ପାଞ୍ଚ ପତିଙ୍କୁ କିପରି ବଶୀଭୂତ କରିପାରିଥିଲେ ଦ୍ରୌପଦୀ ?

ଜଣେ ପତ୍ନୀ କିଭଳି ଭାବେ ନିଜର ପତ୍ନୀ ଧର୍ମ ପାଳନ କରିବା ଉଚିତ ଏହାର ସର୍ବଶ୍ରେଷ୍ଠ ଉଦାହରଣ ହେଉଛନ୍ତି ଦ୍ରୌପଦୀ। ଥରେ ସତ୍ୟଭାମା ଦ୍ରୌପଦୀଙ୍କ ନିକଟକୁ ଆସିଥିଲେ ଏବଂ ସେ ଦୁହେଁ ବାର୍ତ୍ତାଳାପରେ ମଗ୍ନ ଥିଲେ। ସତ୍ୟଭାମା କହିଲେ ‘ଭଉଣୀ! ଆପଣଙ୍କ ପାଞ୍ଚ ପତି ସର୍ବଦା ବଶରେ ରହୁଛନ୍ତି, କିନ୍ତୁ ମୋ’ ସ୍ୱାମୀଙ୍କୁ ମୁଁ ବଶୀଭୂତ କରିପାରୁନାହିଁ। ମୋତେ ଦୟାକରି ଏହି ରହସ୍ୟ ସଂପର୍କରେ ଜଣାଅ।’

ଦ୍ରୌପଦୀ କହିଲେ ,‘‘ଆପଣ ମୋର ସଖୀ ହୋଇଥିବା ହେତୁ ମୁଁ ସତ୍ୟ କହୁଛି। ମୁଁ ଅହଙ୍କାର ଓ କ୍ରୋଧଠୁଁ ଦୂରେରେ ରୁହେ। ମୁଁ ନିଜ ମନକୁ ନିୟନ୍ତ୍ରଣରେ ରଖି କେବଳ ପତିଙ୍କୁ ଖୁସି ଦେଖିବାଲାଗି ସେବା କରୁଛି। ମୁଁ ସେମାନଙ୍କୁ କେବେହେଲେ କଟୁ ଭାଷାର ପ୍ରୟୋଗ କରେ ନାହିଁ। ଯେତେ ସୁନ୍ଦର ପୁରୁଷ ହେଲେ ହେଁ,ମୋ’ର ମନ ପାଣ୍ଡବମାନଙ୍କ ବ୍ୟତୀତ ଅନ୍ୟ କାହାପ୍ରତି ଆକର୍ଷିତ ହୁଏ ନାହିଁ। ପତିମାନଙ୍କୁ ଭୋଜନ ନଦେଇ ମୁଁ କଦାଚିତ୍‌ ଅନ୍ନ ଗ୍ରହଣ କରେ ନାହିଁ।

ଯେତେବେଳେ ସେମାନେ ଘରକୁ ଫେରନ୍ତି,ସେତେବେଳେ ଆସନ ଓ ଜଳ ଦେଇ ସତ୍କାର କରେ। କଥାବାର୍ତ୍ତା ବେଳେ ମୁଁ କାହାରି ତିରସ୍କାର କରେ ନାହିଁ। ଠିକ୍‌ ସମୟରେ ମୁଁ ଭୋଜନ ପ୍ରସ୍ତୁତ କରେ ଏବଂ ସମସ୍ତଙ୍କୁ ପ୍ରେମ ପୂର୍ବକ ଭୋଜନ ପରିବେଷଣ କରେ। ମୋ’ର ଶାଶୁ ମୋତେ ଯେଉଁ ଧର୍ମ ବତାଇ ଥିଲେ,ମୁଁ ତା’ର ପାଳନ କରୁଛି। ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ପତିଙ୍କୁ ଯଥାସମ୍ଭବ ସହଯୋଗ କରିଥାଏ।

ସମ୍ବନ୍ଧିତ ଖବର