ବିବାହ ବନ୍ଧନରେ ଆବଦ୍ଧ ହେଲେ ଆଇଏଏସ୍‌ ପ୍ରେମୀଯୁଗଳ

ଚର୍ଚ୍ଚିତ ଆଇଏଏସ୍‌ ପ୍ରେମୀଯୁଗଳ ଅମିର-ଉୁଲ-ସାଫି ଖାନ୍‌ ଓ ଟିନା ଦାବି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଦୁହିଁଙ୍କ ବିବାହ ପରିବାରଙ୍କ ଉପସ୍ଥିତିରେ ଅନନ୍ତନାଗର ପହଲଗାମସ୍ଥିତ ଏକ ଟୁଇରିଷ୍ଟ ରିସର୍ଟରେ ସମ୍ପନ୍ନ ହୋଇଥିଲା। ୨୦୧୫ରେ ଟିନା ଡାବି ଆଇଏଏସ ଟପ୍ପର ହୋଇଥିବା ବେଳେ ତାଙ୍କ ପ୍ରେମିକ ଅମିର-ଉୁଲ-ସାଫି ଖାନ୍‌ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ଦୁହିଁଙ୍କ ସାକ୍ଷାତ ମସୁରିସ୍ଥିତ ଲାଲ ବାହାଦୂର ଶାସ୍ତ୍ରୀ ନ୍ୟାସନାଲ ଆକାଡେମି ଫର ଏଡମିନିଷ୍ଟ୍ରେସନରେ ହୋଇଥିଲା।

ସୂଚନାଯୋଗ୍ୟ, ଖୁବ୍‌ ଶୀଘ୍ର ଅର୍ଥାତ୍‌ ଗତ ଶନିବାର ଅମିର-ଉୁଲ-ସାଫି ଖାନ୍‌ ଓ ଟିନା ଦାବିଙ୍କ ବିବାହ ପହଲଗାମସ୍ଥିତ ଏକ ଟୁଇରିଷ୍ଟ ରିସର୍ଟରେ ହୋଇଥିଲା। ଅମିରଙ୍କ ଘର କାଶ୍ମୀରର ଅନନ୍ତନାଗରେ ଓ ଟିନା ଦିଲ୍ଲୀରେ ବସବାସ କରନ୍ତି। ତେବେ ଦୁହିଁଙ୍କ ବିବାହକୁ ନେଇ ଏକ ଭିଡିଓ ପୋଷ୍ଟ ହୋଇଛି। ଯେଉଁଥିରେ ଦେଖିବାକୁ ମିଳୁଛି, ବିବାହ ସମୟରେ ଅମିର ଏକ ସୁନେଲି ରଙ୍ଗର ସେରଓ୍ଵାନି ଓ ଟିନା ଲାଲ ରଙ୍ଗର ଲେହେଙ୍ଗା ପରିଧାନ କରିଥିବାର ନଜର ଆସୁଛନ୍ତି।

ତେବେ ଏହି ଦୁହିଁଙ୍କ ସମ୍ପର୍କକୁ ନେଇ ହିନ୍ଦୁ ମହାସଭା ଟିନାଙ୍କ ପିତାମାତା ପାଖକୁ ଏକ ଚିଠି ଲେଖିଥିଲେ, ଯେଉଁଥିରେ ଉଲ୍ଲେଖ ଥିଲା କି ଟିନା ୟୁପିଏସ୍‌ସି ଟପ୍ପର ହେବା ପରେ ଆମେ ଖୁବ୍‌ ଖୁସି ହୋଇଥିଲୁ। କିନ୍ତୁ ସେ ମୁସଲମାନ ବ୍ୟକ୍ତିଙ୍କୁ ବିବାହ କରିବା ପାଇଁ ସ୍ଥିର କରିବା କଥା ଆମକୁ ଦୁଃଖ ପହଞ୍ଚାଇ ଥିଲା।

ସମ୍ବନ୍ଧିତ ଖବର