ଶ୍ରୀପଞ୍ଚମୀ ଦିନ ରଥକାଠର ସଂସ୍କାର ହୁଏ। ତା’ ପୂର୍ବରୁ ବଡ଼ରାଉଳ ଠାକୁରାଣୀଙ୍କ ପୂଜାର୍ଚ୍ଚନାରୁ ମୋର ସେବା ଆରମ୍ଭ ହୋଇଥାଏ। ଶ୍ରୀମନ୍ଦିରରୁ ମାଳ, ମାହାର୍ଦ୍ଦ ନେଇ ମା’ ବଡ଼ରାଉଳଙ୍କୁ ସମର୍ପଣ କରି ତାଙ୍କର କୃପା ପ୍ରାର୍ଥନା କରିବା ପରେ ଜଙ୍ଗଲରୁ ରଥ କାଠ ଚୟନ କରି ଆଣୁ। ଶ୍ରୀରାମ ନବମୀ ଦିନ ଖପୁରିଆର କରତ କଳକୁ ଯାଇ ରଥ କାଠ ଚିରଟ ଅନୁକୂଳ କରୁ। ଏଥିସହ ରଥରେ କେତେ ଖଣ୍ଡ କାଠ ଲାଗୁଛି, ସେ କାଠ ରଥଖଳାକୁ ଯୋଗାଇ ଦିଏ। ରଥ ତତ୍ତ୍ବାବଧାରକଙ୍କ ସହ ଏହି କାମ କରିଥାଏ। ତିନି ରଥରେ କେଉଁଠି କେଉଁ କେଉଁ କାଠ ଲାଗିବ, ସେ ଦାୟିତ୍ବ ବି ମୋର। ମହାପ୍ରଭୁଙ୍କ ପାଇଁ ମୁଁ ଚାକିରି ଛାଡ଼ିଛି। ରେଳବାଇରେ ଇଂଜିନିୟରିଂ ବିଭାଗରେ ଚାକିରି କରିଥିଲି। କିନ୍ତୁ ମହାପ୍ରଭୁଙ୍କ ସେବା ମନୋବୃତ୍ତି ପାଇଁ ସେହି ଚାକିରି ଅଧାରୁ ଛାଡ଼ିଲି। ଶ୍ରୀମନ୍ଦିରରେ ବି ଚାକିରି କରିଥିଲି, ତାହାକୁ ଛାଡ଼ିଲି। ଏବେ ରଥ ଅମିନ ଭାବେ କାମ କରୁଛି। ସେ କାମରେ ମନକୁ ଶାନ୍ତି ଆସୁଛି।
ମୁଁ ରେଳବାଇ ଇଂଜିନିୟର ଥିଲି: ଲକ୍ଷ୍ମଣ ମହାପାତ୍ର, ରଥ ଅମିନ
/sambad/media/post_attachments/wp-content/uploads/2022/07/N6.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)