ଏମିିତି ଏକ ସ୍ଥାନ ଯେଉଁଠାରେ ସ୍ୱାମୀମାନେ ଜାଣିଶୁଣି ନିଜ ପତ୍ନୀଙ୍କୁ ଅସୁନ୍ଦର କରି ଦେଇ ଥାଆନ୍ତି 

ସାଧାରଣତଃ ସ୍ୱାମୀମାନେ ନିଜ ପତ୍ନୀ ଦୁନିଆର ସବୁ ମହିଳାଙ୍କଠାରୁ ସୁନ୍ଦର ହୋଇଥାଉ ସେୟା ହିଁ ଚାହିଁଥାଆନ୍ତି। କିନ୍ତୁ କ’ଣ ଆପଣ ଶୁଣିଛନ୍ତି, ଦୁନିଆରେ ଏମିତି ଏକ ଦେଶ ଅଛି ଯେଉଁଠାରେ ସ୍ୱାମୀମାନେ ନିଜ ପତ୍ନୀଙ୍କୁ ଜାଣିଶୁଣି ଅସୁନ୍ଦର କରି ଦେଇ ଥାଆନ୍ତି। ଆସନ୍ତୁ ଜାଣିବା ଏହି ଦେଶ ବିଷୟରେ..

ମିଆଁମାର ଏମିତି ଏକ ଦେଶ ଯେଉଁଠାରେ ସ୍ୱାମୀମାନେ ନିଜ ପତ୍ନୀଙ୍କୁ ଅସୁନ୍ଦର କରିବା ପାଇଁ ଏମିତି ଉପାୟ ଆପଣାଇ ଥାଆନ୍ତି କି ଆପଣ ବି ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ। ଅସୁନ୍ଦର କରିବା ପାଇଁ ସ୍ୱାମୀମାନେ ପତ୍ନୀଙ୍କ ସମ୍ପୂର୍ଣ୍ଣ ଚେହେରାରେ ଟାଟୁ ଆଙ୍କି ଦେଇ ଥାଆନ୍ତି। ଏହି ଟାଟୁ ଆଙ୍କିବା ସମୟରେ ମହିଳାଙ୍କୁ ଅସହ୍ୟ ଯନ୍ତ୍ରଣା ସହିବାକୁ ପଡ଼ି ଥାଏ। ଏହି ସମୟରେ କେତେକ ମହିଳା ସଂକ୍ରମଣର ଶିକାର ବି ହୋଇ ଥାଆନ୍ତି। ଟାଟୁ ଆଙ୍କିବା ସମୟରେ ଚେହେରାରୁ ରକ୍ତ ବି ବାହାରି ଥାଏ। କିନ୍ତୁ ସ୍ୱାମୀଙ୍କୁ ଏସବୁ ଦେଖି ତିଳେ ମାତ୍ର ବି ଦୟା ଆସି ନଥାଏ ବୋଲି ସେଠାକାର ମହିଳାଙ୍କଠାରୁ ଶୁଣିବାକୁ ମିଳିଛି।

ସ୍ୱାମୀଙ୍କ ଏଭଳି ବ୍ୟବହାର କରିବା ପଛରେ ବହୁ ପୁରାତନ କାଳରୁ ଏକ କାହାଣୀ ରହିଛି। ଏମିତି ଏକ ସମୟରେ ଥିଲା କି ମିଆଁମାରରେ ରାଜାଙ୍କ ରାଜୁତି ଚାଲୁ ଥିଲା। ରାଜ୍ୟର ସୁନ୍ଦର ମହିଳାଙ୍କୁ ସେ ନିଜ ଗୁଲାମ୍‌ ବନାଇ ଦେଉଥିଲେ। ନିଜ ପତ୍ନୀମାନଙ୍କୁ ରାଜାର ଗୁଲାମ ନବନାଇ ଦେବାକୁ ତାଙ୍କ ଚେହେରାକୁ ଅସୁନ୍ଦର କରି ଦେଇ ଥାଆନ୍ତି ସ୍ୱାମୀମାନେ। କ

ମାଗନ, ଚିନ୍‌ ଓ ମୁନ୍‌ ଜନଜାତିର ଲୋକମାନେ ପ୍ରାଚୀନ କାଳୁ ନିଜ ଚେହେରାରେ ଟାଟୁ ଆଙ୍କି ଆସୁଛନ୍ତି। ପ୍ରତ୍ୟେକ ମହିଳାଙ୍କୁ ଟାଟୁ ଆଙ୍କିବା ଅନିବାର୍ଯ୍ୟ ହୋଇଥାଏ। ତେବେ ଏଠାକାର ମିଲିଟ୍ରି ଏହା ଉପରେ ଅଙ୍କୁଶ ଲଗାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର