ପିଲାଙ୍କ ଭବିଷ୍ୟତ ପାଇଁ ଦେଢ଼କୋଟି ଟଙ୍କାରେ ସ୍ବାମୀଙ୍କୁ ପ୍ରେମିକା ହାତକୁ ଟେକି ଦେଲେ ପତ୍ନୀ

ଭୋପାଲ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଲରୁ ବଲିଉଡ ସିନେମା ‘ଜୁଦାଇ’ଣ କାହାଣୀ ଭଳି ଏକ ବାସ୍ତବ ଘଟଣା ସାମ୍ନାକୁ ଆସିଛି। ନିଜ ସ୍ୱାମୀଙ୍କୁ ଦେଢ଼ କୋଟି ଟଙ୍କାରେ ପତ୍ନୀ ବିକି ଦେଇଥିବା ଖବର ଏବେ ଚର୍ଚ୍ଚାରେ ରହିଛି।

ପ୍ରକାଶିତ ରିପୋର୍ଟ ମୁତାବକ, ଜଣେ ନାବାଳିକା ତାଙ୍କ ବାପାଙ୍କ ବିରୋଧରେ ଅଭିଯୋଗ କରି କହିଥିଲେ କି ବାପା ଅଫିସରେ ନିଜଠୁ ବୟସରେ ବଡ଼ ଥିବା ଅନ୍ୟ ଜଣେ ମହିଳାଙ୍କ ସହ ସମ୍ପର୍କ ରଖିଥିବାରୁ ଘରେ ପ୍ରତିଦିନ ଅଶାନ୍ତି ସୃଷ୍ଟି ହେଉଛି। ତେଣୁ ତାଙ୍କର ଓ ଭଉଣୀର ପାଠପଢ଼ାରେ ବି ସମସ୍ୟା ଦେଖା ଦେଉଛି। ଏହାର କିଛି ସାମାଧାନ ଆବଶ୍ୟକ।

ନାବାଳିକାଙ୍କ ଏହି ଅଭିଯୋଗ ପରେ କୋର୍ଟ ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ ସମନ ପଠାଇ କାଉନସେଲିଂ ପାଇଁ ଡକାଇଥିଲେ। କାଉନସେଲିଂରୁ ଜଣାପଡିଥିଲା କି ସ୍ୱାମୀ ଏବଂ ତାଙ୍କ ପ୍ରେମିକା ଉଭୟ ଏକାଠି ରହିବାକୁ ଚାହାନ୍ତି, କିନ୍ତୁ ପତ୍ନୀ ଏହାକୁ ବିରୋଧ କରୁଛନ୍ତି ।

ପରେ ପତ୍ନୀ ଜଣକ କହିଥିଲେ କି ବାହାଘରକୁ ଏତେ ବର୍ଷ ବିତି ଯାଇଥିଲେ ବି ତାଙ୍କ ସ୍ୱାମୀଙ୍କ ସହିତ ତାଙ୍କର ଭଲ ସମ୍ପର୍କ ନାହିଁ। ଏପଟେ ସ୍ବାମୀଙ୍କଣ ଅନ୍ୟ ଜଣେ ମହିଳାଙ୍କ ସହିତ ସମ୍ପର୍କ ଅଛି । ତେବେ ଏଭଳି ସମ୍ପର୍କ ଆଗକୁ ବଢ଼ାଇ ଆଉ କିଛି ଲାଭ ନାହିଁ। ପିଲାଙ୍କ ଭବିଷ୍ୟତ ବି ଦେଖିବାର ଅଛି। ପ୍ରତିଦିନ ଏହି ଘଟଣାକୁ ନେଇ ଘରେ କଳି ଲାଗିବା ଅପେକ୍ଷା ଏହାର ସମାଧାନ ବାଟ ଫିଟିଯିବା ସବୁଠାରୁ ଭଲ ହେବ।

ଏହାପରେ ପତ୍ନୀ ତାଙ୍କ ସ୍ବାମୀଙ୍କୁ ଅନ୍ୟ ଜଣେ ମହିଳାଙ୍କ ହାତରେ ଟେକି ଦେବା ପୂର୍ବରୁ ଏକ ସର୍ତ୍ତ ରଖିଥିଲେ। ଏହି ସର୍ତ୍ତଟି ଥିଲା ଏପରି। ପ୍ରେମିକା ତାଙ୍କ ନାମରେ ଥିବା ଏକ ପ୍ଲଟ୍ ସହ ପାଖାପାଖି ୨୭ ଲକ୍ଷ ଟଙ୍କା ପତ୍ନୀଙ୍କ ବ୍ୟାଙ୍କ ଖାତାରେ ଜମା କରିବେ। ମହିଳା ଜଣକ ବି ଏହି ସର୍ତ୍ତରେ ରାଜି ହୋଇ ବିନା ବାଧାରେ ନିଜ ପ୍ରେମିକକୁ ଜୀବନସାଥୀ କରିବାକୁ ରାଜି ହୋଇ ଯାଇଥିଲେ।

ସମ୍ବନ୍ଧିତ ଖବର