ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭାବବିହ୍ବଳ ଘଟଣାର ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଦେଖିବାକୁ ମିଳୁଛି, ଜଣେ ମହିଳା ଏକ ଚୌକିରେ ବସିଛନ୍ତି। ଏତିକି ବେଳେ ତାଙ୍କ ସ୍ବାମୀ ଆସି କର୍କଟ ପୀଡ଼ିତ ସ୍ତ୍ରୀଙ୍କ ମୁଣ୍ଡରୁ କେଶ କାଟି ଦେଉଛନ୍ତି। ମୁଣ୍ଡରୁ ସ୍ବାମୀ କେଶ କାଟୁଥିବା ବେଳେ ସ୍ତ୍ରୀ ଭୋଭୋ ହୋଇ କାନ୍ଦୁଛନ୍ତି।
ସ୍ତ୍ରୀଙ୍କୁ ଆଶ୍ବସନା ଦେବାକୁ ଯାଇ ସ୍ବାମୀ ବି ତାଙ୍କ କେଶ କାଟି ଦେଉଛନ୍ତି। ଆଉ ସ୍ତ୍ରୀକୁ ମଥାରେ ଚୁମ୍ପନ ଦେଇ କହୁଛନ୍ତି, ‘ବ୍ୟସ୍ତ କାହିଁକି ହେଉଛି ମୁଁ ପରା ତୋର ସାଥୀରେ ଅଛି।’ ଏହି ଭିଡିଓକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଗୁଡ଼ ନ୍ୟୁଜ ମୁଭମେଣ୍ଟ ନାମକ ଆକାଉଣ୍ଟରୁ ସେୟାର କରାଯାଇଛି।
View this post on Instagram
ଭିଡିଓର କ୍ୟାପସନରେ ଲେଖାହୋଇଛି, ‘କେହି ବି ଏକା ଲଢ଼ନ୍ତି ନାହିଁ। ପ୍ରେମଭରା ସମର୍ଥନ ଦେଖାଇବା ପାଇଁ, ଏହି ସ୍ବାମୀ ଜଣକ ତାଙ୍କ କର୍କଟ ପୀଡ଼ିତ ସ୍ତ୍ରୀଙ୍କ ପ୍ରତି ସହାନୁଭୂତି ଦେଖାଇ ନିଜ ମୁଣ୍ଡରୁ ସମସ୍ତ କେଶ କାଟି ଦେଇଛନ୍ତି।
ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି। ଭିଡିଓ ଦେଖି ବିଭିନ୍ନ ଲୋକ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି। ଏଥିସହିତ କର୍କଟ ପୀଡ଼ିତ ମହିଳା ଖୁବଶୀଘ୍ର ସୁସ୍ଥ ହୋଇ ଯାଆନ୍ତୁ ବୋଲି ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ଉକ୍ତ କର୍କଟ ପୀଡ଼ିତଙ୍କ ସ୍ବାମୀଙ୍କ କାମକୁ ବି ଲୋକେ ଭୁରିଭୁରି ପ୍ରଶଂସା କରିଛନ୍ତି।