ଗୁନା: ଯିଏ ଯାହାକୁ ଭଲ ପାଏ ସେ ଅନେକ ଥର ତାର ସାଥୀଙ୍କୁ କଥାକଥାରେ ତମ ପାଇଁ ,‘ଆକାଶରୁ ଚାନ୍ଦ ତୋଳି ଆଣିବି’ ବୋଲି କହୁଥିବା ଶୁଣିବାକୁ ମିଳିଛି। ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜର ଭଲ ପାଇବା ଜାହିର କରିବା ପାଇଁ ବିଭିନ୍ନ ଶୈଳୀ ଆପଣାଇ ଥାଆନ୍ତି। ଯାହାର ଅନେକ ଉଦାହରଣ ଆମେ ପୂର୍ବରୁ ଦେଖିଛେ।

Advertisment

ତେବେ ମଧ୍ୟପ୍ରଦେଶର ଗୁନା ଜିଲ୍ଲାର ଜଣେ ସାଧାରଣ ଲୋକ ଯିଏକି ନିଜ ପତ୍ନୀଙ୍କ ପାଇଁ ୨୫ଫୁଟ ପାହାଡ କାଟି ରାସ୍ତା ତିଆରି କରିଥିବା ଖବର ଚର୍ଚ୍ଚାରେ ରହିଥିଲା ଏହି ବ୍ୟକ୍ତିଙ୍କୁ ସମସ୍ତେ ଚିହ୍ନିଛନ୍ତି ଯାହାଙ୍କ ନାମ ହେଉଛି ଦଶରଥ ମାନଝି। ଏହି କ୍ରମରେ ଏମିତି ଜଣେ ବ୍ୟକ୍ତିଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ଯିଏକି ତାଙ୍କ ପତ୍ନୀଙ୍କ କଷ୍ଟ ଦେଖି ନପାରି ନିଜେ ୩୧ଫୁଟର ଏକ ଗଭୀର କୂଅ ଖୋଳିଛନ୍ତି।

ଆସନ୍ତୁ ପୂରା ଘଟଣାଟି କ’ଣ ଜାଣିବା....

ଗୁନା ଜିଲ୍ଲା ଚାଚୌଡା ଜନପଦର ଭାନପୁର ବାବା ଗ୍ରାମରେ ୪୬ବର୍ଷୀୟ ଭରତ ସିଂହ ବସବାସ କରନ୍ତି। ସେ ତାଙ୍କ ପତ୍ନୀଙ୍କ ଅସୁବିଧା ଦୂର କରିବା ପାଇଁ କୂଅ ଖୋଳିଛନ୍ତି। ଭରତ ସିଂହଙ୍କ ପତ୍ନୀ ସୁଶୀଳାବାଇଙ୍କୁ ପ୍ରତିଦିନ ଅଧା କିଲୋମିଟର ପର୍ଯ୍ୟନ୍ତ ପାଣି ଆଣିବାକୁ ଯିବାକୁ ପଡ଼ିଥାଏ। ଏହି କାରଣରୁ ପତ୍ନୀଙ୍କୁ ଅନେକ ସମୟରେ ବହୁ ଅସୁବିଧାର ସାମ୍ନା କରିବାକୁ ପଡ଼ିଥାଏ। ତେବେ ପତ୍ନୀଙ୍କ ଏହି ଅସୁବିଧା ଦେଖି ନପାରି ସ୍ବାମୀ ଭରତ ସିଂହ ଫାଉଡା, ଶାବଳ ଆଦି ସାମଗ୍ରୀ ଉଠାଇ ପତ୍ନୀଙ୍କ ପାଇଁ ଘର ପାଖରେ ନିଜେ ଏକ କୂଅ ଖୋଳିବା ଆରମ୍ଭ କରିଥିଲେ।

Madhya Pradesh Man Digs Well At Home In 15 Days To Ease Wife's Water Woe

ତେବେ ଭରତ ସିଂହଙ୍କ ପତ୍ନୀଙ୍କ ସମେତ ପଡ଼ିଶାଘର ଲୋକ ବ୍ୟକ୍ତିଙ୍କ କୂଅ ଖୋଳାକୁ ଦେଖି ଥଟ୍ଟା ପରିହାସ କରିବା ଆରମ୍ଭ କରି ଦେଇଥିଲେ। କେହି ଭାବି ନଥିଲେ ଭରତ କୌଣସି ମିସ୍ତ୍ରୀ ସାହାଯ୍ୟ ନନେଇ କୂଅ ଖୋଳି ପାରିବେ। ଦେଖୁଦେଖୁ ୧୫ଦିନ ବିତିଯାଇଥିଲା। ଭରତ ସିଂହ ଘର ପାଖରେ ୩୧ଫୁଟ ଗଭୀର ଓ ୪ଫୁଟ ଚଉଡାର ଏକ କୂଅ ଖୋଳିବାରେ ସଫଳ ହୋଇଥିଲେ। କୂଅ ଭିତରେ ପାଣି ବାହାରୁଥିବା ଦେଖି ଭରତ ସିଂହଙ୍କ ପତ୍ନୀ ଖୁସିରେ ଝୁମି ଯାଇଥିଲେ।