ନୂଆଦିଲ୍ଲୀ: ଆମେରିକାର କୋଲରାଡୋରୁ ଏକ ଅଜବ ଖବର ସାମ୍ନାକୁ ଆସିଛି। ୧୭ ବର୍ଷର ସମ୍ପର୍କରେ ସୃଷ୍ଟିହୋଇଛି ଫାଟ । ସେଲିନା ଏବଂ ଜୋସେଫ ପରସ୍ପରକୁ ୧୭ ବର୍ଷ ଧରି ଜାଣିଛନ୍ତି ଓ ସେମାନଙ୍କ ବାହାଘରକୁ ଦଶ ବର୍ଷ ହୋଇସାରିଛି । ଉଭୟଙ୍କର ମଧ୍ୟ ତିନୋଟି ସନ୍ତାନ । ହେଲେ ଘଟଣା ଏମିତି ହେଲା ଯେ ସେଲିନା ହଠାତ୍ ତାଙ୍କର ଏବଂ ତାଙ୍କ ସ୍ୱାମୀଙ୍କ ଡିଏନଏ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଲେ । ଡିଏନ୍ଏ ରିପୋର୍ଟ ଦେଖିବା ପରେ ତାଙ୍କ ପାଦ ତଳୁ ମାଟି ଖସିଗଲା । ସେମାନେ ଜାଣିବାକୁ ପାଇଲେ ଯେ ଜୋସେଫ ଓ ସେଲିନା ପରସ୍ପରର ରକ୍ତସମ୍ପର୍କୀୟ। ଜୋସେଫ୍ ସମ୍ପର୍କରେ ସେଲିନାଙ୍କ କକା ପୁଅ ଭାଇ।
ସେଲିନା ତାଙ୍କ ଅନୁଭୂତି ବିଷୟ ବର୍ଣ୍ଣନା କରି ଏକ ପୁସ୍ତକ ଲେଖିଛନ୍ତି । ସେ କହିଛନ୍ତି, ଏହା 'ଏକ ଚକିତ କରିଦେଲା ଭଳି ଘଟଣା । ଏଥିସହ, ସେ ଅନ୍ୟ ଦମ୍ପତିମାନଙ୍କୁ ନିଜ ପରିବାରର ଉତ୍ସ ଖୋଜିବାକୁ ପରାମର୍ଶ ଦେଇଥିଲେ। ତାଙ୍କର ଏହି ମନ୍ତବ୍ୟ ସମ୍ବଳିତ ଭିଡିଓ ଖୁବ ଭାଇରାଲ୍ ହୋଇଛି, ଯାହାକୁ ଏବେ ଯାଏଁ ୪୦ଲକ୍ଷ ଲୋକ ଦେଖି ସାରିଲେଣି । ଅନେକ ଲୋକ ନକାରାତ୍ମକ ମନ୍ତବ୍ୟ ବି ଦେଇଛନ୍ତି ଏବଂ କହିଛନ୍ତି ଯେ ସେମାନେ ଅଲଗା ହେବା ଉଚିତ୍ ।
ସେଲିନା ପ୍ରଥମେ ଯେତେବେଳେ ଜାଣିବାକୁ ପାଇଲେ ଯେ ତାଙ୍କ ସ୍ୱାମୀ ପ୍ରକୃତରେ ତାଙ୍କର କକା ପୁଅ ଭାଇ, ସେ ବିଚଳିତ ହୋଇପଡ଼ିଳେ। ସେଲିନା କହିଛନ୍ତି- “ଏହା ଖୁବ୍ ବିପଜ୍ଜନକ ଥିଲା, କିନ୍ତୁ ଆମ ପ୍ରେମ ପୂର୍ବ ଅପେକ୍ଷା ଅଧିକ ଶକ୍ତିଶାଳୀ ହୋଇଛି। ଆମକୁ ଅଲଗା ହେବା ପାଇଁ ଦିଆଯାଇଥିବା ମନ୍ତବ୍ୟକୁ ଆମେ ଅଣଦେଖା କରିଥିଲୁ ।’’ ସେ ଲେଖିଛନ୍ତି- ‘‘ଆମର ତିନୋଟି ସନ୍ତାନ ଅଛନ୍ତି ଏବଂ ପରେ ଜାଣିଲି ଯେ ଆମେ ଭାଇ ଏବଂ ଭଉଣୀ । ମୁଁ ମୋର ଡିଏନଏ ପରୀକ୍ଷା ୨୦୧୬ରେ କରିଥିଲି ଏବଂ ଫଳ ଭଲ ନଥିଲା । ମୁଁ ମୋ ସ୍ୱାମୀଙ୍କୁ କହିଲି - ଆମେ ଭାଇ ଏବଂ ଭଉଣୀ ହୋଇ ବି ଏକାଠି ରହିବା ? ଏହା ଅଜବ କଥା ହେବନି କି? ଏହି କଥା ମତେ ପୂରା ଡରାଇ ଦେଇଥିଲା । କିନ୍ତୁ ଆମେ ସମାଜ ପାଇଁ ପରିବର୍ତ୍ତନ ହେବୁ ନାହିଁ ବୋଲି ସ୍ଥିର କରିଦେଇଥିଲୁ।”
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/Couple.png)