ନୂଆଦିଲ୍ଲୀ: ବାପା ରିକ୍ସା ଚଲାଉଥିବା ବେଳେ ପୁଅ ଆଇଏଏସ୍ ପାଇଥିଲେ। ତେବେ ଏଦୁହିଁଙ୍କ ସଂଘର୍ଷମୟ ଜୀବନକୁ ନେଇ ଏକ ସିନେମା ତିଆରି ହେଉଛି। ବାପା ଓ ପୁଅଙ୍କ ସଂଘର୍ଷର କାହାଣୀ ଏବେ ବଡ଼ ପରଦାରେ ଦେଖିବାକୁ ମିଳିବ। ଆଇଏଏସ୍ ପାଇଥିବା ପୁଅଙ୍କ ନାମ ହେଉଛି ଗୋବିନ୍ଦ ଜୟସ୍ବାଲ୍।
ବିହାରରେ ରହୁଥିବା ଗୋବିନ୍ଦ ଜୟସ୍ବାଲ୍ ୨୦୦୬ରେ ୟୁପିଏସସି ପରୀକ୍ଷାରେ ସଫଳତା ହାସଲ କରି ଆଇଏଏସ ଅଧିକାରୀ ବନିଥିଲେ। ଆଜି ଦୁନିଆ ଆଇଏଏସ୍ ଗୋବିନ୍ଦଙ୍କ କାମ ଓ ତାଙ୍କ ସଂଘର୍ଷକୁ ଭୁରିଭୁରି ପ୍ରଶଂସା କରୁଛି।
ଆଇଏଏସ୍ ହେବା ଯାତ୍ରା ଗୋବିନ୍ଦଙ୍କ ପାଇଁ ସହଜ ନଥିଲା। କାରଣ ତାଙ୍କ ବାପା ଜଣେ ରିକ୍ସା ଚାଳକ ଥିଲେ। ସେ ବହୁତ କଷ୍ଟରେ ପୁଅକୁ ପାଠପଢ଼ାଇଥିଲେ। ପୁଅ ବି ବାପାଙ୍କ କଷ୍ଟ ଦେଖି ମନଦେଇ ପାଠପଢ଼ି ଆଜି ଜଣେ ଆଇଏଏସ୍ ଅଧିକାରୀ ହୋଇ ପାରିଛନ୍ତି। ଆଉ ଲୋକଙ୍କ ପାଇଁ ଭଲ କାମ କରି ଚର୍ଚ୍ଚାରେ ରହିଛନ୍ତି।

ଗୋବିନ୍ଦ ଓ ତାଙ୍କ ବାପାଙ୍କୁ ନେଇ ନିର୍ମିତ ହୋଇଥିବା ସିନେମାର ଶୀର୍ଷକ ରହିଛି, ‘ଅବ ଦିଲ୍ଲୀ ଦୂର ନେହିଁ’। ଏହି ସିନେମା ଚଳିତ ବର୍ଷ ମଇ ୧୨ ତାରିଖରେ ରିଲିଜ ହେବ। ଗୋବିନ୍ଦଙ୍କ ଆଇଏଏସ୍ ପୁଅ ଭୂମିକାରେ ଇମରାନ ଜାହିଦ ନଜର ଆସିବେ।
ଏହି ସିନେମାରେ ଦର୍ଶକ ଦେଖିବାକୁ ପାଇବେ, କିଭଳି ଭାବେ ଗୋବିନ୍ଦ ଏକ ଛୋଟ ଗାଁ ଓ ଗରିବ ପରିବାରେ ଜନ୍ମ ନେଇ ମଧ୍ୟ ଆଇଏଏସ ଅଫିସର ହେବାର ସ୍ବପ୍ନକୁ ପୂରା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/Thumbnail_Father_IAS-Son.jpg)