ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାର ଫଟୋ ଓ ଭିଡିଓ ପୋଷ୍ଟ ହୋଇଥାଏ। କିନ୍ତୁ ଏଥିମଧ୍ୟରୁ ଏମିତି କିଛି ଫଟୋ ଓ ଭିଡିଓ ରହିଥାଏ ଯାହାକି ସୋସିଆଲ ମିଡିଆରେ ଭାଇରାଲ ହାଇଯାଇଥାଏ। ଏହି କ୍ରମରେ କିଛିଦିନ ହେବ ଦମ୍ପତ୍ତିଙ୍କ ନୃତ୍ୟ କରିବାର ଭିଡିଓ ସୋସିଆଲ ବ୍ୟବହାରକାରୀଙ୍କୁ ବେଶ ପସନ୍ଦ ଆସିଛି। ଦମ୍ପତ୍ତିଙ୍କ ନୃତ୍ୟ କରିବାର ଏହି ଭିଡିଓକୁ ଭାରତୀୟ ବନବିଭାଗ ଅଫସର ସୁଶାନ୍ତ ନନ୍ଦା ସେୟାର କରିଛନ୍ତି।

Advertisment

ସୁଶାନ୍ତ ସେୟାର କରିଥିବା ଭିଡିଓରେ, ଦମ୍ପତ୍ତି ନିଜର ଚାଳ-ଖପରା ଘର ସାମ୍ନାରେ ‘ପ୍ୟାର ହାମାରା ଅମର ରେହେଗା, ୟାଦ କରେଗା ଯହାଁ’ରେ ହସିହସି ଖୁବ ଖୁସିରେ ନୃତ୍ୟ କରୁଥିବା ଦେଖିବାକୁ ମିଳୁଛି। ଏହି ଭିଡିଓ ସେୟାର କରି ସୁଶାନ୍ତ କ୍ୟାପସନ୍‌ ଲେଖିଛନ୍ତି; ‘ଏହା ହିଁ ତ ଭଲ ପାଇବା, କୌଣସି ଏକ ବଡ଼ ଖୁସିର ଅପେକ୍ଷାରେ ଆମେ ଏହି ମୂଲ୍ୟବାନ ଖୁସିକୁ ଅଣଦେଖା କରି ଦେଇଥାଉ।’

ଏହି ସ୍ୱାମୀ-ସ୍ତ୍ରୀଙ୍କ ନୃତ୍ୟ କରୁଥିବା ଶୈଳୀ ଲୋକମାନଙ୍କୁ ଖୁବ୍‌ ପସନ୍ଦ ଆସିଛି। ଏହି ଭିଡିଓ ସେୟାର ହେବାର କିଛି ସମୟ ମଧ୍ୟରେ ୬ହଜାରରୁ ଅଧିକ ଥର ଦେଖାଯାଇସାରିଲାଣି। କେବଳ ଏତିକି ନୁହେଁ, ଏହି ଭିଡିଓକୁ ୯୦୦ରୁ ଅଧିକ ଲୋକ ଲାଇକ୍‌ କରିଥିବା ବେଳେ ୧୫୦ରୁ ଅଧିକ ରିଟୁଇଟ ମିଳି ସାରିଲାଣି। ସ୍ୱାମୀ-ସ୍ତ୍ରୀଙ୍କ ଏହି ଭିଡିଓକୁ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ଖୁବ୍‌ ସୁନ୍ଦର ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି।