ଭୁବନେଶ୍ବର: ମରେନି କଳାକାର କି ମରେନି ତା କୀର୍ତ୍ତି । ସମୟର ସ୍ରୋତରେ ସିନା ସମାଧି ନିଏ ତା ଜୀବନ, ହେଲେ ସେମିତି ସାରା ଯୁଗ ପାଇଁ କାଳଜୟୀ ହୋଇ ରୁହେ ତା କର୍ମ, କୀର୍ତ୍ତି ଓ ସୃଷ୍ଟି । ସେମିତି ଜଣେ ମଣିଷ ହେଉଛନ୍ତି ହ୍ୟୁମାନ ସାଗର । ଯିିଏ ଅଳ୍ପ ବୟସରେ ସିନା ଆଖି ବୁଜି ଚାଲିଯାଇଛନ୍ତି ହେଲେ ତାଙ୍କ ସ୍ବର, ତାଙ୍କ ଗୀତ ସେମିତି କାଳ କାଳ ପାଇଁ ଅମର ହୋଇ ରହିବ । ହ୍ୟୁମାନ ସାଗର ! କେବଳ ଗୋଟେ ନାଁ ନୁହେଁ ବରଂ ଆମ ଓଡ଼ିଆଙ୍କ ଗର୍ବ ବୋଲି କହିଲେ କିଛି ଭୁଲ ହେବନି । ମେଲୋଡି ମାନେ ଆଗ ତାଙ୍କ ଗୀତ ବାଜିବ । ହଁ ସେ ଆୟୁଷ ଆଗରେ ହାର ମାନିଗଲେ ସତ ହେଲେ ତାଙ୍କ ଗୀତ ଅମର ହେଇ ରହିଗଲା । ତାଙ୍କ ସ୍ଵରରେ ସତେ ଯେମିତି ଯାଦୁ ଥିଲା ଆଉ ଶୁଣିବାକୁ ମିଳିବନି ସେ ଦୁଃଖଭରା ଗୀତ । ଜଣେ ଦୁଃଖରେ ନଥିଲେ ମଧ୍ୟ ସେ ଗୀତ କିଛି ହୃଦୟକୁ ଛୁଇଁଲା ଭଳି ଥାଏ ସେ ଗୀତକୁ ଥରେ ନୁହେଁ ବାରମ୍ବାର ଶୁଣିବାକୁ ଇଚ୍ଛା କରେ।
       
ସରିଗଲା ଆୟୁଷ, ଯା ଲୋ ପ୍ରିୟା, ମରିଯିବି ଧନ ତୋରି ବିନା,ତାକୁ ଭୁଲିଯାରେ ହୃଦୟ,କେମିତି ଭୁଲିବି ,ଏଡେ ବେଇମାନି ତୁ ଆଦି ଗୀତ ସବୁ ହୃଦୟକୁ ଛୁଇଁ ଯାଏ। ତୁ ମୋର ନିହାତି ଦରକାର ଯେଉଁଠି ବି ବାଜୁଥିବ ହ୍ୟୁମାନ ବହୁତ୍ ମନେ ପଡ଼ୁଥିବେ । ଯେତେବେଳେ ପୂରା ପର୍ବାଣିରେ ହେଉ କି ଭସାଣିରେ ଚିରିଂ..ଚିରିଂ ଗୀତ ବାଜୁଥିବ ସେତେବେଳେ ହ୍ୟୁମାନ ମନେପଡିବେ । 

Advertisment

ହ୍ୟୁମାନଙ୍କ ସଂଗୀତ ଯାତ୍ରା

୨୦୧୫ ମସିହାରେ କ୍ୟାରିୟର୍‌ର ଶ୍ରେଷ୍ଠ ଅଫର୍‌ ପାଇଥିଲେ ହ୍ୟୁମାନ । ତରଙ୍ଗ ସିନେ ପ୍ରଡକ୍ସନର ଚଳଚ୍ଚିତ୍ର ‘ଇସ୍କ ତୁ ହି ତୁ’‌ରେ ଗୀତ ଗାଇବାର ସୁଯୋଗ ପାଇଥିଲେ। ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମ୍‌ଦାରଙ୍କ ସଂଯୋଜନାରେ ଗାଇଥିବା ତାଙ୍କର ପ୍ରଥମ ସଙ୍ଗୀତ ‘ଇସ୍କ ତୁ ହି ତୁ’ ଟାଇଟଲ୍‌ ଟ୍ରାକ୍‌ ଆଶାତୀତ ଭାବେ ସଫଳ ହୋଇଥିଲା। ଏହା ପରେ ସେ ଆଉ ପଛକୁ ଚାହିଁନାହାନ୍ତି। ‘ତତେ ଗାଇ ଦେ‌ଲେ..., ‘ମଲ୍‌କା ମଲ୍‌କା..., ‘ଧୀରେ ଧୀରେ ଭଲ ପାଇଗଲି..., ‘ସବୁ ନଜର ଲାଗେ ପ୍ରେମ ନଜର..., ‘ଛାତିଟା ରଗଡ଼ି ଦେଲା..., ‘ସୁନ୍‌ ଜରା.., ‘ଭାବିବା ଆଗରୁ ପାଖରେ ଥିବି..., ‘ପ୍ରେମ ତୋର ବଦ୍‌ମାସ... ଭଳି ଗୀତ ଗାଇ ସେ ଯୁବପିଢ଼ିଙ୍କ ତାରକା ପାଲଟିଯାଇଥିଲେ ହ୍ୟୁମାନ ।

