କେବଳ ପଦବୀ ଥିଲା କିନ୍ତୁ କିଛି କାମ ନଥିଲା, ଚାକିରି ଛାଡ଼ି ପଳାଇଲେ ଆଇଏଏସ୍‌ ଅଫିସର

ନୂଆଦିଲ୍ଲୀ: ୨୦୦୬ ବ୍ୟାଚର ଜଣେ ଆଇଏଏସ୍‌ ଅଧିକାରୀ ଅଙ୍କୁରି ମୁରଲୀ ଅଗଷ୍ଟ ୩୧ରେ ସ୍ୱଇଚ୍ଛାରେ ଚାକିରି ଛାଡ଼ିବାକୁ ନିଷ୍ପତ୍ତି କରିଛନ୍ତି । ଏ ନେଇ ମୁରଲୀ ଶନିବାର ବିନା କୌଣସି କାରଣ ଦର୍ଶାଇ ତେଲେଙ୍ଗାନାର ମୁଖ୍ୟ ସଚିବ ଏସକେ ଜୋଶୀଙ୍କୁ ନିଜର ଇସ୍ତଫା ପତ୍ର ଦେଇଛନ୍ତି।

ତେବେ ୧୮ମାସ ପୂର୍ବରୁ ରାଜ୍ୟ ସରକାର ମୁରଲୀଙ୍କୁ ତେଲେଙ୍ଗାନା ରାଜ୍ୟ ଅଭିଲେଖାଗାରର ମହାନିର୍ଦ୍ଦେଶକ ଓ ସମାଜଶାସ୍ତ୍ର ପାଇଁ ଅନୁସନ୍ଧାନ କେନ୍ଦ୍ରରେ ନିଯୁକ୍ତ ଦେଇଥିଲେ। ନିଯୁକ୍ତି ପରେ ସେ ଜାଣିବାକୁ ପାଇଲେ କି କେବଳ ପଦବୀ ଅଛି କିନ୍ତୁ ତାଙ୍କ ପାଇଁ କିଛି  କରିବାକୁ କାମ ହିଁ ନାହିଁ। ଏପରି ଅବସ୍ଥାରେ ରହିବା ଅପେକ୍ଷା ଚାକିରି ଛାଡ଼ିଦେବା ଉଚିତ ବୋଲି ଭାବି ସେ ଏହି ନିଷ୍ପତ୍ତି ନେଇଛନ୍ତି।

ମୁରଲୀଙ୍କ କହିବାନୁସାରେ, ୩୮ବର୍ଷର ଦୀର୍ଘ କ୍ୟାରିୟର ଭିତରେ ଏମିତି କିଛି ପଦ ନ ଥିଲା କି ଯେଉଁଥିରେ ସେ କାମ କରି ନାହାନ୍ତି । ମାତ୍ର  ଏହି ପଦରେ ତାଙ୍କୁ କାର କିମ୍ବା ବ୍ୟକ୍ତିଗତ ସଚିବ ଓ  ଷ୍ଟାଫ୍‌ ଦିଆଯାଇ ନ ଥିଲା। ଏପରି ଅପମାନଜନକ ଅବସ୍ଥାରେ ସେ  ଇସ୍ତଫା ନେବା ବିକଳ୍ପ ବାଛିଥିଲେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର