ରାଜସ୍ଥାନ: ନିଜର ଇଚ୍ଛା ଓ ଆତ୍ମବିଶ୍ୱାସ ବଳରେ ଅନେକ ଅସମ୍ଭବ କାମ ସମ୍ଭବ ହୋଇଥିବାର ଅନେକ ଉଦାହରଣ ଆମେ ପୂର୍ବରୁ ଦେଖିଛେ। ଏମିତି ଆଉ ଏକ ଘଟଣା ରାଜସ୍ଥାନର ଚୋମୁରୁ ସାମ୍ନାକୁ ଆସିଛି। ଆଠବର୍ଷ ବୟସରେ ବିବାହ ହୋଇଯାଇଥିବା ରୁପା ଯାଦବ ପିଲାଟି ବେଳରୁ ଡାକ୍ତର ହେବାର ସ୍ୱପ୍ନ ଦେଖିଥିଲେ ଏବଂ ତାଙ୍କର ଏହି ସ୍ୱପ୍ନକୁ ତାଙ୍କର ସ୍ୱାମୀ ପୂରା କରି ଦେଖାଇଛନ୍ତି।
ରୁପା ଯାଦବ ନିଟ୍ ପରୀକ୍ଷାରେ ସଫଳ ହେବା ସହିତ ଅଲ ଇଣ୍ଡିଆ ର୍ୟାଙ୍କ୍ରେ ୨୨୮୩ ଓ ଓବିସିରେ ୬୫୮ ସ୍ଥାନ ହାସଲ କରିଛନ୍ତି। ରୁପା ପିଲାଟି ବେଳରୁ ଭଲ ପାଠପଢ଼ୁଥିଲେ। ତୃତୀୟ ଶ୍ରେଣୀରେ ପାଠପଢ଼ୁଥିବା ବେଳେ ତାଙ୍କର ବିବାହ ହୋଇଯାଇଥିଲା। କିନ୍ତୁ ପାଠପଢ଼ା ପ୍ରତି ଥିବା ରୁପାଙ୍କ ଆଗ୍ରହ ତାଙ୍କୁ ଗୃହିଣୀରୁ ଡାକ୍ତରାଣୀ କରି ଦେଇଛି।
Learndirect୨୦୧୬ରେ ପ୍ରଥମ ଥର ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ସେ। କିନ୍ତୁ ର୍ୟାଙ୍କ ଅନୁସାରେ ରୁପାଙ୍କୁ ମହାରାଷ୍ଟ୍ରରେ ନିଯୁକ୍ତି ମିଳିଥିଲା। କିନ୍ତୁ ଶାଶୁଘର ଲୋକ ତାଙ୍କୁ ସେଠାକୁ ପଠାଇବାକୁ ରାଜି ନ ଥିଲେ। ଏହାପରେ ୨୦୧୭ରେ ସେ ପୁଣିଥରେ ନିଟ୍ ପରୀକ୍ଷା ଦେଇ ଅଲଇଣ୍ଡିଆ ର୍ୟାଙ୍କ୍ରେ ୨୨୮୩ ସ୍ଥାନ ହାସଲ କରିଥିଲେ।
zeenewsସେହି ସଂଘର୍ଷମୟ ଦିନକୁ ମନେ ପକାଇ ରୁପା କହନ୍ତି, ‘ଏମିତି ଏକ ସମୟ ଥିଲା ଯେତେବେଳେ କି ପାରିବାରିକସ୍ଥିତି ବହୁତ ଦୁର୍ବଳ ଥିଲା। ପାଠପଢ଼ିବା ପାଇଁ ଅର୍ଥ ନଥିଲା। କିନ୍ତୁ ତା’ପରେ ବି ପାଠପଢ଼ା ପ୍ରତି ମନରେ ପ୍ରଗାଢ଼ ଆତ୍ମବିଶ୍ୱାସ ଥାଏ। ସ୍କୁଲ ଘରଠାରୁ ତିନି କିମି ଦୂରରେ ଥିବାରୁ ଯିବା ଆସିବାରେ ବହୁତ ଅସୁବିଧା ହେଉଥିଲା। ବଡ଼ ହେବା ପରେ ପାଠପଢ଼ା ପ୍ରତି ରୁଚି ଥିବା ଦେଖିବା ସହିତ ଡାକ୍ତର ହେବାର ସ୍ୱପ୍ନ ଥିବା ଜାଣି ମୋର ସ୍ୱାମୀ ଓ ଭଉଣୀ-ଭିଣୋଇ ଅନେକ ସାହାଯ୍ୟ କରିବା ସହିତ କୋଚିଂ ବି ଦେଇଥିଲେ। ସ୍ୱାମୀ ଅଟୋ ଚଳାଇ ମୋର ପାଠପଢ଼ାର ସମସ୍ତ ଖର୍ଚ୍ଚ ବହନ କରୁଥିଲେ।’
ରୁପାଙ୍କ ପାଠପଢ଼ା ଦେଖି ତାଙ୍କ ସ୍ୱାମୀ ଶଙ୍କର ଲାଲ ଯାଦବଙ୍କର ବି ପାଠପଢ଼ା ପ୍ରତି ଆଗ୍ରହ ଆସିଥିଲା। ସେ ବି ମନ ଦେଇ ପାଠପଢ଼ା ଆରମ୍ଭ କରି ଦେଇଛନ୍ତି। ସମ୍ପ୍ରତି ଶଙ୍କର ଏବେ ଏମ.ଏ ପ୍ରଥମ ବର୍ଷର ଛାତ୍ର ଅଟନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
