କଶ୍ମୀର: କଶ୍ମୀରର ଆଇଏଏସ୍ ଅଫିସର୍ ତଥା ଚର୍ଚ୍ଚିତା ଆଇଏଏସ୍ ଅଧିକାରୀ ଟିନା ଡାବିଙ୍କ ପୂର୍ବତନ ସ୍ବାମୀ ଅଥର୍ ଆମୀର ଖାନ୍ ଦ୍ବିତୀୟ ଥର ପାଇଁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ସେ ତାଙ୍କ ବିବାହ ସଂପର୍କରେ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ୍ରେ ସୂଚନା ଦେଇଥିଲେ। ସେ ଡକ୍ଟର ମେହେରିନ୍ କାଜିଙ୍କ ସହ ନିକଟ ଅତୀତରେ ନିର୍ବନ୍ଧ କରିଥିଲେ। ଯାହାପରେ ପ୍ରଶଂସକମାନେ ତାଙ୍କୁ ଶୁଭେଚ୍ଛା ଦେବା ଆରମ୍ଭ କରି ଦେଇଥିଲେ। ଏହା ଭିତରେ ସେମାନଙ୍କର ମେହେନ୍ଦୀ ଉତ୍ସବର ଫଟୋ ଭାଇରାଲ୍ ହୋଇଛି। ଫଟୋ ସାମ୍ନାକୁ ଆସିବା ପରେ ପ୍ରଶଂସକମାନେ ଶୁଭେଚ୍ଛା ବାର୍ତ୍ତା ଦେବା ସହ ବିବାହ କେବେ ବୋଲି ପ୍ରଶ୍ନ କରି ଚାଲିଛନ୍ତି।
View this post on Instagram
ନିକଟରେ ଭାଇରାଲ୍ ହୋଇଥିବା ଫଟୋରେ ଡକ୍ଟର ମେହେରିନ୍ କାଜି ଏକ ନାଲି ରଂଗର ପୋଷାକ ପିନ୍ଧିଛନ୍ତି। ତାଙ୍କ ୨ଟି ଯାକ ହାତରେ ମେହେନ୍ଦୀ ଲାଗିଛି ଓ ତାଙ୍କ ଲୁକ୍କୁ ପ୍ରଶଂସକ ଖୁବ୍ ପ୍ରଶଂସା କରିବାରେ ଲାଗିଛନ୍ତି। ସେ ପିନ୍ଧିଥିବା ପୋଷାକ ଉପରେ ଜରି କାରିଗରୀ ଦେଖିବାକୁ ମିଳିଛି। ପୋଷାକ ସହିତ ତାଙ୍କର କେଶ ବିନ୍ୟାସ ଓ ମେକ୍ଅପ୍ ତାଙ୍କ ସୌନ୍ଦର୍ଯ୍ୟକୁ ସଂପୂର୍ଣ୍ଣ କରୁଛି। ଅଳଙ୍କାରରେ ସେ କେବଳ ଏକ ବଡ଼ କାନଫୁଲ ପିନ୍ଧିଛନ୍ତି। ଯାହାକୁ ତାଙ୍କ ସୌନ୍ଦର୍ଯ୍ୟକୁ ଆହୁରି ଆକର୍ଷଣୀୟ କରିଛି।
ସେହିପରି ଆଇଏଏସ୍ ଅଥରଙ୍କ ଲୁକ୍ ବି କାଫି ସାଧାରଣ ଓ ଆକର୍ଷଣୀୟ ରହିଛି। ଅଥର ଏକ କଳା ରଂଗର କୁର୍ତ୍ତା ପାଇଜାମା ପିନ୍ଧିବା ସହ ତାହା ଉପରେ ଏକ ମାଟିଆ ରଂଗର ଜ୍ୟାକେଟ୍ ପିନ୍ଧିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/Untitled-18.jpg)