ବସ ଦୁର୍ଘଟଣାରେ ପ୍ରାଣ ହରାଇବା ପରେ ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ଚିତା; ଗ୍ରାମବାସୀ ସ୍ତବ୍ଧ

ନୂଆଦିଲ୍ଲୀ: ମଧ୍ୟ ପ୍ରଦେଶରେ ସିଦ୍ଧି ବସ ଦୁର୍ଘଟଣାରେ ୫୨ଜଣଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ସ୍ତବ୍ଧ କରି ଦେଇଥିଲା। ଏହି ଦୁର୍ଘଟଣାରେ ବସ ଚାଳକଙ୍କୁ ପୁଲିସ ଗିରଫ କରି ନେଇଛି। ସିଦ୍ଧିରେ ଭୟାବହ ବସ ଦୁର୍ଘଟଣାରେ ଏକ ଦମ୍ପତିଙ୍କ ମୃତ୍ୟୁ ବି ହୋଇଛି, ଯାହାଙ୍କର ୨୦୨୦ ଜୁନ ୮ ତାରିଖରେ ବିବାହ ହୋଇଥିଲା।

ଏହି ଦୁଃଖଦ ଖବର ଦେବରୀରୁ ସାମ୍ନାକୁ ଆସିଛି। ୨୬ ବର୍ଷୀୟ ଅଜୟ ପନିକା ଓ ତାଙ୍କର ୨୧ ବର୍ଷୀୟ ପତ୍ନୀ ତପସ୍ୟାଙ୍କର ଏହି ବସ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ପତ୍ନୀ ତପସ୍ୟାଙ୍କର ଏଏନଏମ ପରୀକ୍ଷା ଥିଲା। ତପସ୍ୟା ସିଦ୍ଧିର କମଳା କଲେଜରେ ବିଏସସି ପଢୁଥିଲେ। ତେଣୁ ଅଜୟ ତାଙ୍କୁ ନେଇ ସିଦ୍ଧିରୁ ସତନା ବସ ଯୋଗେ ଯାଉଥିଲେ। ଏହି ସମୟରେ ବସ ଦୁର୍ଘଟଣାଗ୍ରସ୍ତ ହେବାରୁ ଘଟଣାସ୍ଥଳରେ ହିଁ ଦୁହିଁଙ୍କ ପ୍ରାଣବାୟୁ ଉଡି ଯାଇଥିଲା।

 सीधी हादसे में पति-पत्नी की मौत, पत्नी को एग्जाम दिलाने जा रहा था सतना, दोनों का एक ही चिता पर अंतिम संस्कार

ଅଜୟ ଓ ତପସ୍ୟା ୮ ମାସ ପୂର୍ବେ ହୋଇଥିବା ବାହାଘର ସମୟରେ ଏକାସଙ୍ଗେ ଜିଇଁବା ମରିବାର ନେଇଥିବା ପ୍ରତିଶ୍ରୁତିକୁ  ପୂରା କରି ଏକାସଙ୍ଗେ ଦୁନିଆକୁ ଅଲବିଦା କହିଛନ୍ତି। ଗତ ବୁଧବାର ଗୋଟିଏ ଜୁଇରେ ଦମ୍ପତିଙ୍କ ଚିତା ଜଳିବାର ଦୃଶ୍ୟ ଦେଖି ଗ୍ରାମବାସୀ ଭୋଭୋ ହୋଇ କାନ୍ଦି ଉଠିଥିଲେ। କେହି କିଛି କହିବା ପରିସ୍ଥିତିରେ ନ ଥିଲେ। ସମସ୍ତେ ସ୍ଥାଣୁପ୍ରାୟ ପାଲଟି ଯାଇଥିଲେ।

ସମ୍ବନ୍ଧିତ ଖବର