ଟ୍ରାଫିକ୍‌ ପୁଲିସ୍‌ଙ୍କ ନିଆରା ଉଦ୍ୟମ: ଭିନ୍ନ ଭିନ୍ନ ଅପରାଧକୁ ଗୀତର ରୂପ ଦେଇ ଲୋକଙ୍କୁ କରାଉଛନ୍ତି ସଚେତନ

ହାଇଦ୍ରାବାଦ୍‌: ଲୋକଙ୍କୁ ସଚେତନ କରାଇବା ପାଇଁ ଜଣେ ଟ୍ରାଫିକ୍‌ ପୁଲିସ୍‌ ଆପଣେଇଥିବା ନିଆରା ଉପାୟ ଏବେ ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ପାଲଟିଛି। ଗତ ୯ ବର୍ଷ ହେବ ଟ୍ରାଫିକ୍‌ ପୁଲିସ୍‌ ଭାବେ କାମ କରି ଆସୁଥିବା ତେଲେଙ୍ଗାନାର ଏ ନାଗାମାଲ୍ଲୁ ଭିଡିଓ ଜରିଆରେ ଲୋକଙ୍କୁ ଅପରାଧ ଉପରେ ସଚେତନତା ବାର୍ତ୍ତା ଦେଇ ପ୍ରଶଂସା ସାଉଟିଛନ୍ତି।

ସେ ଗୀତ ଗାଇ ଗାଇ ସଚେତନତା ବାର୍ତ୍ତା ଦେବା ସମୟରେ ଭିିଡିଓ କରି ତାହାକୁ ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ ଅପ୍‌ଲୋଡ କରୁଛନ୍ତି। ଏହି ଭିଡିଓଗୁଡ଼ିକୁ ବହୁ ଗ୍ରହଣୀୟତା ମିଳୁଥିବାର ଜାଣିବାକୁ ମିଳିଛି।

ସେ ଗତ ୨୦୧୨ ମସିହାରୁ ଏପରି ସବୁ ଗୀତ କମ୍ପୋଜ କରି ଆସୁଥିବାର କହିଛନ୍ତି। ଭିନ୍ନ ଭିନ୍ନ ଅପରାଧକୁ ସେ ଗୀତର ରୂପ ଦେଇ ଲୋକଙ୍କୁ ସଚେତନ କରାଇଥାନ୍ତି। ଏବେର ପିଢ଼ି ମନୋରଞ୍ଜନଆଡ଼କୁ ବିଶେଷ ଆକର୍ଷିତ ହେଉଥିବା ହେତୁ ସେ ସଚେତନତା ବାର୍ତ୍ତା ଦେବା ପାଇଁ ମନୋରଞ୍ଜନକୁ ମାଧ୍ୟମ କରିବାକୁ ଶ୍ରେୟ ମଣିବା କଥା କହିଛନ୍ତି।

ସେ ଡିୟୁଟି ବାହାରେ ଏପରି ଗୀତ କମ୍ପୋଜ କରିଥାନ୍ତି। ଏଯାବତ୍‌ ସେ ସମୁଦାୟ ୨୦ଟି ଗୀତ କମ୍ପୋଜ କରି ସାରିଲେଣି। ତାହାକୁ ସେ କମ୍ପୋଜ କରିବା ପରେ ନିଜ ଫେସ୍‌ବୁକ୍‌ ଓ ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ ଅପ୍‌ଲୋଡ କରିଥାନ୍ତି।

ସମ୍ବନ୍ଧିତ ଖବର