ହ୍ୟୁଣ୍ଡାଇ ମୋଟର୍ ଇଣ୍ଡିଆ ଲିମିଟେଡ୍ ଭାରତୀୟ ଅଟୋମୋବାଇଲ୍ ବଜାରରେ ନୂଆ ‘କ୍ରେଟା ଇଲେକ୍ଟ୍ରିକ୍’ର ପ୍ରବେଶ କରାଇଛି। ଏହାର ପ୍ରାରମ୍ଭିକ ମୂଲ୍ୟ ରହିଛି ୧୭,୯୯,୦୦୦ ଟଙ୍କା (ଏକ୍ସ ସୋ’ରୁମ୍)। ଏଥିରେ ଲିଥିୟମ୍ ମେଟାଲ୍ ବେସ୍ଡ କମ୍ପୋଜିଟ୍ ୫୧.୪ କିଲୋୱାଟ୍ ଅଥବା ୪୨ କିଲୋୱାଟ୍ର ବ୍ୟାଟେରି ପ୍ୟାକ୍ ବିକଳ୍ପ ରହିଛି। ଏହାର ବାହ୍ୟ ଓ ଭିତର ପରିପାଟୀ ଖୁବ୍ ଆକର୍ଷଣୀୟ ହୋଇଛି। ଏଥିରେ ଆକ୍ଟିଭ୍ ଏୟାର୍ ଫ୍ଲାପ୍ସ (ଏଏଏଫ୍), ଇଲେକ୍ଟ୍ରିକ୍ ସୋ’କେସ୍, ଡାଇନାମିକ୍ ସାଇଡ୍ ପ୍ରୋଫାଇଲ୍, ଏଲ୍ଇଡି ହେଡ୍ ଓ ଟେଲ୍ ଲ୍ୟାମ୍ପ ସହିତ ଡୁଆଲ୍ ଟୋନ୍ ଇଣ୍ଟେରିୟର୍, ଫ୍ଲୋଟିଂ କନ୍ସୋଲ୍, ଇକୋ-ଫ୍ରେଣ୍ଡ୍ଲି ସିଟ୍, ୬ଟି ଏୟାର୍ ବ୍ୟାଗ୍, ୧୦.୨୫ ଇଞ୍ଚର ଡୁଆଲ୍ କର୍ଭିଲିନିଅର୍ ଏଚ୍ଡି ଇନ୍ଫୋଟ୍ମେଣ୍ଟ ସ୍କ୍ରିନ୍, ଡିଜିଟାଲ୍ କ୍ଲଷ୍ଟର୍, ଟଚ୍-ଟାଇପ୍ ଡୁଆଲ୍ ଜୋନ୍ ଅଟୋମେଟିକ୍ ଟେମ୍ପେରେଚର୍ କଣ୍ଟ୍ରୋଲ୍, ଭଏସ୍-ଏନାବଲ୍ଡ୍ ସ୍ମାର୍ଟ ପାନୋରମିକ୍ ସନ୍ରୁଫ୍ ପରି ବୈଶିଷ୍ଟ୍ୟ ରହିଛି। କ୍ରେଟା ଇଲେକ୍ଟ୍ରିକ୍ ମାତ୍ର ୫୮ ମିନିଟ୍ (ଡିସି ଚାର୍ଜିଂ)ରେ ୧୦-୮୦ ପ୍ରତିଶତ ଚାର୍ଜ ହୋଇପାରିବ ବୋଲି କମ୍ପାନି ପକ୍ଷରୁ ଦାବି କରାଯାଇଛି। ଏହା ଏକ୍ଜିକ୍ୟୁଟିଭ୍, ସ୍ମାର୍ଟ, ପ୍ରିମିୟମ୍ ଓ ଏକ୍ସିଲେନ୍ସ ପରି ୪ଟି ଭାରିଆଣ୍ଟରେ ଆସିଛି। ଏହା ୮ଟି ମନୋଟୋନ୍, ୨ଟି ଡୁଆଲ୍ ଟୋନ୍ ଓ ୩ଟି ମେଟ୍ କଲର୍ ପରି ରଙ୍ଗରେ ଉପଲବ୍ଧ।
ହ୍ୟୁଣ୍ଡାଇ କ୍ରେଟା ଇଲେକ୍ଟ୍ରିକ୍
ହ୍ୟୁଣ୍ଡାଇ ମୋଟର୍ ଇଣ୍ଡିଆ ଲିମିଟେଡ୍ ଭାରତୀୟ ଅଟୋମୋବାଇଲ୍ ବଜାରରେ ନୂଆ ‘କ୍ରେଟା ଇଲେକ୍ଟ୍ରିକ୍’ର ପ୍ରବେଶ କରାଇଛି। ଏହାର ପ୍ରାରମ୍ଭିକ ମୂଲ୍ୟ ରହିଛି ୧୭,୯୯,୦୦୦ ଟଙ୍କା (ଏକ୍ସ ସୋ’ରୁମ୍)।
/sambad/media/media_files/2025/01/22/rk5DH4Gf9YpXkngqmrh7.jpg)