ଛୋଟ ପିଲାଙ୍କ ଶରୀରରେ ହାଇପୋଥର୍ମିଆ କାହିଁକି ହୁଏ?
ହାଇପୋଥର୍ମିଆ ଦୁଇପ୍ରକାର ବୟସସୀମା ଭିତରେ ଦେଖାଯାଏ। ମାସକର ଶିଶୁ ଓ ଦୁଇ ମାସରୁ ୧ ବର୍ଷ ବୟସର ପିଲାଙ୍କ ଶରୀରରେ ଏହା ଅଧିକ ଦେଖାଯାଏ। ମାସକରୁ କମ୍ ବୟସର ଶିଶୁଙ୍କ ଶରୀର ଜଲଦି ଥଣ୍ଡା ପଡ଼ିଯାଏ, ଅତ୍ୟାବଶ୍ୟକ ଗରମ ପୋଷାକ ପିନ୍ଧା ନଗଲେ, ମା’ ପେଟର ତାପମାତ୍ରାଠାରୁ ବାହାର ତାପମାତ୍ରା କମ୍ ହୋଇଗଲେ ଶିଶୁଙ୍କଠାରେ ଏହି ରୋଗ ଦେଖାଯାଏ। ବର୍ଷକରୁ କମ୍ ବୟସର ପିଲାମାନଙ୍କର ଶରୀରରେ ହାଇପୋଥର୍ମିଆ ଦେଖାଯିବାର କାରଣ ହେଲା ପରିବେଶ।
Goods Trading: ଉତ୍ପାଦ କାରବାର କ’ଣ ଜାଣନ୍ତୁ...
ଏହି ରୋଗର ଲକ୍ଷଣ କ’ଣ?
ଯେତେବେଳେ ପିଲା ଖାଇବେ ନାହିଁ, ସେମାନଙ୍କଠାରେ ବିଭିନ୍ନ ସଂକ୍ରମଣ ଦେଖାଯିବ, ହାର୍ଟରେଟ୍ କମିଯିବ ଏବଂ ଥଣ୍ଡା ଧରିବ, ସେତେବେଳେ ଜାଣିବେ ସେ ବୋଧେ ହାଇପୋଥର୍ମିଆରେ ଆକ୍ରାନ୍ତ ହୋଇଛି।
ହାଇପୋଥର୍ମିଆର ପ୍ରତିକାର କ’ଣ?
ନବଜାତ ଶିଶୁଙ୍କୁ ମାସକ ଭିତରେ ଗାଧୋଇବେ ନାହିଁ। ମୋଟା ପୋଷାକ ପିନ୍ଧାଇବେ ଏବଂ ବଡ଼ ପିଲା ଘରେ ଥିଲେ ବି ଗରମ ପୋଷାକ ପିନ୍ଧାଇବେ। ଘରର ଉଷ୍ମତା ବଜାୟ ରଖିବା ଦରକାର। ନାଜାଲ୍ ଡ୍ରପ୍ ନାକରେ ପକାଇବା ଉଚିତ, କାରଣ ଏହା ନାକକୁ ଆର୍ଦ୍ର ରଖିଥାଏ।
କିପରି ଜାଣିବା ଶିଶୁଟି ହାଇପୋଥର୍ମିଆର ଶିକାର ହୋଇଛି?
ନବଜାତ ପିଲାଙ୍କର ହାତ ଓ ପାଦକୁ ବାରମ୍ବାର ଧ୍ୟାନ ଦେବା ଉଚିତ, କାରଣ ଏହି ରୋଗରେ ସେମାନଙ୍କ ହାତ ଓ ପାଦ ନୀଳ ପଡ଼ିଯାଏ। ପିଲାମାନେ ଖାଇବା ଗ୍ରହଣ କରିବେ ନାହିଁ, ଅଧିକ ସମୟ ଶୋଇବେ। ତାଙ୍କଠାରୁ ବଡ଼ ପିଲାଙ୍କ ଶରୀରରେ ବାରମ୍ବାର ସର୍ଦ୍ଦି ଧରିବ, ଖେଳାଖେଳି କରିବେ ନାହିଁ। ବ୍ୟବହାରରେ ଏପରି କିଛି ପରିବର୍ତ୍ତନ ଆସିଲେ ସଙ୍ଗେ ସଙ୍ଗେ ପାଖ ଡାକ୍ତଖାନାକୁ ନେଇଯିବା ଉଚିତ।
ହାଇପୋଥର୍ମିଆର ଗ୍ରେଡିଂ କେତେ ରହିବା ଉଚିତ ଓ ଏହା କେତେ ବିପଦପୂର୍ଣ୍ଣ?
ଶରୀରର ଉପଯୁକ୍ତ ତାପମାତ୍ରା ପାଇଁ ବିଭିନ୍ନ ପ୍ରକାର ଗ୍ରେଡିଂ ରହିଛି। ମାଇଲ୍ଡ ହାଇପୋଥର୍ମିଆରେ ଶରୀର ତାପମାତ୍ରା ୩୬ ଡିଗ୍ରିରୁ ୩୬.୫ ଡିଗ୍ରି ସେଲ୍ସିଅସ୍ ରହିବା ଉଚିତ। ସେହିପରି ମଡରେଟ୍ରେ ତାପମାତ୍ରା ୩୨-୩୬ ଡିଗ୍ରି ମଧ୍ୟରେ ଏବଂ ସିଭିଅର ହାଇପୋଥର୍ମିଆରେ ୩୬ ଡିଗ୍ରିରୁ କମ୍ ତାପମାତ୍ରା ରହିବ। ସେଥିପାଇଁ ମଡରେଟ୍ ଓ ସିଭିଅର ହାଇପୋଥର୍ମିଆ ଅଧିକ ବିପଦପୂର୍ଣ୍ଣ। ଏହି ସମୟରେ ଡାକ୍ତରଖାନାରେ ଶିଶୁଙ୍କୁ ରେଡିଆଣ୍ଟ୍ ୱାର୍ମର୍ ତଳେ ରଖିଥାଉ। ୩୪ ଡିଗ୍ରି ତାପମାତ୍ରା ଆଣିବା ପର୍ଯ୍ୟନ୍ତ ସେମାନଙ୍କୁ ଜୋର୍ ଜୋର୍ ଘସାଯାଏ। ଏହାପରେ ୩୬ ଡିଗ୍ରି ପର୍ଯ୍ୟନ୍ତ ଆଣିବାକୁ ଚେଷ୍ଟା କରାଯାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/03/fshhfshfsxvbvb-2025-12-03-00-36-34.jpg)