ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ଆଇଏଏସ୍ ଅଫିସରଙ୍କ ଫଟୋ,କାରଣ ଜାଣି ପ୍ରଶଂସା କରୁଛନ୍ତି ଲୋକେ
ନୂଆଦିଲ୍ଲୀ : ମଣିପୁରର ଜଣେ ଆଇଏଏସ୍ ଅଫିସରଙ୍କ ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଏହି ଫଟୋରେ ଆଇଏଏସ୍ ଅଫିସର ଜଣଙ୍କ ଅନ୍ୟ ଲୋକମାନଙ୍କ ସହ ଅଣ୍ଟା ପର୍ଯ୍ୟନ୍ତ ପାଣି ଭିତରେ ପଶି ଥିବାର ଦେଖିବାକୁ ମିଳୁଛି। ଏହି ଫଟୋକୁ ଦେଖି ଏହାର କାରଣ ଜାଣିବା ପରେ ଲୋକମାନେ ତାଙ୍କର ପ୍ରଶଂସା ନ କରି ରହିପାରୁ ନାହାନ୍ତି । ଆଇଏଏସ୍ ଅଫିସର ଦିଲ୍ଲୀପ ସିଂ ମଣିପୁରରେ ବନ୍ୟା ଆସିଥିବାରୁ ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ପାଣି ଭିତରେ ପଶିଥିଲେ ବୋଲି ଜଣାପଡ଼ିଛି । ମଣିପୁରରେ ବନ୍ୟା ସମୟରେପ ୂର୍ବ ଏବଂ ପଶ୍ଚିମ ଇମ୍ଫାଲରେ ଥିବା ଜଳମଗ୍ନ ଅଞ୍ଚଳଗୁଡ଼ିକରେ ଲୋକଙ୍କୁ ଉଦ୍ଧାର କରିବାରେ ସେ ଲାଗିପଡ଼ିଥିଲେ ।
Sambad is now on WhatsApp
Join and get latest news updates delivered to you via WhatsApp
ବନ୍ୟା ପ୍ରଭାବିତ ଅଞ୍ଚଳରେ ଲୋକାମାନଙ୍କ ଅବସ୍ଥା ବୁଝିବା ପାଇଁ ସେଠାରେ ପହଞ୍ଚିଥିଲେ ବନ୍ୟା ନିୟନ୍ତ୍ରଣ ବିଭାଗରେ ନିୟୋଜିତ ଥିବା ସଚିବ ଦିଲ୍ଲୀପ ସିଂ । ସେଠାରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିବା ପରେ ଲୋକମାନଙ୍କ ଅସୁବିଧାକୁ ଦେଖି ସେ ପାଣି ଭିତରକୁ ଯାଇ ଲୋକମାନଙ୍କୁ ସାହାଯ୍ୟ କରିଥିଲେ । ଏହି ସମୟରେ ଜଣେ ସ୍ଥାନୀୟ ଲୋକେ ତାଙ୍କର ଫଟୋ ଉଠାଇ ସୋସିଆଲ ମିଡ଼ିଆରେ ଛାଡ଼ିଥିଲେ । ଏହି ଫଟୋ ଧୀରେ ଧୀରେ ଭାଇରାଲ ହେବା ପରେ ସାରା ଦେଶରେ ଏବେ ସେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।