ପାଇଲଟ୍‌ ଅଭିନନ୍ଦନ ପାକ୍‌ ସେନା କବ୍‌ଜାରେ ଥିବା ଜାଣି ୧୯୭୧ମସିହାରେ ପାକ୍‌ ବନ୍ଦୀ କରିଥିବା ନିଜ ପାଇଲଟ୍‌ ଭାଇଙ୍କୁ ମନେ ପକାଇଲେ ଭାଇ

ନୂଆଦିଲ୍ଲୀ : ଗତକାଲି ପାକ୍‌ ସୀମାରେ ଭାରତୀୟ ବାୟୁସେନାର ମିଗ୍‌-୨୧ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ପାଇଲଟ୍‌ ଅଭିନନ୍ଦନ ବର୍ତମାନଙ୍କୁ ନିଜ କବ୍‌ଜାକୁ ନେଇଛି ପାକ୍‌ ସେନା । ଭାରତୀୟ ପ୍ରତିରକ୍ଷା ମନ୍ତ୍ରାଳୟ ତରଫରୁ ପାଇଲଟ୍‌ ଅଭିନନ୍ଦନଙ୍କୁ ପାକ୍‌ ସେନା ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ ଅଣା ଯିବା ପରେ ଏହାକୁ ଖଣ୍ଡନ କରିଥିଲା ପାକ୍‌ ପ୍ରତିରକ୍ଷା ମନ୍ତ୍ରାଳୟ । ପାଇଲଟ୍‌ ଅଭିନନ୍ଦନ ସଂପୂର୍ଣ୍ଣ ସୁରକ୍ଷିତ ଥିବା ନେଇ କହିବା ସହ ଭାରତ-ପାକ୍‌ ମଧ୍ୟରେ ପରିସ୍ଥିତି ସାଧାରଣ ହେବା ପରେ ହିଁ ପାଇଲଟ୍‌ ଅଭିନନ୍ଦନଙ୍କୁ ଛଡ଼ାଯିବ ବୋଲି କହିଥିଲେ । ଏହା ପରେ ପରେ ଶୁକ୍ରବାର ପାଇଲଟ୍‌ ଅଭିନନ୍ଦନଙ୍କୁ ଭାରତ ପଠାଇ ଦିଆଯିବ ବୋଲି ପାକିସ୍ତାନ ତରଫରୁ ଘୋଷଣା କରାଯାଇଥିଲା । ତେବେ ପାଇଲଟ୍‌ ଅଭିନନ୍ଦନଙ୍କ ସ୍ଥିିତି ଦେଖି ୭୪ବର୍ଷୀୟ ଜିଏସ୍‌ ଗିଲ୍‌ ନିଜ ପାଇଲଟ ଭାଇଙ୍କୁ ମନେ ପକାଇଛନ୍ତି ।

The Indian Express

ଅତୀତ ଘଟଣାକୁ ସ୍ମୃତିଚାରଣ କରି ଗିଲ୍‌ କହନ୍ତି, ୪୭ ବର୍ଷ ପୂର୍ବେ ଡିସେମ୍ବର ୧୩, ୧୯୭୧ରେ ମୋ ଭାଇ ଉଇଙ୍ଗ୍‌ କମାଣ୍ଡର ହର୍ଷିନ୍‌ ସିଂହଙ୍କୁ ପାକ୍‌ ସେନା ନିଜ କବ୍‌ଜାକୁ ନେଇଥିଲା । ସେହି ଦିନର ଘଟଣା ଆଜି ବାରମ୍ବାର ମୋ ମନକୁ ଆସୁଥିବା ସହ ରେଡିଓର ସେହି ଘୋଷଣା ମୋ କାନରେ ବାଜି ଉଠୁଛି । ଡିସେମ୍ବର ୧୩, ୧୯୭୧ରେ ହୋଇଥିବା ଯୁଦ୍ଧ ସମୟରେ ପାକିସ୍ତାନୀ ରେଡିଓ ଘୋଷଣା କଲା କି, ପାକ୍‌ ସେନା ଭାରତୀୟ ବାୟୁସେନାର ଉଇଙ୍ଗ୍‌ କମାଣ୍ଡର ହର୍ଷିନ୍‌ ସିଂହଙ୍କୁ ବନ୍ଧକ ବନାଇଛି । ଏହି ଖବର ଶୁଣିବା ପରେ ଭାଇ ଫେରିବାର ବାଟକୁ ମୁଁ ଏବଂ ମୋ ପରିବାର ଚାହିଁ ବସିଥିଲୁ । କିନ୍ତୁ ସେ ଆଉ ଫେରି ନ ଥିଲେ । ମୋର ଆଶା ଏବଂ ବିଶ୍ୱାସ ପାକିସ୍ତାନ ଏଥର ନିଜ ଦେଇଥିବା କଥା ରଖିବ ଏବଂ ପାଇଲଟ୍‌ ଅଭିନନ୍ଦନଙ୍କୁ ଭାରତ ଫେରାଇ ଦେବ ବୋଲି କହିଛନ୍ତି ଜିଏସ୍‌ ଗିଲ୍‌ ।

ସମ୍ବନ୍ଧିତ ଖବର