ଭୁବନେଶ୍ବର: ଜୀବନ ଯୁଦ୍ଧର ହାରିଗଲେ ହ୍ୟୁମାନ ସାଗର । ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଓଡିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପରଲୋକ । ତାଙ୍କ ଦେହାନ୍ତ ହେବା ସହ ସଂଗୀତ ଜଗତରେ ଏକ ବିରାଟ କ୍ଷତ ସୃଷ୍ଟି ହୋଇଛି । ହ୍ୟୁମାନ ସାଗର ଅନେକ ହିଟ୍ ଗୀତ ଦର୍ଶକଙ୍କୁ ଭେଟିଦେବା ସହ ଅନେକ ମନଛୁଆଁ ଗୀତ ଦ୍ବାରା ଶ୍ରୋତାଙ୍କ ମନକୁ ଝୁମାଇଛନ୍ତି । ତାଙ୍କ ଗୀତ ବିନା ମେଲୋଡି ଅଧୁରା, ମଞ୍ଚ ଫିକାଫିକା । ଆପଣ ଯେଉଁ ଗୀତ ବି ଶୁଣନ୍ତୁ ତାହା ହ୍ୟୁମାନ ସାଗରଙ୍କ ଗୀତ ହୋଇଥିବ । ବାହାଘର ବରଯାତ୍ରୀ ଠାରୁ ପୂଜା ଭସାଣି ଯାଏଁ, ମେଲୋଡି ଠାରୁ ପିକନିକ ପାର୍ଟି ଯାଏଁ ସବୁଠି ତାଙ୍କ ଗୀତ ବାଜୁଥିବ, ଶୁଭୁଥିବ । ହ୍ୟୁମାନଙ୍କ ଗୀତ ବିନା ସବୁ ଯେମିତି ବେରଙ୍ଗ, ସବୁକିଛି ଏକଦମ ଅଧୁରା…
ଆଉ ସେହି ସ୍ବର ଦ୍ବାରା ସମସ୍ତଙ୍କ ହୃଦୟ ଜିଣୁଥିବା ହ୍ୟୁମାନ ସାଗରଙ୍କ ସଂଗୀତ ନିର୍ଦ୍ଦେଶନାର ସ୍ବପ୍ନ ବି ଅଧୁରା ରହିଗଲା । ୧୫ ହଜାରରୁ ଅଧିକ ଗୀତ ଗାଇ ଚହଳ ସୃଷ୍ଟିଥିବା କଣ୍ଠଶିଳ୍ପୀ ନିଜ ଜୀବନର ପ୍ରଥମ ସିନେମାରେ ହିଁ ସଂଗୀତ ନିର୍ଦ୍ଦେଶନା ଦେଉଥିଲେ । ହେଲେ ସେହି ଗୀତ ଶୁଣିବାକୁ ସିଏ ଆଉ ରହିଲେନି । ତାଙ୍କ ବିନା ଅଧୁରା ରହିଗଲା ସିନେମାର ଗୀତ, ସ୍ମୃତି ପାଲଟିଗଲା ତାଙ୍କ ପ୍ରଥମ ନିର୍ଦ୍ଦେଶିତ ସଙ୍ଗୀତ ।
ମାନସ ପଢିଆରୀଙ୍କ ପ୍ରଥମ ନିର୍ଦ୍ଦେଶିତ ସିନେମା ଛକିଶୂନରେ ହ୍ୟୁମାନ ସାଗର ପ୍ରଥମ ଥର ପାଇଁ ସଂଗୀତ ନିର୍ଦ୍ଦେଶନା ଦେଉଥିବା ବେଳେ ସଂଗୀତ ନିର୍ଦ୍ଦେଶକ ହେବାର ସ୍ବପ୍ନ ତାଙ୍କର ଅଧୁରା ରହିଯାଇଛି । ତେବେ ହ୍ୟୁମାନଙ୍କ ପରଲୋକ ପରେ ଛକିଶୂନ ସିନେମାର ନିର୍ଦ୍ଦେଶକ ମାନସ ପଢିଆରୀ ବଖାଣିଛନ୍ତି ହ୍ୟୁମାନଙ୍କ ସହ ବିତାଇଥିବା ଅନୁଭୂତି ଏବଂ କହିଛନ୍ତି କେମିତି କଣ୍ଠଶିଳ୍ପୀରୁ ସଂଗୀତ ନିର୍ଦ୍ଦେଶନା ଦେବାକୁ ରାଜି ହୋଇଥିଲେ ହ୍ୟୁମାନ ସାଗର…