ହଜାର ହଜାର ଗୀତର ହିରୋ ହ୍ୟୁମାନ

ଚାଲିଗଲେ ଓଡ଼ିଆ ଗୀତର ବର୍ତ୍ତମାନର ହିଟ ମ୍ୟାନ ହ୍ୟୁମାନ ସାଗର । ଜୀବନ ଯୁଦ୍ଧରେ ହାରିଗଲେ । ଅସଂଖ୍ୟ ଗୀତ, ଅସଂଖ୍ୟ ଶ୍ରୋତା। ଭଏସ ଅଫ ଓଡ଼ିଶାରୁ ଆସିଥିଲେ। ହିରୋ ଭଏସ ପାଇଁ ଯେଉଁ ଟ୍ୟାଲେଣ୍ଟ , ଷ୍ଟାଇଲ, ଇମୋସନ ଦରକାର ସେଇଟା ଥିଲା ହ୍ୟୁମାନଙ୍କ ପାଖରେ। ସେଇଥି ପାଇଁ ସବୁ ହିରୋଙ୍କ ହିଟ ସିଙ୍ଗର ଥିଲେ ସେ । ଫିଲ୍ମ ଫ୍ଲପ ହେଲେ ବି ତାଙ୍କ ଗୀତ ସୁପରହିଟ ହେଉଥିଲା । ଓଡ଼ିଆ ସିନେମାରେ ଖୁବ୍ ପ୍ରଭାବ ପକାଇଥିଲେ । ଲକ୍ଷାଧିକ ଶ୍ରୋତା ପସନ୍ଦ କରିଥିଲେ ତାଙ୍କୁ । ତାଙ୍କର ବହୁତ୍ ଗୀତରେ ରିଲସ୍ ହେଉଥିଲା। ଟିଟଲାଗଡରୁ ଆସି କଟକରେ ରହୁଥିଲେ। ହ୍ୟୁମାନଙ୍କ ଦେହାନ୍ତ ଏକ ବଡ କ୍ଷତି ନିଶ୍ଚୟ ଓଡ଼ିଆ ସିନେ ଜଗତ ପାଇଁ, ସଙ୍ଗୀତ ଜଗତ ପାଇଁ। 

ନଭେମ୍ବର ୧୭ ! ଖୋଖା ଭାଇଙ୍କ ପରେ ହ୍ୟୁମାନ

ସଙ୍ଗୀତ ଜଗତର ବାଦଶାହ ଅକ୍ଷୟ ମହାନ୍ତିଙ୍କ ଶ୍ରାଦ୍ଧ ଦିବସରେ ଆଉ ଜଣେ ଲୋକପ୍ରିୟ ଓଡ଼ିଆ ଗାୟକଙ୍କ ମୃତ୍ୟୁ ହୋଇଗଲା । ତପୁ ମିଶ୍ରଙ୍କ ପରେ ଖୁବ୍ କମ ବୟସରେ ଚାଲିଗଲେ ହ୍ୟୁମାନ । ମାତ୍ର ୩୪ ବର୍ଷ ହୋଇଥିଲା । ସମସ୍ତେ ଭଲ ପାଉଥିଲେ। ଷ୍ଟେଜରେ ସେ ଗୀତ ଗାଇବା ପରେ ବମ୍ବେ ଗାୟକଙ୍କ ଓଡ଼ିଶା ଆସିବା ବନ୍ଦ ହେଲା। ଷ୍ଟେଜରେ ସେ ଗୀତ ଗାଇଲେ ତଳେ ଦର୍ଶକ ମତୁଆଲା ହେଉଥିଲେ। ଗତ ଦଶନ୍ଧି ଧରି ସେ ହିଁ ଝୁମଉଥିଲେ ଓଡ଼ିଆଙ୍କୁ, ଓଡିଶାକୁ...

ଆହୁରି ପଢନ୍ତୁ- Humane Sagar: ଲୁହରେ ଭିଜିଲା ଜନ୍ମମାଟି: ହ୍ୟୁମାନଙ୍କ ଶେଷକୃତ୍ୟରେ ସାମିଲ ହେଲେ ଲକ୍ଷାଧିକ ପ୍ରଶଂସକ

ବାପାଙ୍କ ଗୀତ ହୃଦୟ ଜିଣିଥିଲା

ହାତ ଧରି ତୁମେ ଚାଲି ଶିଖେଇଲ ... ବାପା ବାପା, ଏଇ ଗୀତ ସବୁ ପୁଅ ମାନେ ଝିଅମାନେ ବାପାଙ୍କ ପାଇଁ ଗାଆନ୍ତି ଶୁଣନ୍ତି । ତୁ ମେଘ ହୋଇଯା, ବାରମାସୀ, ଚୋରି ଚୋରି ଚାନ୍ଦିନୀ ତୁ ରାଜ ନନ୍ଦିନୀ, ତୋ ପ୍ରେମରେ ପାଗଳ ମୁଁ ଆଜି, ଗୋଟେ ଶୁଆ ଗୋଟେ ଶାରୀ.... ଗେଲୁ ତୁ ଚିପୁଡି ଦେଲି ଦିଲ ଟା... ପରି ହିଟ୍ ଗୀତ ସମସ୍ତଙ୍କ ହୃଦୟରେ ରହିବ ସବୁଦିନ

ଶେଷ ଶ୍ରଦ୍ଧାଞ୍ଜଳି ହ୍ୟୁମାନ ସାଗର

ଆହୁରି ପଢନ୍ତୁ-

Humane Sagar, Microphones: ସ୍ବର ସାଗରଙ୍କୁ ହରାଇ ହାରି ଯାଇଛି ହାରମୋନିୟମ… ମୁଣ୍ଡ ପିଟି କାନ୍ଦୁଛି ମାଇକ୍ରୋଫୋନ୍, ଷ୍ଟୁଡିଓରେ ଶୂନ୍ୟତା ହିଁ ଶୂନ୍ୟତା…