିଡନୀ ଅନ୍ୟର ଶରୀରରେ ପ୍ରତିରୋପଣ ପାଇଁ ଯୋଗ୍ୟ ହୋଇଥାନ୍ତି |
ଯେତେବେଳେ ଜଣେ ବ୍ୟକ୍ତିର ମୃତ୍ୟୁ ହୋଇଯାଏ ଏବଂ ମୃତ୍ୟୁ ପୂର୍ବରୁ ଶରୀରର ଅଙ୍ଗ ଦାନ କରିବାକୁ ଫର୍ମ ପୂରଣ କରିଥା’ନ୍ତି ସେମାନେ ଯଥାଶୀଘ୍ର ଡାକ୍ତରଙ୍କୁ କହିବା ଆବଶ୍ୟକ | କାରଣ ମୃତ୍ୟୁ ପରେ ବିଭିନ୍ନ ଅଙ୍ଗକୁ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ମୃତକଙ୍କ ଶରୀରରୁ ବାହାର କରି ଅଭାବୀ ବ୍ୟକ୍ତିଙ୍କ ଶରୀରରେ ସ୍ଥାନାନ୍ତର କରିବାକୁ ପଡିବ |

ଏବେ ନଜର ପକାନ୍ତୁ ମୃତ୍ୟୁ ପରେ କେଉଁ ଅଙ୍ଗ କେତେ ସମୟ ଯାଏଁ କାର୍ଯ୍ୟକ୍ଷମ ଥାଏ
ହୃତପିଣ୍ଡ ୪ ରୁ ୬ ଘଣ୍ଟା, ଫୁସଫୁସ ୪ ରୁ ୬ ଘଣ୍ଟା, କିଡନୀ ୪୮ ରୁ ୭୨ ଘଣ୍ଟା, ଯକୃତ ୧୨ ରୁ ୨୪ ଘଣ୍ଟା, ଅଗ୍ନାଶୟ ୧୨ ରୁ ୧୮ ଘଣ୍ଟା ଯାଏଁ ଜୀବନ୍ତ ଥାଏ | ସେହିପରି ମୃତକଙ୍କ ଶରୀରରୁ ଆଖି ୪ରୁ ୬ ଘଣ୍ଟା ମଧ୍ୟରେ ବାହାର କରାଯିବା ଉଚିତ୍ | କର୍ଣ୍ଣିଆ ଏବଂ ଆଇବଲ୍ ଭଳି ଅଂଶ ଆଖିରୁ ନିଆଯାଏ | ତେବେ ଜଣେ ବ୍ୟକ୍ତିର ଆଖି କେବଳ ଜଣେ ବ୍ୟକ୍ତିଙ୍କୁ ଦୃଷ୍ଟି ଦିଏନାହିଁ | ବରଂ ଜଣେ ବ୍ୟକ୍ତିର କର୍ଣ୍ଣିଆ ୩ ରୁ ୪ ଜଣଙ୍କ ଜୀବନକୁ ଉଜ୍ଜ୍ୱଳ କରିପାରେ | ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଯେଉଁମାନଙ୍କ ଶରୀରରେ ସ୍ଥାୟୀ ଟାଟୁ ଥାଏ ସେମାନଙ୍କଠାରୁ ରକ୍ତ ନିଆଯାଏ ନାହିଁ। ଅର୍ଥାତ୍, ଏପରି ଲୋକମାନେ ଚାହିଁଲେ ମଧ୍ୟ ରକ୍ତ ଦାନ କରିପାରିବେ ନାହିଁ | କିନ୍ତୁ ଏହି ଲୋକମାନେ ମୃତ୍ୟୁ ପରେ ଅଙ୍ଗଦାତା ହୋଇପାରିବେ |

ସମ୍ବନ୍ଧିତ ଖବର