/filters:format(webp)/sambad/media/media_files/2025/11/18/humane-sagar-with-manash-padhiary-2025-11-18-00-11-24.jpg)
ମାନସ ପଢିଆରୀ କୁହନ୍ତି…
ଆମେ କେବେ ଆଶା କରିନଥିଲୁ ଯେ ଜଣେ ଲୋକପ୍ରିୟ କଣ୍ଠଶିଳ୍ପୀ କେବେ ସଂଗୀତ ନିର୍ଦ୍ଦେଶନା ଦେବାକୁ ରାଜି ହେବେ ବୋଲି । ମାତ୍ର ସିନେମାର ନାୟକ ଅନୁଭବ ମହାନ୍ତି ତାଙ୍କୁ କହିବା ପରେ ସେ ରାଜି ହୋଇଥିଲେ । ସିନେମା ପାଇଁ ଦୁଇଟି ସିଟିଂ ବି ହୋଇଛି । ସେ କାହାଣୀ ପୂରା ଶୁଣିଥିଲେ ଆଉ ଖୁସି ବି ହେଇଥିଲେ । ସିନେମା ପାଇଁ ସେ ୨ଟା ଗୀତର ଟ୍ୟୁନ ବି କରିଥିଲେ ତାଙ୍କ ହାରମୋନିୟମରେ, ଆମେ ସେସବୁ ଶୁଣିଛୁ । ଦୁର୍ଭାଗ୍ୟର କଥା ଆମେ କେବେ ଭାବିନଥିଲୁ ଏମିତି ଘଟିବ ବୋଲି । ଦେହାନ୍ତ ଖବର ଶୁଣି ସିନେମା ସୁଟିଂ ବି ପ୍ୟାକ୍ ଅପ୍ କଲୁ । ତାଙ୍କ ଗୀତରେ ବି ସୁଟିଂ ହେବାର ପ୍ଲାନିଂ ଥିଲା…
ସିନେମାରେ ମୋଟ ୪ଟି ଗୀତ ଥିଲା ତାଙ୍କ ଠାରୁ ଗୋଟେ ଗୀତ ପାଇଛୁ ମାତ୍ର ଦୁର୍ଭାଗ୍ୟ ୩ଟି ଗୀତ ଅଧୁରା ହୋଇ ରହିଗଲା । ହ୍ୟୁମାନ ଅନୁଭବ ମହାନ୍ତିଙ୍କ ପ୍ରିୟ ତେଣୁ ସେ ତାଙ୍କୁ ଏ ସିନେମାରେ ନିର୍ଦ୍ଦେଶନା ଦେବାକୁ କହିଥିଲେ ବୋଲି ବଖାଣିଛନ୍ତି ମାନସ ପଢିଆରୀ…
/filters:format(webp)/sambad/media/media_files/2025/11/17/dimond-2025-11-17-23-14-22.jpg)
ହସେଇ ହସେଇ ବେଦମ କରୁଥିଲେ ହ୍ୟୁମାନ ସାଗର
ହ୍ୟୁମାନ ସାଗର ହସି ହସି ବେଦମ କରାଇ ଦିଅନ୍ତି ବୋଲି ସ୍ମୃତି ରୋମନ୍ଥନ କରିଛନ୍ତି ମାନସ ପଢିଆରୀ । କହିଛନ୍ତି- ହ୍ୟୁମାନ ଭାରି ମେଳାପୀ ପ୍ରକୃତିର ଲୋକ ଥିଲେ । ତାଙ୍କ ସହ ବସିଲେ ଲାଗିବ ଆପଣ କମେଡି ସୋ ଦେଖୁଛନ୍ତି । ସେ ଭଲ ମିମିକ୍ରି କରି ପାରନ୍ତି ।
/filters:format(webp)/sambad/media/media_files/2025/11/17/rip-2025-11-17-22-45-37.jpg)
ସିନେମା ପାଇଁ ହ୍ୟୁମାନ କରିଥିଲେ ଯୋଜନା
କନ୍ଧମାଳ ଏବଂ ଆଦିବାସୀଙ୍କ କାହାଣୀକୁ ନେଇ ହ୍ୟୁମାନ ସାଗର ସିନେମା କରିବାକୁ ଯୋଜନା କରିଥିଲେ ଆଉ ମାନସ ପଢିଆରୀଙ୍କ ସହ ଆଲୋଚନା କରିଥିଲେ । ଅନୁଭବଙ୍କୁ ନେଇ ସିନେମା କରିବାକୁ ପ୍ଲାନିଂ ଥିଲା ହେଲେ ତାହା ଅଧା ଅଧୁରା ରହିଗଲା ବୋଲି ବତୁରା କଣ୍ଠରେ କହିଛନ୍ତି ଛକିଶୂନର ନିର୍ଦ୍ଦେଶକ ମାନସ ପଢିଆରୀ…
