ପିଲାଦିନେ ଚୁଡ଼ି ବିକି ପେଟ ପୋଷିଥିବା ଆଇଏଏସ୍‌ ଅଧିକାରୀ ରମେଶ ଏବେ ଅନେକ ନିଃସହାୟ ଶିଶୁଙ୍କ ଈଶ୍ବର ପାଲଟିଛନ୍ତି

ମୁମ୍ବାଇ: କଥାରେ ଅଛି ଅସୁବିଧାକୁ ସାମ୍ନା କରିଥିବା ଜଣେ ବ୍ୟକ୍ତି ହିଁ ଅସୁବିଧାରେ ଥିବା ଅନ୍ୟ ଜଣେ ବ୍ୟକ୍ତିକୁ ସାହାଯ୍ୟ କରିପାରେ। ତାହାର ଜ୍ବଳନ୍ତ ଉଦାହରଣ ହେଉଛନ୍ତି ଆଇଏଏସ୍‌ ଅଧିକାରୀ ରମେଶ ଗୋହଲାପ, ଯାହାଙ୍କୁ କି ପିଲାଦିନେ ନିଜ ପେଟ ପୋଷିବାକୁ ମାଆ ଓ ଭଉଣୀଙ୍କ ସହ ମିଶି ଚୁଡ଼ି ବିକ୍ରି କରିବାର କଷ୍ଟ ସହିବାକୁ ପଡ଼ିଥିଲା। ପିଲାଦିନେ ପାଠ ପଢ଼ିବାକୁ ସଂଘର୍ଷ କରିଥିବା କୁନି ବାଳକ ରମେଶ ଆଜି ଯେତେବେଳେ ବଡ଼ ହୋଇ ଆଇଏଏସ୍‌ ଅଧିକାରୀ ବନି ସାରିଛନ୍ତି, ଅନେକ ନିଃସହାୟ ପିଲାଙ୍କର ସାହାରା ବନି ଉଦାହରଣ ପାଲଟିଛନ୍ତି।

ରମେଶ ଏବେ ଝାଡ଼ଖଣ୍ଡସ୍ଥିତ କୋଡର୍ମାର ଡେପୁଟି କମିଶନର ଭାବରେ କାର୍ଯ୍ୟ କରୁଛନ୍ତି। ସେ ଆଇଏସ୍‌ ଅଧିକାରୀ ହେବା ପରେ ତାଙ୍କ ପରି ନିଃସହାୟ ପିଲାମାନଙ୍କୁ ସାହାଯ୍ୟ କରିବାର ପଣ ନେଇଥିଲେ ରମେଶ। ଏବେ ସୁଦ୍ଧା ସେ ବିଭିନ୍ନ ଜିଲ୍ଲାର ହୋଟେଲ ଏବଂ ଗ୍ୟାରେଜରେ ଶିଶୁ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ପ୍ରାୟ ୩୫ ଜଣ ପିଲାଙ୍କୁ ଉଦ୍ଧାର କରି  ସେମାନଙ୍କର ଥଇଥାନ କରିବା ସହ ସେମାନଙ୍କୁ ପାଠ ପଢ଼ିବା ପାଇଁ ସହାୟତା ଯୋଗାଇ ଦେଇଛନ୍ତି। ଏପରିକି କୋଡର୍ମାର ଜଣେ ୧୧ ବର୍ଷୀୟା ଅନାଥ ଝିଅର ଅଭିଭାବକ ପରି ସେ ସମସ୍ତ ଦାୟିତ୍ବ ନେଇଛନ୍ତି।

www.thebetterindia.com

ରମେଶ କହନ୍ତି ୨୦୧୯ ମସିହାରେ ସେ ଯେତେବେଳେ ଡିସି ଭାବେ ନିଯୁକ୍ତ ପାଇଲେ ସେହି ସମୟରେ ଉକ୍ତ ଅନାଥ ଝିଅଟିକୁ ଉଦ୍ଧାର କରି ତା’ର ସମସ୍ତ ଦାୟିତ୍ବ ବହନ କରିବକୁ ସଂକଳ୍ପ ନେଇଥିଲେ। ସେ ଶୀତ ଦିନେ କମ୍ବଳ ବାଣ୍ଟୁଥିବା ବେଳେ କୁନି ଝିଅଟି ଧାଡ଼ିର ପୂରା ଶେଷରେ ଛିଡ଼ା ହୋଇଥିଲା। ତାକୁ ଦେଖିବା ପରେ ରମେଶଙ୍କ ମନରେ ସହାନଭୁତି ଜାଗ୍ରତ ହେଲା। ସେ ସ୍ବପ୍ନା ନାମ୍ନୀ ଏହି ଝିଅଟିକୁ ଭେଟି କଥା ହେବା ପରେ ଜାଣିବାକୁ ପାଇଲେ ଯେ ପିଲାଟି ଦିନରୁ ସେ ତା’ର ବାପାମାଆଙ୍କୁ ହରାଇ ଜେଜେବାପା ଓ ଜେଜେମାଆଙ୍କ ପାଖରେ ବଢୁଛି। ରମେଶ କାଳ ବିଳମ୍ବ ନକରି ଝିଅଟିର ଦାୟିତ୍ବ ନେବା ନିଷ୍ପତ୍ତି ନେଇଥିଲେ। ରମେଶ ସ୍ବପ୍ନାକୁ ଭେଟି ପ୍ରଥମେ ପଚାରିଥିଲେ, ‘ତମେ କେଉଁଠି ପଢୁଛ?’ ସ୍ବପ୍ନ‌ା କିଛି ବି ଉତ୍ତର ଦେଇନଥିଲେ। ଜଣେ ସ୍ଥାନୀୟ ଲୋକ ଆସି କହିଥିଲେ ଯେ ପାଠ ପଢ଼ିବା ପାଇଁ ତା’ର ଆର୍ଥକ ସାମର୍ଥ୍ୟ ନାହିଁ। ନିଜ ପିଲାଦିନ ପରି ଆଉ କାହାର ବି ପିଲାଦିନ ଉଜୁଡ଼ି ନଯାଉବୋଲି ଚିନ୍ତା କରି ସେ ସ୍ବପ୍ନାର ଦାୟତ୍ବ ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର