ଦୁଷ୍କର୍ମ ସମସ୍ୟାକୁ ସମାଜରୁ ହଟାଇବା ପାଇଁ ଗାଇକୁ ପୂଜା କରିବା ଆରମ୍ଭ କରିଛନ୍ତି ହାଇଦ୍ରାବାଦର ଜଣେ ପୂଜାରୀ

ହାଇଦ୍ରାବାଦ : କିଛି ବର୍ଷ ହେଲାଣି ଦେଶରେ ଦୁଷ୍କର୍ମ ସଂଖ୍ୟା ବଢ଼ିବାରେ ଲାଗିଛି । ଯେତେ କଡ଼ା ଆଇନ ପ୍ରଣୟନ କରାଯାଉଛି, ଦୁଷ୍କର୍ମ ସଂଖ୍ୟା ସେତେ ବଢ଼ିବାରେ ଲାଗିଛି । ୯ମାସ ଶିଶୁ ମଧ୍ୟ ଏ ସମାଜରେ ଦୁଷ୍କର୍ମର ଶିକାର ହେଉଛି । ସମାଜର ଏଭଳି ଅବସ୍ଥା ଦେଖି ଚିନ୍ତିତ ଥିବା ଜଣେ ପୂଜାରୀ ଏବେ ଗୋମାତାଙ୍କୁ ପୂଜା କରିବା ଆରମ୍ଭ କରିଛନ୍ତି । ଏଭଳି ଅପରାଧକୁ ବନ୍ଦ କରିବା ପାଇଁ ପୂଜାରୀ ଗାଇକୁ ପୂଜାର୍ଚ୍ଚନା କରିବା ଆରମ୍ଭ କରିବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ଏ ନେଇ ଚିଲକୁର ବାଲାଜୀ ମନ୍ଦିରରେ ପୂଜାରୀ ୩ଟି ଗାଇ ସହ ପରିକ୍ରମା କରିଥିବା ଜଣା ପଡ଼ିଛି ।

ପୁରୋହିତ ରଙ୍ଗା ରଞ୍ଜନଙ୍କ କହିବା ଅନୁଯାୟୀ, ସମାଜର କୌଣସି ସମସ୍ୟାର ସମାଧାନ ପାଇଁ ପ୍ରାଚୀନ କାଳରୁ ଲୋକେ ଗୋମାତାଙ୍କୁ ପୂଜା କରି ଆସୁଛନ୍ତି । ଦେଶରେ ଏବେ ଦୁଷ୍କର୍ମ ସଂଖ୍ୟା ବଢ଼ୁଥିବା ଦେଖି ଏହାକୁ କମ କରିବା ପାଇଁ ମୁଁ ଗୋମାତାଙ୍କ ପୂଜା କରିବା ଆରମ୍ଭ କରିଛି । ୩ଟି ଗାଇକୁ ନେଇ ମୁଁ ଚିଲକୁର ବାଲାଜୀ ମନ୍ଦିରରେ ପରିକ୍ରମା କରିଛି । ୩ଟି ଗାଇ ୩ଥର ପରିକ୍ରମା କରିଛନ୍ତି । ୩ଟି ଗାଇ ଶବ୍ଦ, କର୍ମ ଏବଂ ବିଚାରକୁ ପ୍ରତିନିଧିତ୍ୱ କରିଛନ୍ତି ବୋଲି କହିଛନ୍ତି ରଙ୍ଗା ରଞ୍ଜନ ।

ସମ୍ବନ୍ଧିତ ଖବର