/filters:format(webp)/sambad/media/media_files/2025/11/18/human-sagar-chhakisuna-2025-11-16-10-44-59-2025-11-18-00-14-16.webp)
କଣ୍ଠଶିଳ୍ପୀରୁ ସଙ୍ଗୀତ ନିର୍ଦ୍ଦେଶକ ହ୍ୟୁମାନ
କଣ୍ଠଶିଳ୍ପୀରୁ ସଙ୍ଗୀତ ନିର୍ଦ୍ଦେଶକ ହେବାର ପରମ୍ପରା ଓଲିଉଡ୍ରେ ବେଶ୍ ପୁରୁଣା। ଅତୀତରେ ଅକ୍ଷୟ ମହାନ୍ତି, ପ୍ରଫୁଲ୍ଲ କର, ସୁଭାଷ ଦାଶ, ଶ୍ରୀକାନ୍ତ ଦାସ, ଟି ସୌରୀ ଓ ବିଷ୍ଣୁମୋହନ କବି ପ୍ରମୁଖଙ୍କ ନାମ ଏ କ୍ଷେତ୍ରରେ ଉଲ୍ଲେଖଯୋଗ୍ୟ। ଏବେ ଏହି ତାଲିକାରେ ସାମିଲ ହୋଇଥିଲେ ଲୋକପ୍ରିୟ ଗାୟକ ହ୍ୟୁମାନ ସାଗର। ସେ ଓଡ଼ିଆ ସିନେମା ‘ଛକି ଶୂନ’ର ସଙ୍ଗୀତ ନିର୍ଦ୍ଦେଶନା ଦେଉଥିଲେ । ଏହା ଚଳଚ୍ଚିତ୍ରରେ ତାଙ୍କର ପ୍ରଥମ ସଙ୍ଗୀତ ନିର୍ଦ୍ଦେଶନା ଥିଲା । ଅନୁଭବଙ୍କ ଅଭିନୀତ ‘ଗପ ହେଲେ ବି ସତ’ ସିନେମାରେ କଣ୍ଠଦାନ କରି ପ୍ରଥମେ ଚର୍ଚ୍ଚାକୁ ଆସିଥିଲେ ହ୍ୟୁମାନ୍। ଗତ ବର୍ଷ ଦଶହରାରେ ମୁକ୍ତିଲାଭ କରିଥିବା ଅନୁଭବଙ୍କ ଅଭିନୀତ ‘କର୍ମ’ରେ ‘ଚିରିଂ ଚିରିଂ..’ ଏବଂ ଚଳିତ ବର୍ଷ ଦଶହରାରେ ‘ଚାରିଧାମ’ରେ ‘ଚାଲ୍ ରାତିରେ ଆମେ ମାଲ୍ ପିଇ କେରକେରା ହେବା…’ ଗୀତ ହ୍ୟୁମାନଙ୍କୁ ନୂଆ ସୋପାନରେ ପହଞ୍ଚାଇଛି। ଶହେରୁ ଅଧିକ ଓଡ଼ିଆ ସିନେମା ଗୀତ ଗାଇଥିବା ହ୍ୟୁମାନ ଦେହାନ୍ତ ପୂର୍ବରୁ କହିଥିଲେ‘‘ପ୍ରଯୋଜନା ସଂସ୍ଥା, ନିର୍ଦ୍ଦେଶକ ମାନସ ପଢ଼ିଆରୀ ଏବଂ ବିଶେଷ କରି ଅନୁଭବ ସାର୍ଙ୍କ ଆଗ୍ରହକ୍ରମେ ସଙ୍ଗୀତ ନିର୍ଦ୍ଦେଶନା କ୍ଷେତ୍ରକୁ ଓହ୍ଲାଇଛି। ଆଶା ରଖିଛି, ଭଲ ସ୍ବର କରି ଓଡ଼ିଶାବାସୀଙ୍କ ହୃଦୟ ଜିତିବି।’’
ହେଲେ ବିଧିର ବିଧାନ ଥିଲା କିଛି ଅଲଗା, ଅଧା ରହିଗଲା ସଂଗୀତ ନିର୍ଦ୍ଦେଶନାର ସ୍ବପ୍ନ...
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/11/18/chaki-suna-film-2025-11-18-00-12-41.jpg)