ନୂଆଦିଲ୍ଲୀ: ଆଇଏଏସ୍ ଅଥର୍ ଆମୀର ଖାନ୍ ସୋସିଆଲ୍ ମିଡିଆରେ ଖୁବ୍ ପରିଚତ। ଆଇଏଏସ୍ ଟପ୍ପର ଟିନା ଡାବିଙ୍କ ପୂର୍ବତନ ସ୍ବାମୀ ଭାବେ ମଧ୍ୟ ତାଙ୍କୁ ଅନେକ ଲୋକ ଜାଣନ୍ତି। ତାଙ୍କର ସୁନ୍ଦର ଚେହେରା ଅନେକ ମହିଳାଙ୍କୁ ଆକର୍ଷିତ କରିଥିବା ବେଳେ ଗତ ବର୍ଷ ସେ ଦ୍ବିତୀୟ ବିବାହ କରିଥିଲେ।
ଅଥର୍ ତାଙ୍କ ଦ୍ବିତୀୟ ବିବାହକୁ ନେଇ ବି ଖୁବ୍ ଚର୍ଚ୍ଚାରେ ରହିଛନ୍ତି। ଆପଣ ଜାଣନ୍ତି ଯେ ଅଥର ଡକ୍ଟର ମେହେରିନ୍ କାଜି ଙ୍କୁ ଦ୍ବିତୀୟ ବିବାହ କରିଛନ୍ତି। ସେ ଜଣେ ସୋସିଆଲ୍ ମିଡିଆ ଇନ୍ଫ୍ଲୁଏନ୍ସର୍ ମଧ୍ୟ। ନିକଟରେ ମେହେରିନ୍ ତାଙ୍କ ସ୍ବାମୀଙ୍କର କିଛି ଫଟୋ ସେୟାର୍ କରି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଦେଇଛନ୍ତି। ସେ ତାଙ୍କ ସ୍ବାମୀଙ୍କର କିଛି ଷ୍ଟାଇଲିଷ୍ଟ୍ ଫଟୋ ସେୟାର୍ କରିବା ସହ ଏକ ସୁନ୍ଦର ନୋଟ୍ ବି ଲେଖିଛନ୍ତି।
ସେ ଲେଖିଛନ୍ତି, ‘ଜନ୍ମଦିନର ଶୁଭେଚ୍ଛା ମାଇଁ ଲଭ୍। ସ୍ବାମୀଙ୍କୁ ତାଙ୍କ ଜନ୍ମଦିନରେ ଶୁଭକାମନା। ଏକଥା କହିବାକୁ ଚାହେଁ ଯେ ତୁମେ ମୋ ପାଇଁ କେତେ ଖାସ୍। ତୁମେ ଖୁବ୍ ଭଲ ମଣିଷ। ଯିଏକି ଜୀବନର ପ୍ରତ୍ୟେକ ପରିସ୍ଥିତିରେ ଶାରୀରିକ, ମାନସିକ ଓ ଆଧ୍ୟାତ୍କିକ ଭାବେ ନିଜର ଶ୍ରେଷ୍ଠ ଦେବାକୁ ଚେଷ୍ଟା କରିଥାନ୍ତି। ଉପରକୁ ଉଠିବାକୁ ପ୍ରତିଦିନ ତୁମେ ମୋତେ ପ୍ରେରିତ କର। ମୋର ବିଶ୍ବାସ ଯେ ତୁମ ଜୀବନ ଆହୁରି ବି ସୁନ୍ଦର ହୋଇଯିବ। ତୁମେ ସବୁବେଳେ ମୋ ସାଥିରେ ଅଛ, ମୋତେ ସମର୍ଥନ ଦେଇଆସିଛ। ମୋ ପାଗଳାମୀ କଥା ଶୁଣି ତମେ ହସ ମଧ୍ୟ। ତୁମେ ଖାଲି ମୋର ସ୍ବାମୀ ନୁହେଁ, ଜଣେ ଭଲ ବନ୍ଧୁ ମଧ୍ୟ।’