ମାନବିକତା ମରିନାହିଁ : ଭୋକ ବିକଳରେ ମନ୍ଦିରରୁ ୨୦ଟଙ୍କା ଚୋରି କରିଥିବା ଯୁବକକୁ ୫୦୦ ଟଙ୍କା ଦେଇ ଛାଡ଼ିଲେ ପୁଲିସ

କୋଚି : ଗତ ମାସରେ ଏକ ଖବର ପଢ଼ିବାକୁ ମିଳିଥିଲା, ମଧୁ ନାମକ ଜଣେ ଆଦିବାସୀ ଯୁବକ ଖାଦ୍ୟ ଚୋରି କରିଥିବାରୁ ସ୍ଥାନୀୟ ଲୋକେ ତାକୁ ପିଟି ପିଟି ମାରି ଦେଇଥିଲେ । କେରଳରେ ଘଟିଥିବା ଏହି ଘଟଣା ସମସ୍ତଙ୍କୁ ଆନ୍ଦୋଳିତ କରିଥିଲା । ଏହି ଘଟଣାଟି କେରଳର ଅଟ୍ଟାପଦ୍ଦିରେ ଘଟିଥିବା ବେଳେ ଏଭଳି ଘଟଣା ଯେପରି ଆଗକୁ କାହା ସହ ନ ହେଉ ତାହା ଲୋକମାନେ କାମନା କରିଥିଲେ । ଏହି ଘଟଣା ଦେଶର ଅସଲ ଚେହେରାକୁ ପଦାରେ ପକାଇଥିଲା ।
ଏହା ସହ ସମାନ୍ୟ ଖାଦ୍ୟ ଚୋରି କରିବାରୁ ଜଣକୁ ଏତେ ନିର୍ମମ ଭାବରେ ହତ୍ୟା କରିବା ପରେ ସାରା ଦେଶରେ ଏହାକୁ ନେଇ ତୀବ୍ର ନିନ୍ଦା କରାଯିବା ସହ ମାନବିକତାକୁ ନେଇ ପ୍ରଶ୍ନ ଉଠିଥିଲା । ତେବେ କିଛି ଦିନ ତଳେ କୋଚିରୁ ୬୦କିମି ଦୂରରେ ଥିବା ଥୋଡ଼ୁପୁଝାରେ ଘଟିଥିବା ଘଟଣା ସମସ୍ତଙ୍କ ମନକୁ ପରିବର୍ତ୍ତନ କରାଇ ପାରିଛି ।

indiatimes.com

ସୂଚନା ମୁତାବକ, କିଛି ଦିନ ତଳେ ଜଣେ ଲୋକ ମନ୍ଦିରରୁ ଖାଇବା ପାଇଁ ୨୦ ଟଙ୍କା ଚୋରି କରିବାରୁ ସ୍ଥାନୀୟ ଲୋକେ ତାକୁ ଧରି ମାରିବା ପରିବର୍ତ୍ତେ ଥାନାକୁ ନେଇଥିଲେ । ପୁଲିସ କର୍ମଚାରୀ କିଛି ପଦକ୍ଷପ ନେବା ପୂର୍ବରୁ ଏହାର କାରଣ ଜାଣିବାକୁ ଚାହିଁଥିଲେ । ଚାକିରି କରିବାକୁ ଆସି ସେ ଏ ଅବସ୍ଥାରେ ପହଞ୍ଚିଛି ବୋଲି ଯୁବକ ଜଣଙ୍କ ପୁଲିସକୁ ଜଣାଇଥିଲା । ଚୋରି ପଛର କାରଣ ଜାଣିବା ପରେ ଥାନାର ପୁଲିସ କର୍ମଚାରୀ ତାଙ୍କ ଅବସ୍ଥା ବୁଝିବା ସହ ତାଙ୍କୁ ୫୦୦ ଟଙ୍କା ଦେଇଥିଲେ । ଖବର ପ୍ରସାର ହେବାପରେ ପୁଲିସ କର୍ମଚାରୀଙ୍କ ଏହି କାମକୁ ସମସ୍ତେ ପ୍ରଶଂସା କରିବା ସହ ଆଜି ବି ମାନବିକତା ବଞ୍ଚି ରହିଛି ବୋଲି କହିଛନ୍ତି ।

ସମ୍ବନ୍ଧିତ ଖବର