ନୂଆଦିଲ୍ଲୀ: ଭଲ ପାଇବାକୁ ପାଇବାକୁ ହେଲେ ମଣିଷ ତାର ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିଥାଏ। ଏମିତି ଏକ ଘଟଣା ନିକଟରେ ସାମ୍ନାକୁ ଆସିଛି। ଜଣେ ମହିଳା ତାଙ୍କ ସ୍ବାମୀଙ୍କୁ ବଞ୍ଚାଇବା ପାଇଁ ସଂଘର୍ଷ କରୁଛନ୍ତି। ରୋଗୀଣା ସ୍ବାମୀଙ୍କ ଚିକିତ୍ସା ଲାଗି ଅର୍ଥ ଆବଶ୍ୟକ ରହିଛି। ସେଥିପାଇଁ ସେ ହସ୍ପିଟାଲ ବାହାରେ ମୋମୋଜ ବିକ୍ରି କରି ଟଙ୍କା ଯୋଗାଡ଼ କରୁଛନ୍ତି।
ଏଭଳି ଏକ ଦୁଃଖଦ ଘଟଣା ଚୀନରୁ ସାମ୍ନାକୁ ଆସିଛି। ସ୍ବାମୀର ଜୀବନ ବଞ୍ଚାଇବା ପାଇଁ ମହିଳା ବହୁ ସଂଘର୍ଷ କରୁଛନ୍ତି। ଏହି ମହିଳାଙ୍କ ନା ନି ବୋଲି ଜଣାପଡ଼ିଛି। ନିଙ୍କ ବିବାହ ୨୦୧୬ ହୋଇଥିଲା। ଏବେ ତାଙ୍କର ଦୁଇଟି ସନ୍ତାନ ରହିଛନ୍ତି। ୩ମାସ ପୂର୍ବେ ତାଙ୍କ ସ୍ବାମୀଙ୍କ ଦୁର୍ଘଟଣା ହୋଇଥିଲା। ଏହାପରେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବା ହେତୁ ସେ କୋମାକୁ ଚାଲି ଯାଇଛନ୍ତି। ମହିଳା ଜଣକଙ୍କ ତାଙ୍କ ସ୍ବାମୀଙ୍କୁ ଭଲ କରିବା ପାଇଁ ଘର ବିକ୍ରି କରି ଦେଇଛନ୍ତି। ଏହା ସତ୍ତ୍ବେ ବି ସ୍ବାମୀଙ୍କ ଚିକିତ୍ସା ପୂରା ହୋଇ ପାରନାହିଁ। ହସ୍ପିଟାଲରେ ହିଁ ସ୍ବାମୀଙ୍କ ସହିତ ରହି ଦିନ କାଟୁଛନ୍ତି ସେ।
ଏହାରି ଭିତରେ ମନକୁ ଦୃଢ଼ କରି ସ୍ବାମୀ ହସ୍ପିଟାଲ ବିଛଣାରେ ଜୀବନ ମରଣ ସହ ସଂଘର୍ଷ କରୁଥିବା ବେଳେ ନି ହସ୍ପିଟାଲ ବାହାରେ ମୋମୋଜ ବିକ୍ରି କରି ଟଙ୍କା ଯୋଗାଡ଼ ପାଇଁ ସଂଘର୍ଷ କରୁଛନ୍ତି। ଇତିମଧ୍ୟରେ ତାଙ୍କ ସ୍ବାମୀଙ୍କ ତିନିଟି ଅସ୍ତ୍ରୋପଚାର ହୋଇସାରିଛି। ଏଥିପାଇଁ ନିଙ୍କ ପାଖରେ ଥିବା ସମସ୍ତ ଅର୍ଥ ଖର୍ଚ୍ଚ ହୋଇଯାଇଛି। ପରିବାର ଚଳାଇବା ସହିତ ସ୍ବାମୀଙ୍କ ଚିକିତ୍ସା ଖର୍ଚ୍ଚ ଉଠାଇବାକୁ ଟଙ୍କାଟିଏ ବି ନଥିବାରୁ ସେ ଏଭଳି ଭାବେ ହସ୍ପିଟାଲ ବାହାରେ ମୋମୋଜ ଦୋକାନ କରି ଦୁଇପଇସା ରୋଜଗାର କରି ପାରୁଛନ୍ତି।ଉକ୍ତ ମହିଳାଙ୍କ ଏଭଳି ସଂଘର୍ଷ କାହାଣୀ ସୋସିଆଲ ମିଡିଆରେ ଭାଇରାଲ ହାଇଯାଇଛି।